Football

ମାତ୍ର ୪ ମିନିଟରେ ୪ଟି ଗୋଲ୍ କରି ବିଶ୍ୱ ରେକର୍ଡ କଲେ ଲେଭଣ୍ଡୋସ୍କ୍

(ଓଡିଶା ସ୍ପୋର୍ଟସ): ବାୟର୍ନ ମ୍ୟୁନିଖ ଫୁଟବଲ କ୍ଲବ୍ ର ଷ୍ଟ୍ରାଇକର ରବର୍ଟ ଲେଭଣ୍ଡୋସ୍କି ଏକ ଖାସ କିର୍ତ୍ତିମାନ ନିଜ ନାମରେ କରିଛନ୍ତି । ଲେଭଣ୍ଡୋସ୍କି ଏବେ ଚମ୍ପିଆନ ଲିଗରେ ସବୁଠାରୁ ଶୀଘ୍ର ୪ଟି ଗୋଲ କରିଥିବା ଫୁଟବଲ ଖେଳାଳୀ ହୋଇଛନ୍ତି । ମଙ୍ଗଳବାର ଦିନ ୋଡ ଷ୍ଟେଟ୍ ବେଲେଗ୍ରେଡରେ ଖେଳାଯାଇଥିବା ମୁକାବିଲାରେ ବାୟର୍ନ ମ୍ୟୁନିଖ କ୍ରଭେନା ଜ୍ୱାଭଜ୍ୱେଦାଙ୍କ ବିପକ୍ଷରେ ୬-୦ ରେ ଏକତରଫା ବିଜୟ ହାସଲ କରିଛନ୍ତି । ଲେଭଣ୍ଡୋକ୍ସି ନିଜର ଜବରଦସ୍ତ ପ୍ରଦର୍ଶନ ବଳରେ ଦିଗ୍ଗଜ ଲିଔନେଲ ମେସିଙ୍କ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି । ମ୍ୟାଚ ପରେ ଲେଭଣ୍ଡୋସ୍କି ୟୁରୋପରେ ଏହି ସିଜିନରେ ପାଞ୍ଚଟି ମ୍ୟାଚରେ ୧୦ଟି ଗୋଲ କରି ଟପ ସ୍କୋରର ହୋଇଛନ୍ତି । ସେ ଟୁର୍ଣ୍ଣାମେଣ୍ଟରେ ଦୁଇଥର ୪ଟିଗୋଲ କରିବାରେ ଦ୍ୱି୍ତୀୟ ଖେଳାଳୀ ମଧ୍ୟ ହୋଇଛନ୍ତି । ଏହା ପୂର୍ବରୁ ଏହି ରେକର୍ଡ ବର୍ସିର୍ଲୋନାର ଲିଓନଲ ମେସି କରିଥିଲେ । ଏହା ପୂର୍ବରୁ ଲେଭଣ୍ଡୋସ୍କି ୨୦୧୨-୧୩ର ସେମିଫାଇନାଲ ମୁକାବିଲାରେ ବୋରୁସିଆ ଡୋର୍ଟମଣ୍ଡ ତମଫରୁ ଖେଳି ରିୟଲ ମେଡ୍ରିଡ୍ ଙ୍କ ବିପକ୍ଷରେ ୪ଟି ଗୋଲ କରିଥିଲେ । ୩୧ ବର୍ଷିୟ ଲେଭଣ୍ଡୋସ୍କି ଚମ୍ପିଆନ ଲିଗରେ ମେସି ଏବଂ କ୍ରିଷ୍ଟିୟାନୋ ରୋନାଲ୍ଡୋଙ୍କ ପରେ ହାଟ୍ରିକ୍ କରିଥିବା ତୃତୀୟ ଖେଳାଳୀ ହୋଇଛନ୍ତି । ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ –ବି ମୁକାବିଲାରେ ଷ୍ଟାର ଷ୍ଟାଇକର ଏହି ଉପଲବ୍ଧି ହାସଲ କରିଛନ୍ତି ।

Related posts

ହାର ଜିତ ଭିତରେ ବିଦାୟ ନେଲେ ଫୁଟବଲ ଦୁନିଆର କିମ୍ବଦନ୍ତୀ ଖେଳାଳି ଲିଓନେଲ୍ ମେସି

Odisha Sports Bureau

ରୋନାଲଡୋଙ୍କୁ ପଛରେ ପକାଇ ଇତିହାସ ରଚିଲେ ମେସି

Odisha Sports Bureau

୫୦ କୋଟି ଟଙ୍କାର ମାନହାନି ମକଦ୍ଦମା ଦାୟର କଲେ ସୌରଭ ଗାଙ୍ଗୁଲି

Odisha Sports Bureau