Badminton

ୟୁରୋପିୟ ଓପନ କ୍ୱାଟର ଫାଇନାଲରେ ପ୍ରବେଶ କଲେ ଏଣ୍ଡି ମରେ

(ଓଡିଶା ସ୍ପୋର୍ଟସ): ବ୍ରିଟେନର ପୂର୍ବତନ ନଂ୧ ଖେଳାଳୀ ଏଣ୍ଡି ମରେ ୟୁରୋପିୟ ଓପନ ଟେନିସ ଟୁର୍ଣ୍ଣାମେଣ୍ଟର କ୍ୱାଟର ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିନେଇଛନ୍ତି । ମରେ ଭଲ ପ୍ରଦର୍ଶନ କରି ରାଉଣ୍ଡ ଅଫ୍-୧୬ର ମ୍ୟାଚରେ ଅରୁଗ୍ୱେର ପାଲ୍ୱୋ କୁୁଏଭାସଙ୍କୁ ୬-୪, ୬-୩ ସିଧା ସେଟରେ ପରାସ୍ତ କରିଛନ୍ତି । ମରେ ଓ କୁଏଭାସଙ୍କ ମଧ୍ୟରେ ଏହି ମୁକାବିଲା ମୋଟ ୮୪ ମିିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ପାଦରେ ଆଘାତ ଲାଗି ପର୍ତ୍ତ୍ୟାବର୍ତନ ପରେ ଏଟିପିର ଦୂର ସ୍ତର ପରେ ମରେଙ୍କ ଏହା କେବଳ ଷଷ୍ଠ ବିଜୟ ଅଟେ । ଦୁଇଥର ଭିମ୍ବଲଣ୍ଡନ ଚମ୍ପିଆନ ୩୬ ବର୍ଷିୟ ମରେ ଏବେ ଅନ୍ତିମ-୮ ରେ ରୋମାନିଆର ୱାଲର୍ଡ ନଂ ୯୨ ମେରିଉସ କୋପିଲଙ୍କ ସାମ୍ନର କରିବେ ।
ୱାଲର୍ଡ ନଂ ୪୫ କୁଏବାସ ମରେଙ୍କ ବିପକ୍ଷରେ ଫଳାଫଳକୁ ବଦଳାଇବା ପାଇଁ ପୁରା ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କୁ ସଫଳତା ମିଳି ନ ଥିଲା । ସେ ସେଟରେ ୭ ବ୍ରେକ୍ ପଏଣ୍ଟ ବଞ୍ଚାଇଥିଲେ । ପ୍ରଥମ ସେଟରେ ମରେଙ୍କୁ ବିଜୟରୁ ଅଟକାଇପାରି ନ ଥିଲେ । ଦ୍ୱିତୀୟ ସେଟରେ ମଧ୍ୟ ମରେଙ୍କ ପ୍ରଭାବ ଦେଖିବାକୁ ମିଳିଥିଲା ଏବଂ ସେ ବହୁତ ସହଜରେ ସେଟ ଜିତି ମୁକାବିଲାକୁ ନିଜ ନାମରେ କରିଥିଲେ ।

Related posts

ଦକ୍ଷିଣ ଏସିଆ ଖେଳର ପଞ୍ଚମ ଦିନରେ ଭାରତୀୟ ଖେଳାଳୀମାନେ ଜିତିଲେ ୪୧ ପଦକ, ଭାରତର ପଦକ ସଂଖ୍ୟା ୧୭୮ରେ ପହଞ୍ଚିଛି

Odisha Sports Bureau

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨

Odisha Sports Bureau

ଏବେ ସୁପର ୩୦ରେ ଆସିବା ଲକ୍ଷ ସେନଙ୍କ

Odisha Sports Bureau