Badminton

ସ୍କାଟିସ ଓପନର ଟାଇଟଲ ନିଜ ନାମରେ କରିଛନ୍ତି ଲକ୍ଷ

(ଓଡିଶା ସ୍ପୋର୍ଟସ): ଭାରତୀୟ ବ୍ୟାଡମିଣ୍ଟନର ଉଦୟମାନ ଖେଳାଳୀ ଲକ୍ଷ୍ ସେନ୍ ଏଠାରେ ସ୍କଟିସ୍ ଓପନର ପୁରୁଷ ଏକକ ଫାଇନାଲାରେ ବ୍ରାଜିଲର ୟଗୋର କୋଏହ୍ଲୋର ବିପକ୍ଷରେ ରୋମାଞ୍ଚକର ବିଜୟ ସହିତ ତିନି ମାସ ମଧ୍ୟରେ ଚତୁର୍ଥ ଟାଇଟଲ ନିଜ ନାମରେ କରିଛନ୍ତି । ଭାରତର ଶୀର୍ଷ ଖେଳାଳୀ ଲକ୍ଷ୍ୟ ରବିବାର ଦିନ ରାତିରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ବ୍ରାଜିଲର ନିଜର ବିରୋଧିଙ୍କୁ ୫୬ ମିନିଟ୍ରେ ୧୮-୨୧, ୨୧-୧୮,୨୧-୧୯ରେ ପରାସ୍ତ କରିଥିଲେ । ଉତ୍ତରାଖଣ୍ଡର ୧୮ ବର୍ଷିୟ ଲକ୍ଷଙ୍କ ଗତ ୪ଟି ଟୁର୍ଣ୍ଣାମେଣ୍ଟରେ ଏହା ତୃତୀୟ ଟାଇଟଲ ଅଟେ । ସେ ଏହା ପୂର୍ବରୁ ସାରଲୋରଲସ୍କ ଓପନ, ଡଚ୍ ଓପନ ଏବଂ ବେଲଜିୟମ୍ ଇଣ୍ଟରନ୍ୟାସନାଲର ଟାଇଟଲ୍ ଜିତିଉନ୍ତି । ଆୟାରିସ୍ ଓପନର ଦ୍ୱିତୀୟ ପର୍ଯ୍ୟାୟରେ ମୁସ୍କିଲର ସାମନା କରିବାପରେ ଲକ୍ଷ ଏଠାରେ ଭଲ ପ୍ରତ୍ୟାବର୍ତ୍ତନ କରିଛନ୍ତି ।
ଭାରତୀୟ ଖେଳାଳୀ ନିଜର ଅଭିଯାନର ଆରମ୍ଭ ଅଷ୍ଟ୍ରିଆର ଲୁକା ଭ୍ରେବରଙ୍କ ବିପକ୍ଷରେ ସିଧା ଗେମ୍ରେ ବିଜୟ ସହିତ ଆରମ୍ଭ କରିଛନ୍ତି ଏବଂ ହମବତନ କିରନ ଜର୍ଜଙ୍କୁ ପରାସ୍ତ କରି କ୍ୱାଟର ଫାଇନାଲରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତି । ବିଶ୍ୱର ୪୧ତମ ସ୍ଥାନରେ ଥିବା ଖେଳାଳୀ ଲକ୍ଷ ଷଷ୍ଠ ସ୍ଥାନରେ ଥିବା ବ୍ରାୟନ ୟଙ୍ଗ୍୍ଙ୍କୁ ସିଧା ଗେମ୍ରେ ପରାସ୍ତ କରିଛନ୍ତି ଏବଂ ସେମିଫାଇନାଲରେ ଫ୍ରାନ୍ସର କ୍ରିଷ୍ଟୋ ପୋପୋଭଙ୍କୁ ପରାସ୍ତ କରିଛନ୍ତି ।
