More Sports

ରାଷ୍ଟ୍ରିୟ ଭାରତ୍ତୋଳନ ଚମ୍ପିଆନସିପରେ ପ୍ରଦୀପ ହେଲେ ଚମ୍ପିଆନ୍

(ଓଡିଶା ସ୍ପୋର୍ଟସ): ରାଷ୍ଟ୍ରମଣ୍ଡଳ ଖେଳର ରୌପ୍ୟ ପଦକ ବିଜେତା ପ୍ରଦୀପ ସିଂ(୧୦୨) ସ୍ନେଚ୍ ବିଭାଗରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ରାଷ୍ଟ୍ରିୟ ଭାରତ୍ତୋଳନ ଚମ୍ପିଆନସିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସ୍ନେଚରେ ପ୍ରଦିପ ନିଜର ତୃତୀୟ ଚେଷ୍ଟାରେ ୧୫୧ କିଗ୍ରାର ନିଜସ୍ୱ ସର୍ବଶେଷ୍ଠ ପ୍ରଦର୍ଶନ କରିଛନ୍ତି । ସେ କ୍ଲିନ୍ ଆଣ୍ଡ୍ ଜର୍କରେ ୧୯୫ କିଗ୍ରା ସହିତ ସର୍ବମୋଟ ୩୪୬ କିଗ୍ରା ଓଜନ ଓଠାଇଥିଲେ । ସେନାର ସୁଭମ୍(୧୪୫,୧୮୦ କିଗ୍ରା) ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଗତ ବର୍ଷ ପ୍ରଦୀପ୍ ଚୀନରେ ଅଲମ୍ପିକ୍ କ୍ୱାଲିଫାଇ ଏସିଆ ଚମ୍ପିଆନସିପ୍ ସମୟରେ ୩୫୧ କିଗ୍ରା(୧୫୦, ୨୦୧ କିଗ୍ରା) ଓଜନ ଉଠାଇ ତିନୋଟି ବର୍ଗରେ ବ୍ୟକ୍ତିଗତ ସର୍ବଶେଷ୍ଠ ପ୍ରଦର୍ଶନ କରିଥିଲେ । ହିମାଚଳ ପ୍ରଦେଶର ବିକାଶ ଠାକୁର( ୯୬ କିଗ୍ରା) ସ୍ନେଚରେ ୧୫୪ ଏବଂ କ୍ଲିନ୍ ଏବଂ ଜର୍କରେ ୧୯୨କିଗ୍ରା ସହିତ ୩୪୬ କିଗ୍ରା ଓଜନ ଉଠାଇ ଟାଇଟଲ୍ ଜିତିଛନ୍ତି । ମହିଳାମାନଙ୍କ ମଧ୍ୟରେ ଦୀପିକା ହାଣ୍ଡା( ୭୬ କିଗ୍ରା) ସ୍ନେଚରେ ୯୨ ଏବଂ କ୍ଲିନ ଆଣ୍ଡ ଜର୍କରେ ୧୧୯ କିଗ୍ରା ସହିତ ମୋଟ୍ ୨୧୧ କିଗ୍ରା ଏବଂ ଶୃଷ୍ଠି ସିଂ(୮୧ କିଗ୍ରା) ସ୍ନେଚ ରେ ୯୩ ଏବଂ କ୍ଲିନ୍ ଆଣ୍ଡ୍ ଜର୍କରେ ୧୧୨ କିଗ୍ରା ସହିତ ମୋଟ୍ ୨୦୫ କିଗ୍ରା ଓ ଜନ ଉଠାଇ ଚମ୍ପିଆନ ହୋଇଛନ୍ତି ।

Related posts

ଏସୀୟ କ୍ରୀଡ଼ା ଉଦ୍ଘାଟନୀ ସମାରୋହ ରେ ଧ୍ବଜା ବାହକ ହରମନପ୍ରୀତ ସିଂହ, ଲଭଲିନା

Odisha Sports Bureau

୪୫ କେଜି ବର୍ଗ ଭାରୋତ୍ତୋଳନରେ ବ୍ରୋଞ୍ଜ ପଦକ ହାସଲ କଲେ ଝିଲ୍ଲୀ ଦଳବେହେରା

Odisha Sports Bureau

ମାର୍ଚ୍ଚ ୨୯ରେ ଆଇପିଏଲ ମହାସମର

Odisha Sports Bureau