Uncategorized

ଯୁବ ବ୍ୟାଟ୍ସମ୍ୟାନ କୁଶାଳ ମଲ୍ଲାଙ୍କ ରେକର୍ଡ଼

(ଓଡ଼ିଶା ସ୍ପୋର୍ଟସ ): ସ୍ବତନ୍ତ୍ର ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି ନେପାଳର ଯୁବ ବ୍ୟାଟ୍ସମ୍ୟାନ କୁଶାଳ ମଲ୍ଲା । ଅନ୍ତର୍ଜାତୀୟ କ୍ରିକେଟରେ ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ ଭାବେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ୍ ଲିଗ୍ର ଦ୍ୱିତୀୟ ପର୍ୟ୍ୟାୟରେ ଶନିବାର ଆମେରିକା ବିପକ୍ଷରେ ଖେଳାଯାଇଥିବା ଦିନିକିଆ ମ୍ୟାଚ୍ରେ କୁଶାଳ ପଦାର୍ପଣ କରଛନ୍ତି। ସେ ୧୫ ବର୍ଷ ଓ ୩୪୦ ଦିନ ବୟସରେ ପ୍ରଥମ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୫୧ ବଲର ସମ୍ମୁଖୀନ ହୋଇ ୫୦ ରନ୍ କରିଥିଲେ। ତାଙ୍କ ଇନିଂସ ଯୋଗୁ ନେପାଳ ୩୫ ରନ୍ରେ ୟୁଏସ୍ଏକୁ ହରାଇ ଦେଇଛି। ଏଥିପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ ଭାବେ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ନେପାଳର ରୋହିତ ପଉଦେଲଙ୍କ ନାମରେ ଥିଲା। ସେ ୧୬ ବର୍ଷ ୧୪୬ ଦିନରେ ୨୦୧୯ରେ ୫୫ ରନ୍ର ଇନିଂସ ଖେଳିଥିଲେ।

Related posts

ଆଇପିଏଲର ୪୩ତମ ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ  ସୁପରଜ୍ୟାଣ୍ଟସ

Odisha Sports Bureau

ଇଣ୍ଡିଆନ୍‌ ଗ୍ରାଁ ପ୍ରି ୫ ରେ କିଶୋର, ଶ୍ରାବଣୀ ପ୍ରଥମ

Odisha Sports Bureau

ବିଶ୍ୱ କ୍ରୀଡ଼ାରେ ପୁଣି ଚମକିବେ କିଟ୍‌ ଛାତ୍ରଛାତ୍ରୀ