ଏହି ବିଜୟରେ ଲକ୍ଷ ବିଡବ୍ଲୁଏଫ୍ ର୍ୟାଙ୍କିଙ୍ଗ୍ର ଶୀର୍ଷ ୪୦ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଏବଂ ଗ୍ରେଡ୍ ୨ର ଶୀର୍ଷ ପ୍ରତିଯୋଗିତାରେ ସିଧା ପ୍ରବେଶ କରିବାର ନିକଟତକ ହେବେ । ଲକ୍ଷଙ୍କ ପୂର୍ବରୁ ଆନନ୍ଦ ପବର( ୨୦୧୦ ଏ୧୯ ୨୦୧୨), ଅରବିନ୍ଦ ଭଟ୍ଟ(୨୦୦୪) ଏବଂ ପୂଲେଲା ଗୋପିଚାନ୍ଦ୍(୧୯୯୯) ସ୍କାଟିଶ ଓପନର ଟାଇଟଲ ଜିତି ସାରିଛନ୍ତି ।
ଲକ୍ଷ ମୁକାବିଲାରେ ଆରମ୍ଭ ମନ୍ଥର ରହିଥିଲା କିନ୍ତୁ ସେ ଏହା ପରେ ୧୦-୮ର ଆଗକୁ ବଢିବାରେ ସଫଳ ରହିଥିଲେ । କୋହେହ୍ଲୋ ଅବଶ୍ୟ ଲଗାତାର ୬ ଅଙ୍କ ସହିତ ୧୪-୧୦ ରେ ଆଗୁଆ ରହିଥିଲେ ଏହାପରେ ସେ ପ୍ରଥମ ଗେମ୍ ନିଜ ନାମରେ କରିଥିଲେ । ଲକ୍ଷ ଦ୍ୱିତୀୟ ଗେମରେ ଭଲ ଆରମ୍ଭ କରି ୭-୦ରେ ଆଗୁଆ ରହିଥିଲେ କିନ୍ତୁ ବ୍ରାଜିଲର ଖେଳାଳୀ ୧୭-୧୭ ଅଙ୍କ କରି ସ୍କୋରକୁ ବରାବର କରିଦେଇଥିଲେ ।
ଅବଶ୍ୟ ଭାରତୀୟ ଖେଳାଳୀ ପରପର୍ତ୍ତି ପାଞ୍ଚଟି ମଧ୍ୟରୁ ଚାରଟି ଅଙ୍କ ଜିତି ମୁକାବିଲାକୁ ୧-୧ରେ ଖେଳକୁ ଡ୍ର କରିବାରେ ସଫଳ ହୋଇଥିଲେ । ତୃତୀୟ ଏବଂ ନିର୍ନାୟକ ଗେମରେ ମଧ୍ୟ କଡା ଟକ୍କର ଦେଖିବାକୁ ମିଳିଥିଲା । ବ୍ରେକ୍ ସମୟରେ କୋଏହ୍ଲୋ ୧୧-୮ରେ ଆଗୁଆ ରହିଥିଲେ କିନ୍ତୁ ଲକ୍ଷ ମ୍ୟାଚକୁ ଡ୍ର କରି ବରାବରୀ ହାସଲ କରିଥିଲେ ଏବଂ ମ୍ୟାଚ ଜିତି ଟାଇଟଲ ନିଜ ନାମରେ କରିଥିଲେ ।

Related posts

କାନାଡ଼ା ଓପନ୍‌ ବ୍ୟାଡମିଣ୍ଟନ୍ ଜିତିଲେ ଲକ୍ଷ୍ୟ ସେନ୍‌

Odisha Sports Bureau

ବିଶ୍ୱ ପାରା ବ୍ୟାଡ଼ମିଣ୍ଟନ ବିଜେତା ପ୍ରମୋଦଙ୍କୁ ୩୫ ଲକ୍ଷ ଟଙ୍କା ପୁରସ୍କାର ରାଶି

Odisha Sports Bureau

ସମୀର, ଲକ୍ଷ୍ୟ ଏବଂ ରାହୁଲ ଡଚ୍ ଓପନ୍ ପ୍ରି-କ୍ୱାଟର ଫାଇନାଲରେ

Odisha Sports Bureau