Cricket

ସଚିନ ଓ କପିଲ ଦେବଙ୍କ ଧାଡ଼ିରେ ଠିଆ ହେଲେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା

(ଓଡିଶା ସ୍ପୋର୍ଟ): ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଜାମଥାର ଭିସିଏ ଷ୍ଟାଡିୟମରେ ୧୦ ରନ୍ କରିବା ମାତ୍ରକେ ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି ।

ଜାଡେଜା ତୃତୀୟ ଭାରତୀୟ କ୍ରିକେଟର୍ ଭାବେ ଅନ୍ତର୍ଜାତୀୟ ଦିନିକିଆରେ ୨୦୦୦ ରନ୍ ଏବଂ ୧୫୦ରୁ ଊଦ୍ଧ୍ୱର୍ ୱିକେଟ ନେବାର ସଫଳତା ଅର୍ଜନ କରିବା ପରେ ସେ ଏବେ ସଚିନ ତେନ୍ଦୁଲକର ଓ କପିଲ୍ ଦେବଙ୍କ ଲିଷ୍ଟରେ ସାମିଲ୍ ହୋଇଛନ୍ତି ।

କ୍ରିକେଟ୍ ଭଗବାନ ଭାବେ ପରିଚିତ ସଚିନଙ୍କ ନାମରେ ୪୬୩ ଦିନିକିଆରେ ୧୮୪୨୬ ରନ୍ ଏବଂ ୧୫୪ ୱିକେଟ୍ ରହିଛି । ସେହିପରି ୧୯୮୩ ବିଶ୍ୱକପ୍ ବିଜେତା ଦଳର ଅଧିନାୟକ ରହିଥିବା କପିଲ୍ ଦେବ ଏହି ସୀମିତ ଓଭର ଫର୍ମାଟ୍ରେ ୩୭୮୩ ରନ୍ ଏବଂ ୨୫୩ ୱିକେଟ୍ ନେଇଛନ୍ତି ।
ନିଜ କ୍ୟାରିୟରର ୧୪୯ତମ ଦିନିକିଆ ଖେଳୁଥିବା ଜାଡେଜା ଏପର୍ୟ୍ୟନ୍ତ ୧୭୧ ୱିକେଟ୍ ନେଇଛନ୍ତି । ନାଗପୁର ଦିନିକିଆରେ ଜାଡେଜା ୨୧ ରନ୍ କରି ଆଉଟ୍ ହୋଇଥିଲେ ।

Related posts

ନିକଟରେ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଯୋଗୁ ବନ୍ଦ ରହିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ ଆଜିଠୁ ଆରମ୍ଭ

Odisha Sports Bureau

ଘରୋଇ ସିରିଜ ପାଇଁ ବିସିସିଆଇ ପକ୍ଷରୁ ତାରିଖ ଘୋଷଣା

Odisha Sports Bureau

ସୁପର୍ ଫାଷ୍ଟ୍ ଷ୍ଟମ୍ପିଙ୍ଗ୍ ପାଇଁ ଚର୍ଚ୍ଚାରେ କ୍ୟାପଟେନ୍ କୁଲ୍