Cricket

ରେକର୍ଡ଼ କଲେ ବିରାଟ

(ଓଡ଼ିଶା ସ୍ପୋର୍ଟ):  ରୋହିତଙ୍କୁ ପଛରେ ପକାଇଲେ ବିରାଟ । ଅଧିନାୟକ ବିରାଟ କୋହଲି ଟି-୨୦ ଅନ୍ତର୍ଜାତୀୟରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ କରିଛନ୍ତି। ପୂର୍ବରୁ ବିରାଟ ଓ ରୋହିତ ଟି-୨୦ରେ ସମାନ ୨୨ଟି ଲେଖାଏ ଅର୍ଦ୍ଧଶତକ ହାସଲ କରିଥିଲେ। ହେଲେ ଗତକାଲି ବିରାଟ ତାଙ୍କ ଟି-୨୦ କ୍ୟାରିୟରର ୨୩ତମ ଅର୍ଦ୍ଧଶତକ ହାସଲ କରିଛନ୍ତି।

ବିରାଟ ଗତକାଲି ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟି-୨୦ରେ ଅପରାଜିତ ୯୪ ରନ୍ର ଇନିଂସ ଖେଳିବା ସହ ଭାରତକୁ ୧୮.୪ ଓଭରରେ ବିଜୟୀ କରାଇଥିଲେ। ବିରାଟ ମାତ୍ର ୫୦ଟି ବଲରେ ୯୪ ରନ୍ର ଇନିଂସ୍ ଖେଳିଥିବା ବେଳେ ତାଙ୍କୁ ୪୦ ବଲରେ ୬୨ ରନ୍ କରି ଆଉଟ ହୋଇଥିବା କେଏଲ ରାହୁଲ ଭରପୂର ସହଯୋଗ କରିଥିଲେ।

ରାହୁଲ ୬୨ ରନ୍ର ଇନିଂସ ଖେଳି ତାଙ୍କ ଟି-୨୦ କ୍ୟାରିୟରର ଏକ ହଜାର ରନ୍ ପୂରଣ କରିଛନ୍ତି। ସବୁଠାରୁ କମ ଇନିଂସ୍ରେ ଟି-୨୦ରେ ଏକ ହଜାର ରନ୍ ପୂରଣ କରିବା ତାଲିକାର ୧ ନଂ ସ୍ଥାନରେ ବାବର ଆଜମ(୨୬ ଇନିଂସ) ରହିଥିବା ବେଳେ ବିରାଟ କୋହଲି(୨୭ ଇନିଂସ୍) ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ରାହୁଲ ଓ ଆରୋନ ଫିଞ୍ଚ(୨୯ଟି ଇନିଂସ) ଯୁଗ୍ମ ଭାବେ ତୃତୀୟ ସ୍ଥାନରେ ରହିଛନ୍ତି।

Related posts

ଭୁବନେଶ୍ୱରରେ ୩୯ ତମ ସବୁ ଜୁନିଅର ଏବଂ ୪୯ତମ ଜୁନିଅର ନେସନାଲ ଆକ୍ୱାଟିକା ପ୍ରତିଯୋଗିତା ଆରମ୍ଭ

Odisha Sports Bureau

ମାର୍ଚ୍ଚ ୨୬ରୁ ଆଇପିଏଲ୍ ୨୦୨୨

Odisha Sports Bureau

ଅଭିନନ୍ଦନଙ୍କୁ ଟିମ୍ ଇଣ୍ଡିଆର ସଲାମ୍

Odisha Sports Bureau