Cricket

ଭାରତକୁ ୨୭୩ ରନ୍ ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ

(ଓଡିଶା ସ୍ପୋର୍ଟ): ଉସମାନ ଖାଓ୍ଵଜାଙ୍କ ଦ୍ଵିତୀୟ ଶତକ ଓ ପିଟର ହ୍ୟାଣ୍ଡସ୍କମ୍ବଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ଵିକେଟ୍ ହରାଇ ୨୭୨ ରନ କରିଛି। ଆଜି ଫିରୋଜ ଶାହା କୋଟଲା ଷ୍ଟାଡ଼ିୟମ ଠାରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ପଞ୍ଚମ ଦିନିକିଆ ତଥା ସିରିଜର ନିର୍ଣ୍ଣାୟକ ମ୍ୟାଚ ଖେଳାଯାଇଛି । ଟସ ଜିତି ପ୍ରଥମେ କଙ୍ଗାରୁ ଦଳ ବ୍ୟାଟିଂ କରିଥିଲା । ଉଭୟ ଦଳ ସିରିଜ ଲକ୍ଷ୍ୟରେ ରହିଛି । ଏହି ମ୍ୟାଚ୍ ଜିତି ସିରିଜ୍ ହାତେଇବା ପାଇଁ ଭାରତ ସମ୍ମୁଖରେ ରହିଛି ୨୭୩ ରନର ବିଜୟ ଲକ୍ଷ୍ୟ। ଅଷ୍ଟ୍ରେଲିଆ ପକ୍ଷରୁ ଉସମାନ ଖାଓ୍ଵଜା ୧୦୦ ଏବଂ ପିଟର ୫୨ ରନ କରିଛନ୍ତି। ଭାରତ ପକ୍ଷରୁ ଭୁବନେଶ୍ଵର କୁମାର ସର୍ବାଧିକ ୩ ଏବଂ ମହମ୍ମଦ ସାମି ଓ ରବିନ୍ଦ୍ର ଜାଡ଼େତା ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

Related posts

ସମୁଦାୟ କେତେ ସମ୍ପତ୍ତିର ମାଲିକ ରୋହିତ ଶର୍ମା?

Odisha Sports Bureau

ଆତଙ୍କବାଦୀଙ୍କ ଟାର୍ଗେଟରେ ଉଭୟ ୱାଙ୍ଖଡେ ଷ୍ଟାଡିୟମ, ଆଇପିଏଲ

Odisha Sports Bureau

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଧୋନିଙ୍କ ଭିଡିଓ

Odisha Sports Bureau