Cricket

ହଲ୍ ଅଫ୍ ଫେମରେ ସଚିନ

(ଓଡିଶା ସ୍ପୋର୍ଟ): କ୍ରିକେଟର ଭଗବାନ ଭାବେ ପରିଚିତ ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଏକ ବଡ଼ ସମ୍ମାନ । ଆଇସିସି ଏହି ସମ୍ମାନ ସଚିନଙ୍କୁ ପ୍ରଦାନ କରିଛି । ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ୍ ବା ଆଇସିସି ହଲ୍ ଅଫ୍ ଫେମ୍ରେ ସାମିଲ ହୋଇଛନ୍ତି ସଚିନ୍ । ଏହି ସମ୍ମାନ ପାଇବାରେ ସଚିନ୍ ହେଉଛନ୍ତି ଷଷ୍ଠ ଭାରତୀୟ କ୍ରିକେଟର । ଲଣ୍ଡନରେ ହେଉଥିବା ସମାବେଶରେ ଆଇସିସିର ମୁଖ୍ୟ କାର୍ୟ୍ୟ ନିର୍ବାହୀ ଅଧିକାରୀ ମନୁ ସାହାନୀ କହିଛନ୍ତି, ୨୦୧୯ ପାଇଁ ଆଇସିସି କ୍ରିକେଟ ହଲ ଅଫ ଫେମରେ ସଚିନ, ଏଲନ ଏଭଂ କେଥରିନଙ୍କ ନାମ ଘୋଷଣା କରିଛି ।

ପୂର୍ବରୁ ବିଶନ ସିଂହ ବେଦୀ, କପିଲ ଦେବ, ସୁନୀଲ ଗାଭାସ୍କର, ଅନିଲ କୁମ୍ବଲେ ଓ ରାହୁଲ ଦ୍ରାବିଡ଼ ପୂର୍ବରୁ ଏହି ସମ୍ମାନ ପାଇଛନ୍ତି । ୧୦୦ଟି ଅନ୍ତର୍ରାଷ୍ଟ୍ରୀୟ ଶତକ ହାସଲ କରିବାରେ ସଚିନ୍ ହେଉଛନ୍ତି ବିଶ୍ୱର ଏକମାତ୍ର କ୍ରିକେଟର। ଟେଷ୍ଟରେ ୫୧ଟି ଓ ଦିନିକିଆରେ ୪୯ଟି ଶତକ ହାସଲ କରିଛନ୍ତି । ଟେଷ୍ଟ ମ୍ୟାଚ୍ରେ ସବୁଠୁ ଅଧିକ ରନ୍ କରିବାର ରେକର୍ଡ ତେନ୍ଦୁଲକରଙ୍କ ନାଁରେ ରହିଛି । ୨୦୦ଟି ଟେଷ୍ଟ ମ୍ୟାଚ୍ ଖେଳିବାରେ ସଚିନ୍ ହେଉଛନ୍ତି ବିଶ୍ୱର ଏକମାତ୍ର କ୍ରିକେଟର । ହଲ୍ ଅଫ୍ ସମ୍ମାନ ପାଇବା ପରେ ସଚିନ୍ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳୁଛି । ପୂର୍ବତନ ଶ୍ରୀଲଙ୍କା କ୍ରିକେଟର ଟ୍ଵିଟ୍ କରି ସଚିନ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଆଇସିସି ହଲ୍ ଅଫ୍ ଫେମ୍ର ଉଦ୍ଦେଶ୍ୟ ହେଉଛି, କ୍ରିକେଟ ଇତିହାସରେ ବରିଷ୍ଠ ଖେଳାଳିଙ୍କ ଉପଲବ୍ଧିକୁ ଜାଣି ସେମାନଙ୍କୁ ସମ୍ମାନିତ କରିବା । ଫେଡେରେସନ୍ ଅଫ୍ ଇଣ୍ଟରନେସନାଲ କ୍ରିକେଟ ଆସୋସିଏସନ୍ ସହାୟତାରେ ଏହାକୁ ଆରମ୍ଭ କରାଯାଇଥିଲା । ପ୍ରଥମେ ଏଥିରେ ୫୫ ଜଣ ଖେଳାଳି ସାମିଲ ହୋଇଥିଲେ ।

Related posts

ଭାରତ ପାକିସ୍ତାନ ମୁକାବିଲା

ରୋହିତ ଶର୍ମା ଏବଂ ଜୟ ଶାହଙ୍କ ଉପସ୍ଥିତିରେ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳର ଜର୍ସି ଉନ୍ମୋଚନ

ଦିଲ୍ଲୀକୁ ହରାଇ ଶୀର୍ଷରେ ଚେନ୍ନାଇ

Leave a Comment