Cricket

ମହିଳା ଟ୍ବେଣ୍ଟି-୨୦ ଓଡ଼ିଶାର ଦ୍ବିତୀୟ ବିଜୟ

(ଓଡିଶା ସ୍ପୋର୍ଟ): ମହିଳା ଟ୍ବେଣ୍ଟି-୨୦ କ୍ରିକେଟରେ ଓଡ଼ିଶା ଦ୍ବିତୀୟ ବିଜୟ ପାଇଛି। ବୁଧବାର ପ୍ରଥମ ମ୍ୟାଚରେ ସୌରାଷ୍ଟ୍ରକୁ ୩୧ ରନରେ ହରାଇଥିବା ଓଡ଼ିଶା ଗୁରୁବାର ୬୪ ରନରେ ଘରୋଇ ପଣ୍ତିଚେରୀ ଦଳକୁ ପରାସ୍ତ କରି କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି। ଟସ୍ ଜିତି ବ୍ୟାଟି˚ ନେଇଥିବା ଓଡ଼ିଶା ନିର୍ଧାରିତ ଓଭରରେ ୫ ଵିକେଟ ବିନିମୟରେ ୧୩୧ ରନ କରିଥିଲା। ମଧୁସ୍ମିତା ବେହେରା ୩୮, ମାଧୁରୀ ମେହେଟ୍ଟା ୨୮, ପ୍ରଜ୍ଞାପାରମିତା ମହାନ୍ତି ୨୫ ଓ ରୀମାଲକ୍ଷ୍ମୀ ଏକ୍କା ୨୦ ରନର ଯୋଗଦାନ ଦେଇଥିଲେ। ପଣ୍ତିଚେରୀର ଏ ଅଷ୍ଟଲକ୍ଷ୍ମୀ ୫ ୱିକେଟ ଅକ୍ତିଆର କରିଥିଲେ। ଜବାବରେ ପଣ୍ତିଚେରୀ ନିୟମିତ ଅନ୍ତରାଳରେ ୱିକେଟ ହରାଇ ୬୭ ରନରେ ସୀମିତ ରହିଯାଇଥିଲା। ଓଡ଼ିଶା ପାଇଁ ରୀମାଲକ୍ଷ୍ମୀ ୩, ସୁଶ୍ରୀ ଦିବ୍ୟଦର୍ଶିନୀ ୨, ସୁଜାତା ମଲ୍ଲିକ, ପ୍ରିୟଙ୍କା ପ୍ରିୟଦର୍ଶିନୀ ଓ ମଧୁସ୍ମିତା ବେହେରା ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ।

Related posts

ଇଂଲଣ୍ଡର ଷ୍ଟାର ଖେଳାଳି ଜୋ ରୁଟଙ୍କୁ ମିଳିଲା ବିଶେଷ ସମ୍ମାନ; ଏମବିଇ ପୁରସ୍କାର ରେ ବଢ଼ିଗଲା ସମ୍ମାନ

IPLରେ ୨୫ ଲକ୍ଷ କୋଟି ନିବେଶ କରିବାକୁ ଚାହୁଁଛନ୍ତି ସାଉଦି ପ୍ରିନ୍ସ,

Odisha Sports Bureau

ମିଚେଲ ସାଣ୍ଟନରଙ୍କୁ ଆଇପିଏଲରୁ ବାହାର କରିଦିଆଯାଇଛି…