Hockey

ଏସୀୟ କ୍ରୀଡ଼ାରେ ଭାରତୀୟ ହକି ଟିମ୍ ସ୍ୱର୍ଣ୍ଣ ପଦକ ହାସଲ କରିଛି

ବ୍ୟୁରୋ: ଭାରତକୁ ଆଉ ଏକ ସ୍ୱର୍ଣ୍ଣ । ଏସୀୟ କ୍ରୀଡ଼ା ୨୦୨୩ରେ ଭାରତୀୟ ହକି ଟିମ୍ ସ୍ୱର୍ଣ୍ଣ ପଦକ ହାସଲ କରିଛି। ଫାଇନାଲ୍ରେ ଟିମ୍ ଇଣ୍ଡିଆ ଗତ ଥରର ଚାମ୍ପିୟନ୍ ଜାପାନକୁ ୫-୧ରେ ହରାଇ ଦେଇଛି। ଏହା ପୂର୍ବରୁ ପୁଲ୍ ରାଉଣ୍ଡ୍ରେ ମଧ୍ୟ ଭାରତ ଏବଂ ଜାପାନ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା, ଯେଉଁଥିରେ ଭାରତ ୪-୨ରେ ବିଜୟ ହାସଲ କରିଥିଲା।
ଏସୀୟ କ୍ରୀଡ଼ା ପୁରୁଷ ହକିରେ ଭାରତ ସ୍ୱର୍ଣ୍ଣ ଜିତିଛି। ଚତୁର୍ଥ ଥର ପାଇଁ ଏସୀୟ କ୍ରୀଡ଼ା ହକି ସ୍ୱର୍ଣ୍ଣ ଜିତିଛି ଟିମ୍ ଇଣ୍ଡିଆ। ଏହି ସ୍ୱର୍ଣ୍ଣ ସହିତ ଭାରତୀୟ ହକି ଦଳ ୨୦୨୪ରେ ପ୍ୟାରିସରେ ଖେଳା ଯିବାକୁ ଥିବା ଅଲିମ୍ପିକ୍ ଗେମ୍ସ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛି।
ଫାଇନାଲ୍ ମ୍ୟାଚ୍ରେ ଭାରତ ତରଫରୁ ଅତ୍ୟନ୍ତ ଚମତ୍କାର ଖେଳ ଦେଖିବାକୁ ମିଳିଥିଲା। ଭାରତ ସାମ୍ନାରେ ପ୍ରତିଦ୍ୱନ୍ଦ୍ୱୀ ଜାପାନ ମାତ୍ର ଗୋଟିଏ ଗୋଲ୍ ଦେବାରେ ସକ୍ଷମ ହୋଇଥିଲା।

Related posts

ସ୍ୱର୍ଣ୍ଣ ବିଜୟୀ ହକି ଟିମକୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

Odisha Sports Bureau

ଜୁନିୟର ମହିଳା ହକି ଦଳର କ୍ୟାମ୍ପ୍‌ରେ ୩ ଓଡ଼ିଆ

Odisha Sports Bureau

ଆଜି ହକି ବିଶ୍ୱକପରେ ପାକିସ୍ତାନର ଅଭିଯାନ ଆରମ୍ଭ

Odisha Sports Bureau