Cricket

ୟୁପିକୁ ହରାଇ କ୍ବାର୍ଟରଫାଇନାଲରେ ଓଡ଼ିଶା

କଟକ : ଆନ୍ତଃରାଜ୍ୟ ମହିଳା ଦିନିକିଆରେ ୟୁପିକୁ ହରାଇ କ୍ବାର୍ଟରଫାଇନାଲରେ ପହଞ୍ଚିଛି ଓଡ଼ିଶା । ବାଙ୍ଗାଲୋରରେ ମହିଳା ଆନ୍ତଃରାଜ୍ୟ ଦିନିକିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ନକ୍ଆଉଟ ପର୍ୟ୍ୟାୟ ଶନିବାର ଆରମ୍ଭ ହୋଇଛି। ଏହାର ପ୍ରିକ୍ବାର୍ଟରଫାଇନାଲ ମ୍ୟାଚ୍ରେ ଉତ୍ତର ପ୍ରଦେଶକୁ ୧୩ ରନ୍ରେ ପରାସ୍ତ କରି ଓଡ଼ିଶା କ୍ବାର୍ଟରଫାଇନାଲରେ ପ୍ରବେଶ କରିଛି।

ସାମୂହିକ ଯୋଗଦାନ ବଳରେ ପ୍ରଥମେ ବ୍ୟାଟିଂକରି ଓଡ଼ିଶା ୨୪ ଓଭରରେ ୫ ୱିକେଟ ହରାଇ ୧୦୦ ରନ୍ କରିଥିଲା। ପରେ ଓଡ଼ିଶାର ଅଫ୍ସ୍ପିନର ରାସାନ୍ନାରା ପରୱିନ ୩ଟି ୱିକେଟ ନେବାରୁ ୟୁପି ୨୧.୪ ଓଭରରେ ୮୭ ରନ୍କରି ଅଲ୍ଆଉଟ ହୋଇ ଯାଇଥିଲା। ୧୫ରେ ଭାରତୀୟ ରେଳବାଇ ବିପକ୍ଷରେ ଓଡ଼ିଶା କ୍ବାର୍ଟରଫାଇନାଲ ଖେଳିବ। ଗ୍ରୁପ୍ ପର୍ୟ୍ୟାୟରେ ଓଡ଼ିଶାକୁ ୮ ୱିକେଟରେ ରେଳବାଇ ପରାସ୍ତ କରିଥିଲା। ଖରାପ ପାଗ ଯୋଗୁଁ ବିଳମ୍ବରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍ ୨୪ ଓଭର ବିଶିଷ୍ଟ ହୋଇଥିଲା।

Related posts

ଆଇଏସ୍‌ଏଲ ଲିଗ : ଓଡ଼ିଶା ଏଫସି ତାର ପ୍ରଥମ ମ୍ୟାଚରେ ପରାଜୟ

Odisha Sports Bureau

ଅନ୍ତିମ ଟି-୨୦, ଭାରତ ଆଗରେ ୨୧୩ର ବିଜୟ ଲକ୍ଷ୍ୟ

Odisha Sports Bureau

ଦୃଷ୍ଟିବାଧିତ ଭାରତୀୟ ମହିଳା କ୍ରିକେଟ୍‌ ଦଳରେ ଓଡ଼ିଶାରୁ ୪

Odisha Sports Bureau