Cricket

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଗ୍ନିପରୀକ୍ଷା

(ଓଡିଶା ସ୍ପୋର୍ଟ): ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ କର ବା ମର ସ୍ଥିତି । ବିରାଟ କୋହଲି ଏବେ ଭାରି ଚିନ୍ତାରେ । କାରଣ ଚଳିତ ଆଇପିଏଲ୍‌ରେ ତାଙ୍କ ଟିମ୍‌ ଗୋଟିଏ ହେଲେ ମ୍ୟାଚ୍‌ ଜିତି ପାରି ନାହିଁ । କେବଳ ପରାଜୟ ପରେ ପରାଜୟ ଦେଖି ଚାଲିଛି । ଯଦିଓ ପରାଜୟର କାରଣ କୋହଲି ନିଜେ ସ୍ୱୀକାର କରିଛନ୍ତି ହେଲେ ଜଣେ ଫାଇଟର ଠାରୁ ଫ୍ୟାନ୍‌ମାନେ ବେଶ୍‌ କିଛି ଆଶା କରୁଛନ୍ତି । ତେଣୁ ଅନ୍ତତଃ ଆଜିର ମ୍ୟାଚ୍‌ରେ କୋହଲିଙ୍କ ଟିମ୍‌ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ଜିତିବ ବୋଲି ସମସ୍ତେ ଆଶା କରୁଛନ୍ତି ।

ଆଜି ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଦୁଇ ଦଳ ଭିତରେ ମୁକାବିଲା ହେବ । ପଏଣ୍ଟ ତାଲିକାରେ ଏବେ କୋଲକାତା ଚତୁର୍ଥ ଏବଂ ବାଙ୍ଗାଲୋର ଅଷ୍ଟମ ସ୍ଥାନରେ ରହିଛନ୍ତି । ଉଭୟ ଦଳ ମଧ୍ୟରେ ଏପର୍ୟ୍ୟନ୍ତ ଆଇପିଏଲ୍‌ରେ ମୋଟ୍‌ ୨୩ଥର ଲଢ଼େଇ ହୋଇଛି । ଏଥିରେ କୋଲକାତା ୧୪ ଥର ଏବଂ ବାଙ୍ଗାଲୋର ୯ ଥର ବିଜୟୀ ହୋଇଛି । ଆଇପିଏଲ୍‌ର ଦ୍ୱାଦଶ ସଂସ୍କରଣରେ ଏଯାଏ କୋଲକାତା ୩ଟି ମ୍ୟାଚ୍‌ ଖେଳି ଦୁଇଟି ବିଜୟ ହାସଲ କରିଥିବା ବେଳେ ବାଙ୍ଗାଲୋର ୪ଟି ଯାକ ମ୍ୟାଚ୍‌ ହାରି ଯାଇଛି ।

Related posts

କ୍ରିକେଟରୁ ବିଦାୟ ନେଲେ Mr. 360

Odisha Sports Bureau

ଭାରତୀୟ ଟ୍ବେଣ୍ଟି-୨୦ ଦଳରୁ ବାଦ ପଡ଼ିପାରନ୍ତି କୋହଲି !

Odisha Sports Bureau

ଧୋନିଙ୍କ ପାଦ ଛୁଇଁ ସୋସିଆଲ ମିଡିଆରେ ଭାଇରଲ ହେଉଛନ୍ତ ବୈଭବ ସୂର୍ଯ୍ୟବଂଶୀ