More Sports

ଭାରତୀୟ ଟିମର ଚୟନ ନୂଆ କମିଟି କରିବ: ସୌରଭ ଗାଙ୍ଗୁଲି

(ଓଡ଼ିଶା ସ୍ପୋର୍ଟ): ମାର୍ଚ୍ଚ ୧୨ରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବ। ଶୃଙ୍ଖଳାର ପ୍ରଥମ ମୁକାବିଲା ଧର୍ମଶାଳାରେ ଖେଳାଯିବ । ଏହି ଶୃଙ୍ଖଳା ପାଇଁ ଭାରତୀୟ ଟିମ ଚୟନ ଖୁବ ଶୀଘ୍ର ହେବ । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲୀ ସ୍ପଷ୍ଟ ଭାବେ କହିଛନ୍ତି କି ଟିମର ଚୟନ ନୂଆ କମିଟି କରିବ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ଟି ଦିନିକିଆ ମ୍ୟାଚ ଖେଳାଯିବ ।

ସୌରଭ ଗାଙ୍ଗୁଲୀ କହିଛନ୍ତି, ଦକ୍ଷିଣ ଆଫ୍ରିକା ସହିତ ଖେଳାଯିବାକୁ ଥିବା ଦିନିକିଆ ଶୃଙ୍ଖଳା ପାଇଁ ଟିମ ଚୟନ ନୂତନ ଚୟନକମିଟି କରିବ। ଗାଙ୍ଗୁଲୀଙ୍କ ଏହି ବୟାନ ବିସିସିଆଇ ଓ ସିଏସିର ବୈଠକ ପରେ ଆସିଛି। ମଙ୍ଗଳବାର ସିଏସିର ତିନି ଜଣ ସଦସ୍ୟ ମହଦ ଲାଲ, ଆରପି ସିଂହ ଓ ସୁଲକ୍ଷଣା ନାୟକ ବୈଠକ କରିଥିଲେ । ଏଥିରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲୀ, ସଚିବ ଜୟ ଶାହା ଓ ଆଇପିଏଲର ଚେୟାରମ୍ୟାନ ବ୍ରଜେଶ ପଟେଲ ସାମିଲ ଥିଲେ ।
ଏହି ବୈଠକ ପରେ ମଦନ ଲାଲ କହିଛନ୍ତି, ଚୟନକମିଟି ପାଇଁ ଆସିଥିବା ଆବେଦନ ଗୁଡ଼ିକ ମଧ୍ୟରୁ ୫ ଜଣ ପ୍ରାର୍ଥୀଙ୍କ ନାମ ତାଲିକାରେ ସାମିଲ କରାଯାଇଛି। ଏହି ୫ ଜଣ ଲୋକଙ୍କୁ ସାକ୍ଷାତକାର ପାଇଁ ଡକାଯାଇଛି। ସେମାନେ ହେଲେ ଲକ୍ଷ୍ମଣ ଶିବରାମକୃଷ୍ଣନ, ଭେଙ୍କଟେଶ ପ୍ରସାଦ, ସୁନୀଲ ଯୋଶୀ, ହରବିନ୍ଦର ସିଂହ ଓ ରାଜେଶ ଚୌହାନ ।
ସେହିପରି ଦ୍ୱିତୀୟ ମ୍ୟାଚ ଲଖନଉସ୍ଥିତ ଭାରତ ରତ୍ନ ଶ୍ରୀ ଅଟଳ ବିହାର ବାଜପେୟୀ ଏକନା ଷ୍ଟାଡିୟମରେ ମାର୍ଚ୍ଚ ୧୫ ଓ ଅନ୍ତିମ ମ୍ୟାଚ ମାର୍ଚ୍ଚ ୧୮ରେ କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ ।

Related posts

କାଂସ୍ୟ ପଦକରେ ସନ୍ତୁଷ୍ଟ ହେଲେ ମ୍ୟାରୀ

Odisha Sports Bureau

ସ୍କୁଲରେ ହ୍ୱିଲ ଚେୟାର ସୁବିଧା ନଥିବାରୁ ଦିବ୍ୟାଙ୍ଗ ଆଥଲେଟଙ୍କୁ ମିଳିଲାନି ଆଡମିଶନ୍

ତାଲିବାନ ଭୟରେ ପ୍ରାଣ ହରାଇଲେ ଆଫଗାନ ଖେଳାଳୀ

Odisha Sports Bureau