Hockey

ହକି ବିଶ୍ୱକପ : ଆଜି ମୁହାଁମୁହିଁ ହେବେ ଇଂଲଣ୍ଡ ଓ ଭାରତ

ଭୁବନେଶ୍ୱର: ଆଜି ମୁହାଁମୁହିଁ ହେବେ ଇଂଲଣ୍ଡ ଓ ଭାରତ | ବିଜୟରୁ ଏଫଆଇଏଚ ଓଡ଼ିଶା ହକି ପୁରୁଷ ବିଶ୍ୱକପ ଅଭିଯାନ ଆରମ୍ଭ କରିଥିବା ଘରୋଇ ଟିମ ଭାରତ ଆଜି ଇଂଲଣ୍ଡକୁ ଭେଟିବ। ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍‌ ଖେଳାଯିବ। ଗ୍ରୁପ ଡି’ରେ ଥିବା ଉଭୟ ଦଳ ନିଜ ନିଜର ପ୍ରଥମ ମ୍ୟାଚ୍‌ ଜିତିଛନ୍ତି। ତେଣୁ ଆଜି ଜୋରଦାର ଟକ୍କର ହେବ।
ଗ୍ରୁପ୍‌-ଡିର ଦୁଇ ଶକ୍ତିଶାଳୀ ଦଳ ମଧ୍ୟରେ କଡ଼ା ମୁକାବିଲା ଆଶା କରାଯାଉଛି । ଏହି ମ୍ୟାଚ ଜିତି ଗ୍ରୁପ୍‌ର ଶୀର୍ଷ ସ୍ଥାନ ଦଖଲ କରି ନକ୍‌ଆଉଟ ପାଇଁ ଯୋଗ୍ୟତା ପାଇବାକୁ ଉଭୟ ଦଳ ଚେଷ୍ଟା କରିବେ । ଗ୍ରୁପ୍‌ର ଶୀର୍ଷ ସ୍ଥାନ ଦଖଲକାରୀ ଦଳ ସିଧାସଳଖ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟକୁ ଯିବ । େଓ୍ଵଲସ୍‌ ବିପକ୍ଷରେ ଏକତରଫା ଭାବେ ୫-୦ ଗୋଲରେ ବିଜୟୀ ହୋଇଥିଲା ଇଂଲଣ୍ଡ । ଭାରତ ମଧ୍ୟ ପ୍ରଥମ ମ୍ୟାଚ୍‌ରେ ସ୍ପେନକୁ ହରାଇଥିଲା। କିନ୍ତୁ ଗୋଲ ବ୍ୟବଧାନ ୨-୦ ଥିବାରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି।
କିନ୍ତୁ ଘରୋଇ ପରିବେଶରେ ଖେଳୁଥିବାରୁ ଉତ୍ସାହିତ ରହିଛି ଭାରତୀୟ ଦଳ । ସ୍ପେନ୍‌ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଜିତିଥିବାରୁ ଦଳର ମନୋବଳ ବି ଦୃଢ଼ ରହିଛି । ଓଡ଼ିଆ ପୁଅ ଅମିତ ରୋହିଦାସ ଓ ନିଲମ୍‌ ସଞ୍ଜୀବ ଖେସଙ୍କ ଉପରେ ରହିଛି ସମସ୍ତଙ୍କ ନଜର । ଆଜିର ମ୍ୟାଚରେ ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ନାହିଁ । ଇଂଲଣ୍ଡର ଫରଓ୍ଵାର୍ଡ ଲିଆମ୍‌ ଆନସେଲ୍‌ ଭାରତ ପାଇଁ ସମସ୍ୟା ସୃଷ୍ଟି କରି ପାରନ୍ତି ।

Related posts

ଏସୀୟ କ୍ରୀଡ଼ାରେ ଭାରତୀୟ ହକି ଟିମ୍ ସ୍ୱର୍ଣ୍ଣ ପଦକ ହାସଲ କରିଛି

Odisha Sports Bureau

ସ୍ୱର୍ଣ୍ଣ ବିଜୟୀ ହକି ଟିମକୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

Odisha Sports Bureau

ଆଜି ଭାରତ-ପାକିସ୍ତାନ ମୁହାଁମୁହିଁ

Odisha Sports Bureau