Cricket

ଭାରତୀୟ କ୍ରିକେଟ ଟିମର ଚୟନକର୍ତ୍ତା ତାଲିକାରେ ବିନୋଦ କାମ୍ବଲୀ 

ଭାରତୀୟ କ୍ରିକେଟ ଟିମର ଚୟନକର୍ତ୍ତା ତାଲିକାରେ ବିନୋଦ କାମ୍ବଲୀଙ୍କ ନାମ ପ୍ରଥମରେ ରହିଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ତାର ବିଭିନ୍ନ ପଦ ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ନଭେମ୍ବର ୨୮ ତାରିଖରେ ସମାପ୍ତ କରିଛି । ଏପଟେ ଖୁବଶୀଘ୍ର ଭାରତୀୟ କ୍ରିକେଟ ଟିମର ଚୟନକର୍ତ୍ତାଙ୍କ ନାମ ଘୋଷଣା କରାଯିବ । ସୂଚନା ଥାଉକି କିଛିଦିନ ତଳେ ବିସିସିଆଇ ତରଫରୁ ଚେତନ ଶର୍ମାଙ୍କ ନେତୃତ୍ୱରେ ଥିବା ଚୟନକର୍ତ୍ତା ଟିମକୁ ଛୁଟି କରିଦେଇଛନ୍ତି ।

ଏହାପରେ ବିସିସିଆଇ ତରଫରୁ ଭାରତୀୟ ଟିମର ଚୟନକର୍ତ୍ତା ପଦ ପାଇଁ ଆବେଦନ ମାଗିଥିଲେ । ଏହାପରେ ସଲିଲ ଓଙ୍କଲା, ସମୀର ଦୀଘେ ଓ ବିନୋଦ କାମ୍ବଲୀ ଏହି ପଦପାଇଁ ଆବେଦନ କରିଥିଲେ । ସେପଟେ ଅଜିତ ଅଗରକର ଏହି ପଦ ପାଇଁ ଆବେଦନ କରିଛନ୍ତି କି, ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

 

 

Related posts

ଭାରତ-ଶ୍ରୀଲଙ୍କା ସିରିଜ ଭିତରେ ପଶିଲା ଇଂଲଣ୍ଡ

ଧୋନୀଙ୍କ ସିଲେକ୍ସନକୁ ନେଇ ପ୍ରଶ୍ନ କଲେ ଜାଡେଜା

Odisha Sports Bureau

T-20 ପରେ ଆଇପିଏଲ୍‌ରୁ ବିଦାୟ ନେବେ କି ହିଟ୍‌ମ୍ୟାନ୍ ?