Cricket

୧୫ ବର୍ଷ ପୂରଣ କଲେ ଧୋନୀ

(ଓଡ଼ିଶା ସ୍ପୋର୍ଟ): ଭାରତୀୟ କିକ୍ରେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ତାଙ୍କ କ୍ୟାରିୟର ୧୫ ବର୍ଷ ପୂରଣ କରିଛନ୍ତି । ଧୋନୀ ୨୦୦୪ ମସିହା ଆଜିର ଦିନରେ ଅର୍ଥାତ ୨୩ ଡିସେମ୍ବରରେ ବାଂଲାଦେଶ ବିପକ୍ଷରେ ଦିନିକିଆରେ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଥମ ମ୍ୟାଚରେ ଭାଗ୍ୟ ଧୋନୀଙ୍କୁ ପକ୍ଷରେ ଯାଇନଥିଲା। ଏହି ମ୍ୟାଚରେ ଖାତା ନଖୋଲି ରନ୍ ଆଉଟ୍ ହୋଇ ପ୍ୟାଭିଲିୟନ ଫେରିଥିଲେ ଧୋନୀ। କିନ୍ତୁ ପରେ ଭାରତକୁ ଟି-୨୦ ବିଶ୍ୱକପ୍, ୨୦୧୧ ଦିନିକିଆ ବିଶ୍ୱକପ୍ ଚାମ୍ପିୟନ ଟ୍ରଫି ଜିତାଇଥିଲେ ଧୋନୀ। ବର୍ତ୍ତମାନ ସୁଦ୍ଧା ଧୋନୀ ୩୫୦ ଟି ଦିନିକିଆ ଖେଳି୧୦,୭୭୩ ରନ କରିଛନ୍ତି। ଏଥିରେ ୧୦ ଟି ଶତକ ଏବଂ ୭୩ ଟି ଅର୍ଦ୍ଧଶତକ ସାମିଲ ରହିଛି। ଦିନିକିଆରେ ୧୮୩ ରନ ହେଉଛି ମାହିଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର।

ବିଶ୍ବର ଶ୍ରେଷ୍ଠ ଫିନିସର ଭାବେ ପରିଚିତ ଧୋନୀ ୨୦୦୫ ମସିହା ଡିସେମ୍ବର ମାସରେ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ। ୯୦ଟି ଟେଷ୍ଟ ମ୍ୟାଚ ଖେଳିଥିବା ଧୋନୀ ୪୮୭୬ ରନ ସଂଗ୍ରହ କରିଛନ୍ତି। ଏଥିରେ ଗୋଟିଏ ଦ୍ବିଶତକ , ୬ଟି ଶତକ ଏବଂ ୩୩ଟି ଅର୍ଦ୍ଧଶତକ ସାମିଲ ରହିଛି। ଟେଷ୍ଟ କ୍ରିକେଟରୁ ଧୋନୀ ଅବସର ନେଇ ସାରିଛନ୍ତି। ଶେଷ ଟେଷ୍ଟ ମ୍ୟାଚ ୨୦୧୪ ଡିସେମ୍ବର ୨୬ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ ଧୋନୀ।

ଷ୍ଟମ୍ପ ପଛରେ ନିଜର ବିଜକ୍ଷଣ ବୁଦ୍ଧିଯୋଗୁ ବିପକ୍ଷ ଦଳକୁ ଅଡୁଆରେ ପକାଉଥିବା କ୍ୟାପଟେନ କୁଲ ଧୋନୀ ୨୦୦୬ ଡିସେମ୍ବର ୧ ସାଉଥ୍ ଆଫ୍ରିକା ବିପକ୍ଷରେ ଟି-୨୦ ଡେବ୍ୟୁ କରିଥିଲେ। ବର୍ତ୍ତମାନ ସୁଦ୍ଧା ଧୋନୀ ୯୮ ଟି-୨୦ ଖେଳି ୧୨୮୨ ରନ କରିଛନ୍ତି । ଏଥିରେ ୨ ଟି ଅର୍ଦ୍ଧଶତକ ସାମିଲ ରହିଛି। ୨୦୧୯ ବିଶ୍ବକପ ପରଠୁ କ୍ରିକେଟରୁ ଦୁରେଇ ଅଛନ୍ତି ମାହି। ମାହି ଯଥାଶିଘ୍ର କ୍ରିକେଟକୁ ଫେରବା ନେଇ ଆଶାବାଦୀ ଅଛନ୍ତି ପ୍ରଶଂସକ। ଭାରତୀୟ କ୍ୟାପଟେନ ଭାବେ ଧୋନୀ ୨୦୦୭ରେ ଟି-୨୦ ବିଶ୍ବକପ ଏବଂ ୨୦୧୧ରେ ଦିନିକିଆ ବିଶ୍ବକପରେ ଭାରତକୁ ବିଜୟୀ କରିଛନ୍ତି।

Related posts

ଟେଷ୍ଟ ମାନ୍ୟତାରେ ଭାରତ,କୋହଲି ନମ୍ବର ୧

ନିର୍ଣ୍ଣାୟକ ମୋଡ଼ରେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ, ICC ସମ୍ମୁଖରେ 3ଟି ସର୍ତ୍ତ ରଖିଲା PCB

Odisha Sports Bureau

ଋଷଭଙ୍କ ହସ୍ପିଟାଲ ଫଟୋ ସେୟାର କରି ଟ୍ରୋଲ ହେଉଛନ୍ତି ଉର୍ବଶୀ !

Odisha Sports Bureau