Cricket

ଭାରତକୁ ୨୩୭ ରନର ବିଜୟ ଲକ୍ଷ୍ୟ ଦେଲା ଅଷ୍ଟ୍ରେଲିଆ

(ଓଡିଶା ସ୍ପୋର୍ଟ): ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ୫ଟିକିଆ ଦିନିକିଆ ସିରିଜ । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅର୍ନ୍ତଜାତୀୟ ଷ୍ଟାଡିୟମରେ ଖେଳାଯାଉଛି ଏହି ମ୍ୟାଚ । ଏହି ସିରିଜ ଅନେକ ଖେଳାଳିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ସିରିଜ ପରେ ହିଁ ବିଶ୍ୱକପ ପାଇଁ ଖେଳାଳିଙ୍କ ତାଲିକା ପ୍ରକାଶ ପାଇବ ।

ଭାରତକୁ ୨୩୭ ରନର ବିଜୟ ଲକ୍ଷ୍ୟ ଦେଇଛି ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ । ୭ ୱିକେଟ ହରାଇ ୨୩୬ ରନ ସଂଗ୍ରହ କରିଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ପକ୍ଷରୁ ଉସମାନ ଖ୍ୱାଜା ସର୍ବାଧିକ ୫୦ ରନ କରିଥିବା ବେଳେ ଫର୍ମରେ ଥିବା ମେକ୍ସୱେଲ ୪୦ ଏବଂ ଷ୍ଟୋନିକ୍ସ ୩୭ ରନ ସଂଗ୍ରହ କରିଥିଲେ । ଏହା ପରେ ଅଷ୍ଟ୍ରେଲିଆର କୌଣସି ବ୍ୟାଟ୍ସମ୍ୟାନ ବଡ ସ୍କୋର କରିବାରେ ସଫଳ ହୋଇନଥିଲେ । ଭାରତ ପକ୍ଷରୁ ଶାମି, କୁଲଦୀପ ଏବଂ ବୁମରାହ ଯାଦବ ୨-୨ଟି ୱିକେଟ ହାସଲ କରିଥିଲେ ।

ହାଇଦ୍ରାବାଦ ଦିନିକିଆରେ ଟସ ଜିତି ଅତିଥି ଦଳ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ଏରନ ଫିଞ୍ଚଙ୍କ ଏବଂ ଉସମାନ ଖ୍ୱାଜା ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିଲେ । ତେବେ ପ୍ରାରମ୍ଭରୁ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ପକାଇଥିଲେ ଭାରତୀୟ ବୋଲର ।

ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖିନ କରିବାକୁ ପଡିଥିଲା । ବୁମରାହ ନିଜର ପ୍ରଥମ ଓଭରେ ଅଷ୍ଟ୍ରେଲିଆ ଅଧିନାୟକ ଫିଞ୍ଚକୁ ଆଉଟ କରିଥିଲେ । ଫିଞ୍ଚ ୦ ରନ କରି ବୁମାରହଙ୍କ ବଲରେ ଧୋନୀଙ୍କ ହାତକେ କ୍ୟାଚ ଦେଇ ପାଭିଲିୟନ ଫେରିଥିଲେ । ଏହା ପରେ ଷ୍ଟୋନିକ୍ସ ଏବଂ ଉସମାନ ଖ୍ୱାଜା ଅଷ୍ଟ୍ରେଲିଆର ପାଳିକୁ ସମ୍ଭାଳିଥିଲେ । ୮୭ ରନ ଭାଗିଦାରୀ ପରେ ଷ୍ଟୋନିକ୍ସଙ୍କୁ ୩୭ ରନ କରି କେଦାର ଯାଦବଙ୍କ ବଲରେ ବିରାଟଙ୍କ ହାତକୁ କ୍ୟାଚ ଦେଇଥିଲେ । ଏହା ପରେ ଖ୍ୱାଜା ନିଜର ଅର୍ଦ୍ଧ ଶତକ ହାସଲ କରିବା ପରେ କୁଲଦୀପଙ୍କ ଶିକାର ହୋଇଥିଲେ । ଏହା ପରେ ଅଷ୍ଟ୍ରେଲିଆର କୌଣସି ବ୍ୟାଟ୍ସମ୍ୟାନ ବଡ ସ୍କୋର କରିପାରିନଥିଲେ । ଶେଷ ଓଭରରେ କେରୀ ଏବଂ କିଲଟର ନାଇଲ ମଧ୍ୟରେ ୬୨ ରନର ପାର୍ଟନରସିପ ହୋଇଥିଲା ।

ଭାରତୀୟ ବୋଲର ମାନେ ଧୁଆଁଧାର ବୋଲିଂର ପ୍ରଦର୍ଶନ କରିଥିଲେ । ଭାରତ ପକ୍ଷରୁ ଶାମି, ବୁମରାହ ଏବଂ କୁଲଦୀପ ଯାଦବ ସର୍ବାଧିକ ୨-୨ଟି ୱିକେଟ ହାସଲ କରିଥିବା ବେଳେ କେଦାର ଯାଦବ ଗୋଟିଏ ଗୋଟିଏ ୱିକେଟ ହାସଲ କରିଥିଲେ ।

Related posts

ସେପ୍ଟେମ୍ବର ୩୦ ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍ ୨୦୨୫ ପାଇଁ ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି ଆଇସିସି

ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଇନିଂସ, ଇଂଲଣ୍ଡକୁ ୪୧୨ ରନର ଲକ୍ଷ୍ୟ ଦେଲା ଭାରତ

Odisha Sports Bureau

ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଧୋନଙ୍କ ବାମ ଆଣ୍ଠୁର ସଫଳ ଅସ୍ତ୍ରୋପଚାର ହୋଇଛି