Badminton

ହଂକଂ ଓପନର ସେମିଫାଇନାଲରେ ଶ୍ରୀକାନ୍ତ

(ଓଡିଶା ସ୍ପୋର୍ଟସ): ଭାରତର ଷ୍ଟାର ଖେଳାଳୀ କିଦାମ୍ବୀ ଶ୍ରୀକାନ୍ତ ଶୁକ୍ରବାରଦିନ ଚୀନର ପଞ୍ଚମ ସ୍ଥାନରେ ଥିବା ଚେନ ଲୋଙ୍ଗଙ୍କୁ ଆଘାତ ଲାଗିବା କାରଣରୁ ଖେଳରୁ ବାହାରି ଯିବାରୁ ବ୍ୟାଡମିଣ୍ଟନ ପୁରୁଷ ଏକକର ସେମିଫାଇନାଲରେ ପ୍ରବେଶ କରିଛନ୍ତିି । ବିଶ୍ୱର ୧୩ତମ ସ୍ଥାନରେ ଥିବା ଶ୍ରୀକାନ୍ତ କିନ୍ତୁ ଏଠାରେ ଗୌରବପ୍ରାପ୍ତ ଶ୍ରୀକାନ୍ତ ସେତେବେଳେ ଏହି ଗେମରେ ଆଗରେ ଚାଲୁଥିଲେ, ଯେତେବେଳେ ଲୋଙ୍ଗ ହଟିବାର ନିସ୍ପତି ନେଇଥିଲେ । ଏଥିରେ ଭାରତୀୟ ସଟଲର ବିଡବ୍ଲୁଏଫ୍ ବିଶ୍ୱ ଟୁର ସୁପର ୫୦୦ ଟୁର୍ଣ୍ଣାମେଣ୍ଟର ଶେଷ ଚାରିରେ ପହଞ୍ଚିବାରେ ସଫଳ ହୋଇଛନ୍ତି । ସେ ପ୍ରଥମ ଗେମରେ କେବଳ ୧୫ ମିନିଟରେ ୨୧-୧୩ରେ ଜିତିଥିଲେ । ଏହାପରେ ଲୋଙ୍ଗ ଆଗକୁ ଖେଳିପାରି ନଥିଲେ । ଏଠାରେ ତାଙ୍କର ଚୀନୀ ଶଟଲରଙ୍କ ବିପକ୍ଷରେ ଦ୍ୱିତୀୟ ବିଜୟ ଅଟେ । ଶ୍ରୀକାନ୍ତ ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଭାବେ ଏକା ରହିଛନ୍ତି । ତାଙ୍କର ପରବର୍ତ୍ତି ମୁକାବିଲା ହଂକଂର ଲି ଚେୟୁକ ଇୟୁ ଏବଂ ଡେନମାର୍କର ସପ୍ତମ ସ୍ଥାନରେ ଥିବା ଭିକ୍ଟର ଏକ୍ସେଲସନଙ୍କ ମଧ୍ୟରେ ହେବାକୁ ଥିବା କ୍ୱାଟର ଫାଇନାଲ ମ୍ୟାଚର ବିଜେତାଙ୍କ ମଧ୍ୟରେ ହେବ ।

Related posts

ସତ୍ୱିକ୍ ସାଇରାଜ ଏବଂ ଚିରାଗ ସେଠୀ ସେମିଫାଇନାଲରେ ପରାସ୍ତ

Odisha Sports Bureau

ଫାଇନାଲରେ ପ୍ରବେଶ କଲେ ସୌରଭ, ଋତୁପର୍ଣ୍ଣଙ୍କୁ ମିଳିଲା ପରାଜୟ

Odisha Sports Bureau

ପଦ ପକ୍କା କଲେ ପ୍ରମୋଦ,ବ୍ରାଜିଲ ଯୋଡିକୁ ପରାସ୍ତ କରି କ୍ବାର୍ଟର ଫାଇନାଲରେ

Odisha Sports Bureau