(ଓଡିଶା ସ୍ପୋର୍ଟ): ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ୫ଟିକିଆ ଦିନିକିଆ ସିରିଜ । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅର୍ନ୍ତଜାତୀୟ ଷ୍ଟାଡିୟମରେ ଖେଳାଯାଉଛି ଏହି ମ୍ୟାଚ । ଏହି ସିରିଜ ଅନେକ ଖେଳାଳିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ସିରିଜ ପରେ ହିଁ ବିଶ୍ୱକପ ପାଇଁ ଖେଳାଳିଙ୍କ ତାଲିକା ପ୍ରକାଶ ପାଇବ ।
ଭାରତକୁ ୨୩୭ ରନର ବିଜୟ ଲକ୍ଷ୍ୟ ଦେଇଛି ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ । ୭ ୱିକେଟ ହରାଇ ୨୩୬ ରନ ସଂଗ୍ରହ କରିଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ପକ୍ଷରୁ ଉସମାନ ଖ୍ୱାଜା ସର୍ବାଧିକ ୫୦ ରନ କରିଥିବା ବେଳେ ଫର୍ମରେ ଥିବା ମେକ୍ସୱେଲ ୪୦ ଏବଂ ଷ୍ଟୋନିକ୍ସ ୩୭ ରନ ସଂଗ୍ରହ କରିଥିଲେ । ଏହା ପରେ ଅଷ୍ଟ୍ରେଲିଆର କୌଣସି ବ୍ୟାଟ୍ସମ୍ୟାନ ବଡ ସ୍କୋର କରିବାରେ ସଫଳ ହୋଇନଥିଲେ । ଭାରତ ପକ୍ଷରୁ ଶାମି, କୁଲଦୀପ ଏବଂ ବୁମରାହ ଯାଦବ ୨-୨ଟି ୱିକେଟ ହାସଲ କରିଥିଲେ ।
ହାଇଦ୍ରାବାଦ ଦିନିକିଆରେ ଟସ ଜିତି ଅତିଥି ଦଳ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ଏରନ ଫିଞ୍ଚଙ୍କ ଏବଂ ଉସମାନ ଖ୍ୱାଜା ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିଲେ । ତେବେ ପ୍ରାରମ୍ଭରୁ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ପକାଇଥିଲେ ଭାରତୀୟ ବୋଲର ।
ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖିନ କରିବାକୁ ପଡିଥିଲା । ବୁମରାହ ନିଜର ପ୍ରଥମ ଓଭରେ ଅଷ୍ଟ୍ରେଲିଆ ଅଧିନାୟକ ଫିଞ୍ଚକୁ ଆଉଟ କରିଥିଲେ । ଫିଞ୍ଚ ୦ ରନ କରି ବୁମାରହଙ୍କ ବଲରେ ଧୋନୀଙ୍କ ହାତକେ କ୍ୟାଚ ଦେଇ ପାଭିଲିୟନ ଫେରିଥିଲେ । ଏହା ପରେ ଷ୍ଟୋନିକ୍ସ ଏବଂ ଉସମାନ ଖ୍ୱାଜା ଅଷ୍ଟ୍ରେଲିଆର ପାଳିକୁ ସମ୍ଭାଳିଥିଲେ । ୮୭ ରନ ଭାଗିଦାରୀ ପରେ ଷ୍ଟୋନିକ୍ସଙ୍କୁ ୩୭ ରନ କରି କେଦାର ଯାଦବଙ୍କ ବଲରେ ବିରାଟଙ୍କ ହାତକୁ କ୍ୟାଚ ଦେଇଥିଲେ । ଏହା ପରେ ଖ୍ୱାଜା ନିଜର ଅର୍ଦ୍ଧ ଶତକ ହାସଲ କରିବା ପରେ କୁଲଦୀପଙ୍କ ଶିକାର ହୋଇଥିଲେ । ଏହା ପରେ ଅଷ୍ଟ୍ରେଲିଆର କୌଣସି ବ୍ୟାଟ୍ସମ୍ୟାନ ବଡ ସ୍କୋର କରିପାରିନଥିଲେ । ଶେଷ ଓଭରରେ କେରୀ ଏବଂ କିଲଟର ନାଇଲ ମଧ୍ୟରେ ୬୨ ରନର ପାର୍ଟନରସିପ ହୋଇଥିଲା ।
ଭାରତୀୟ ବୋଲର ମାନେ ଧୁଆଁଧାର ବୋଲିଂର ପ୍ରଦର୍ଶନ କରିଥିଲେ । ଭାରତ ପକ୍ଷରୁ ଶାମି, ବୁମରାହ ଏବଂ କୁଲଦୀପ ଯାଦବ ସର୍ବାଧିକ ୨-୨ଟି ୱିକେଟ ହାସଲ କରିଥିବା ବେଳେ କେଦାର ଯାଦବ ଗୋଟିଏ ଗୋଟିଏ ୱିକେଟ ହାସଲ କରିଥିଲେ ।