Cricket

ଭାରତୀୟ ମହିଳା ଦଳଦ୍ୱିତୀୟ ଦିନିକିଆରେ ୨-୦ରେ ଆଗୁଆ

(ଓଡିଶା ସ୍ପୋର୍ଟ): ଭାରତୀୟ ମହିଳା ଦଳଦ୍ୱିତୀୟ ଦିନିକିଆରେ ବିଶ୍ୱର ଏକ ନମ୍ବର ଟିମ ଇଂଲଣ୍ଡକୁ ୭ ୱିକେଟରେ ହରାଇ ତିନିମ୍ୟାଚ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ କବଜା କରିନେଇଛି।

ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ମହିଳା ଟିମ ୪୩.୩ ଓଭରରେ ୧୬୧ ରନ କରି ଅଲଆଉଟ ହୋଇଥିଲା। ଦଳ ପକ୍ଷରୁ ନାଟାଲି ସ୍କିଭର୍ ସର୍ବାଧିକ ୮୫ ରନ କରିଥିଲେ। ୧୬୨ ରନର ବିଜୟଲକ୍ଷ୍ୟକୁ ଭାରତୀୟ ମହିଳା ଟିମ୍ ୪୧.୧ ଓଭରରେ ୩ ୱିକେଟ ହରାଇ ହାସଲ କରିନେଇଛି। ଭେଟେରାନ୍ ଝୁଲନ ଗୋସ୍ୱାମୀ ଓ ଶିଖା ପାଣ୍ଡେଙ୍କ ସଫଳ ବୋଲିଂ ସାଙ୍ଗକୁ ସ୍ମୃତି ମନ୍ଧାନାଙ୍କ ଦମଦାର ବ୍ୟାଟିଂ ଦଳକୁ ବିଜୟୀ ଦେଇଥିଲା ।

Related posts

ସିଡନୀରେ ରୋହିତ ବିରାଟ ଙ୍କ ପାଓ୍ବାର ଶୋ

Odisha Sports Bureau

ପାକିସ୍ତାନୀ ଦଳର ଚିନ୍ତା ବଢ଼ାଇ ଦେଇଛି ଜ୍ୱର ଏବଂ ଶାରିରୀକ ଆଘାତ

Odisha Sports Bureau

ଆଇପିଏଲରୁ ବାଦ ପଡିଲେ ଭୁବି ଓ ଅମିତ ମିଶ୍ରା

Odisha Sports Bureau