Cricket

ମେଲବୋର୍ଣ୍ଣରେ ଟିମ୍ ଇଣ୍ଡିଆ ପାଇଁ ୨୩୧ ରନ ବିଜୟ ଲକ୍ଷ୍ୟ

(ଓଡିଶା ସ୍ପୋର୍ଟ): ମେଲବୋର୍ଣ୍ଣ ମହାଲଢେଇ । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ଅଷ୍ଟ୍ରେଲିଆ ଟିମ ୨୩୦ ରନ ସଂଗ୍ରହ କରି ଅଲଆଉଟ ହୋଇଯାଇଛି । ୟୁଜବେନ୍ଦ୍ର ଚହଲଙ୍କ ଘାତକ ବୋଲିଂ ଅଷ୍ଟ୍ରେଲିଆ କୁ ୨୩୦ ରନରେ ସୀମିତ ରଖିଛି । ଆଉ ଏହାସହ ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିବାକୁ ଆଉ ଗୋଟିଏ ପାଦ ଦୂରରେ ରହିଛି ଟିମ୍ ଇଣ୍ଡିଆ ।

ମେଲବୋର୍ଣ୍ଣରେ ଖେଳାଯାଉଥିବା ଶେଷ ଦିନିକିଆରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲେ ଅଧିନାୟକ ବିରାଟ । ଯାହାକୁ ସଠିକ ପ୍ରମାଣିତ କରିଥିଲେ ଟିମ୍ ଇଣ୍ଡିଆର ଯାଦୁଗରୀ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ଘାତକ ବୋଲିଂ ଆଗରେ ମାତ୍ର ୨୩୦ ରନରେ ମୁଣ୍ଡ ନୁଆଁଇଥିଲା କଙ୍ଗାରୁ ଟିମ୍ । ଅଷ୍ଟ୍ରେଲିଆ ପକ୍ଷରୁ କେବଳ ପିଟର ହ୍ୟାଣ୍ଡସକମ୍ବ ସର୍ବାଧିକ ୫୮ ରନ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟସମ୍ୟାନ କ୍ରିଜରେ ତିଷ୍ଠି ପାରିନଥିଲେ । ଟିମ୍ ଇଣ୍ଡିଆ ପକ୍ଷରୁ ୟୁଜବେନ୍ଦ୍ର ଚହଲ କଞ୍ଜୁସ ବୋଲିଂ କରିବା ୧୦ ଓଭରରେ ୪୨ ରନ ଦେବା ସହ ୬ଟି ୱିକେଟ ନେଇ ଅଷ୍ଟ୍ରେଲିଆର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ । ଏହାଛଡା ମହମ୍ମଦ ସାମି ଓ ଭୁବନେଶ୍ୱର କୁମାର ୨ଟି ଲେଖାଏଁ ୱିକେଟ ନେଇଥିଲେ ।

ପୂର୍ବରୁ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିବାରୁ ଏହି ମ୍ୟାଚର ବିଜେତା ସିରିଜ ହାତେଇବ । ତେଣୁ ଏହା ଉଭୟ ଦଳ ପାଇଁ କର ବା ମର ସ୍ଥିତି ଛିଡା କରିଛି ।

Related posts

ଧୋନୀଙ୍କ ସିଲେକ୍ସନକୁ ନେଇ ପ୍ରଶ୍ନ କଲେ ଜାଡେଜା

Odisha Sports Bureau

ଇଂଲଣ୍ଡ ଆଗରେ ୧୬୯ ରନର ଲକ୍ଷ୍ୟ ରଖିଲା ଭାରତ

Odisha Sports Bureau

ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ଏ’ ବିପକ୍ଷରେ ହେବାକୁ ଥିବା ଦୁଇଟି ଦିନିଆ ମ୍ୟାଚ୍‌ରେ ଭାରତ ଏ’ ଦଳର ନେତୃତ୍ୱ ନେବେ

Odisha Sports Bureau