Hockey

ହକି: ଅଲିମ୍ପିକ ଯୋଗ୍ୟତା ହାସଲ ପାଇଁ ଆସନ୍ତାକାଲି ଋଷକୁ ଭେଟିବ ଭାରତ

(ଓଡିଶା ସ୍ପୋର୍ଟସ):  ଆସନ୍ତାକାଲି ଭାରତୀୟ ପୁରୁଷ ହକି ଦଳ ଅଲିମ୍ପିକ ଯୋଗ୍ୟତା ହାସଲ କରିବା ପାଇଁ କଳିଙ୍ଗ ଷ୍ଟାଡିୟମରେ ଋଷ ସହ ମୁକାବିଲା କରିବ । ଦୁଇ ଦିନ ଧରି ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ମ୍ୟାଚରେ ଭାରତକୁ ଋଷକୁ ହାଲୁକା ଭାବେ ନ ନେଇ ନିଜର ସାମର୍ଥ୍ୟ ଅନୁରୂପ ପ୍ରଦର୍ଶନ କରିବାକୁ ପଡିବ । ଅନ୍ୟପକ୍ଷେ ମହିଳା ଦଳକୁ ଆମେରିକାର କଡା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିବ । ଉଭୟ ପୁରୁଷ ଓ ମହିଳା ଭାରତୀୟ ହକି ଦଳ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ପ୍ରବେଶ ପାଇଁ କେବଳ ଦୁଇଟି ମ୍ୟାଚ ଦୁରରେ ରହିଛି । ଦଳର ଅଧିନାୟକ ମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନରେ ଆସନ୍ତାକାଲି ସନ୍ଧ୍ୟା ୮ଟାରେ କଳିଙ୍ଗ ଷ୍ଟାଡିୟମରେ ଋଷକୁ ଭେଟିବ ।
ଉଭୟ ଦଳ ଶୁକ୍ରବାର ଓ ଶନିବାର କ୍ରମାଗତ ଦୁଇଟି ମ୍ୟାଚ ଖେଳିବେ । ଦୁଇ ମ୍ୟାଚର ମୁକାବିଲାରେ ବିଜେତା ଦଳ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ନିଜର ସ୍ଥାନ ସୁନିଶ୍ଚିତ କରିନେବ । ବିଶ୍ୱ ମାନ୍ୟତାରେ ପଞ୍ଚମ ସ୍ଥାନରେ ଥିବା ଭାରତ ଋଷକୁ ସହଜରେ ପରାସ୍ତ କରିପାରିବ ବୋଲି ହକି ପ୍ରେମୀମାନେ ଆଶା ରଖିଛନ୍ତି । ଗୋଟିଏ ମ୍ୟାଚରେ ହାରିଲେ ଭାରତର ଅଲିମ୍ପିକ ସ୍ୱପ୍ନ ଧୁଳିସାତ ହୋଇଯିବ ବୋଲି କୋଚ ଗ୍ରାହମ ରିଡ ବେଶ ଭଲ ଭାବେ ଜାଣିଛନ୍ତି । ତେଣୁ ଭାରତୀୟ ଦଳକୁ ଦୁଇଟି ମ୍ୟାଚରେ ନିଶ୍ଚିତ ବିଜୟ ହାସଲ କରିବାକୁ ଯଥାସାଧ୍ୟ ଚେଷ୍ଟା କରିବାକୁ ପଡିବ ।

Related posts

୪-୧ରେ ହାରିଲା ଇଜିପ୍ଟ

Odisha Sports Bureau

ଫେବୃଆରୀ ୧୮ ରୁ ସୁଲତାନ ଆଜଲାନ ଶାହା ହକି ଟୁର୍ଣ୍ଣାମେଣ୍ଟ

Odisha Sports Bureau

ଭାରତୀୟ ପୁରୁଷ ହକି ଦଳର ବରିଷ୍ଠ ଖେଳାଳି ଲଳିତ କୁମାର ଉପାଧ୍ୟାୟ ଅନ୍ତର୍ଜାତିକ ହକିରୁ ଅବସର ଘୋଷଣା କରିଛନ୍ତି

Leave a Comment