Cricket

ସନ୍ୟାସ ନେଲେ ଜିମ୍ବାୱେ କ୍ରିକେଟ ଟିମର କ୍ୟାପଟେନ୍ ହାମିଲଟନ୍

(ଓଡିଶା ସ୍ପୋର୍ଟସ ): ଶୁକ୍ରବାର ଆଫଗାନିସ୍ତାନ ବିପକ୍ଷରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳି ଜିମ୍ବାୱେ କ୍ରିକେଟ ଟିମର କ୍ୟାପଟେନ୍ ହାମିଲଟନ୍ ମାସାକାଡଜା ଅନ୍ତର୍ଜାତୀୟ କ୍ରିକେଟ ଜଗତରୁ ଅବସର ଗ୍ରହଣ କରିଛନ୍ତି। ୩୬ ବର୍ଷୀୟ ମାସାକାଡଜା ଏହି ମ୍ୟାଚରେ ମାତ୍ର ୪୨ ବଲରେ ୭୧ ରନ କରି ଜିମ୍ବାୱେକୁ ବିଜୟୀ କରାଇଥିଲେ।ଶେଷ ମ୍ୟାଚରେ ୫ ଛକା ଓ ୪ ଚୌକା ମାରିଥିଲେ ମାସାକାଡଜା।
ବିଦାୟ ଅବସରରେ ଘୋଷଣା କରି ସେ କହିଛନ୍ତି ଯେ ‘ବିଦାୟୀ ମ୍ୟାଚ୍ ମୋ ପାଇଁ ବହୁତ ଖାସ୍। ବିଶେଷକରି ଟିମକୁ ଜିତାଇବାର ଅନୁଭୂତି ସମ୍ପୂର୍ଣ୍ଣ ନିଆରା । ଜିମ୍ବାୱେ ପକ୍ଷରୁ ଖେଳିଥିବା ପ୍ରତିଟି ମୁହୂର୍ତ୍ତ ମୋ ପାଇଁ ସ୍ମରଣୀୟ। ଅବସର ପରେ ମୁଁ ମୋ ପରିବାର ପାଇଁ ପର୍ୟ୍ୟାପ୍ତ ସମୟ ଦେବି। କ୍ରିକେଟ୍ ଛାଡ଼ିବା ନେଇ ମୋ ମନରେ କୌଣସି ଅବଶୋଷ ନାହିଁ। ଜିମ୍ବାୱେ ପକ୍ଷରୁ ଖେଳିବା ପାଇଁ ମୋତେ ଯେତିକି ସୁଯୋଗ ମିଳିଛି, ସେଥିପାଇଁ ମୁଁ ବୋର୍ଡକୁ ଧନ୍ୟବାଦ ଜଣାଉଛି।’

Related posts

ଟି -୨୦ ବିଶ୍ୱକପ ପାଇଁ ଏହି ୭ ଟି ସ୍ଥାନକୁ ଅନୁମୋଦନ; ୱେଷ୍ଟଇଣ୍ଡିଜ୍ ସହିତ ଆମେରିକା କରିବ ଆୟୋଜନ

Odisha Sports Bureau

ଭାରତ-ନ୍ୟୁଜିଲାଣ୍ଡ ଶେଷ ଦିନିକିଆ, ଭାରତୀୟ ମହିଳା ଦଳ ୮ ଓ୍ଵିକେଟ୍ ରେ ପରାସ୍ତ

Odisha Sports Bureau

ଶ୍ରୀଲଙ୍କାରେ ପହଞ୍ଚିଲା ମେନ ଇନ ବ୍ଲୁ