More Sports

ସୀମୋନା ବାଇଲ୍ସଙ୍କ ନାମରେ ୨୫ତମ ପଦକ

(ଓଡିଶା ସ୍ପୋର୍ଟସ): ଆମେରିକାର ଜିମ୍ନାଷ୍ଟିକ୍ ସୁପରଷ୍ଟାର ସିମୋନା ବାଇସ୍ଲ ୱାଲର୍ଡ ଚମ୍ପିଆନସିପରେ ଇତିହାସ ସୃଷ୍ଟି କରିଛନ୍ତି । ରବିବାରଦିନ ସିମୋନାଙ୍କୁ ବିମ୍ ଇଭେଣ୍ଟରେ ଦମଦାର ପ୍ରଦର୍ଶନ କରି ନିଜର ୨୫ତମ ମେଡଲ ଜିତିଛନ୍ତି । ଏହା ସହିତ ଏବେ ସେ ୱାଲର୍ଡ ଚମ୍ପିଆନସିପର ଇତିହାସରେ ସମସ୍ତଙ୍କଠାରୁ ଅଧିକ ପଦକ ଜିତିଥିବା ଜିମ୍ନାଷ୍ଟ ହୋଇଗଲେ । ୨୨ ବର୍ଷିୟ ସୀମୋନା ୱାଲର୍ଡ ଚମ୍ପିଆନସିପର ୧୯ତମ ଗୋଲ୍ଡ ମେଡଲ ଜିତି ବେଲାଋଷର ପୁରୁଷ ଜିମ୍ନାଷ୍ଟ ଭୀତାଲି ଶେରବୋଙ୍କ ବିଶ୍ୱ ରେକର୍ଡକୁ ଭାଙ୍ଗିଛନ୍ତି । ସେ କେବଳ ଏହି ବର୍ଷ ହିଁ ପାଞ୍ଚଟି ଗୋଲ୍ଡ ମେଡଲ ଜିତିଛନ୍ତି । ସେ ଏହି ସପ୍ତାହରେ ନିଜର ଚତୁର୍ଥ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ୧୫.୦୬୬ ଅଙ୍କ ହାସଲ କରି ବିଜୟ ହାସଲ କରିବାରେ ସଫଳ ହୋଇଛନ୍ତି ।

Related posts

ରଣଜୀ ଟ୍ରଫି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ବେଙ୍ଗଲ ଓ ସୌରାଷ୍ଟ୍ର ମୁହାଁମୁହିଁ

କ୍ରିକେଟରଙ୍କ ସହିତ ଫିଲ୍ମ ‘କ୍ୱିନ୍’ର ୮ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କଲେ କଙ୍ଗନା

Odisha Sports Bureau

ୱାର୍ଲ୍ଡ ବକ୍ସିଂ ଚାମ୍ପିୟନଶିପ ପ୍ରି-କ୍ୱାର୍ଟରଫାଇନାଲରେ କବିନ୍ଦର ସିଂହ

Odisha Sports Bureau

Leave a Comment