More Sports

୨୫ ରୁ ୬୮ତମ ସିନିୟର ଜାତୀୟ ଭଲିବଲ୍ ଚାମ୍ପିୟନସିପ୍ ୨୦୧୯ ଅନୁଷ୍ଠିତ

(ଓଡ଼ିଶା ସ୍ପୋର୍ଟ):  କିଟ୍ ପରିସରରେ ଆସନ୍ତା ୨୫ ତାରିଖରୁ ୬୮ତମ ସିନିୟର ଜାତୀୟ ଭଲିବଲ୍ (ପୁରୁଷ ଓ ମହିଳା) ଚାମ୍ପିୟନସିପ୍ ୨୦୧୯ ଅନୁଷ୍ଠିତ ହେବାକୁ ଯାଉଛି । କିଟ୍ ବିଶ୍ୱବିଦ୍ୟାଳୟ, ଭାରତୀୟ ଭଲିବଲ୍ ସଂଘ ଓ ଓଡ଼ିଶା ଭଲିବଲ୍ ସଂଘର ମିଳିତ ସହଯୋଗରେ ଅନୁଷ୍ଠିତ ହେବାକୁ ଥିବା ଏହି ଚାମ୍ପିୟନସିପ୍ ୨୦୨୦ ଜାନୁଆରୀ ୨ ତାରିଖ ପର୍ୟ୍ୟନ୍ତ ଚାଲିବ । ଏଥିରେ ସମଗ୍ର ଦେଶରୁ ୭୦ ଟି ଦଳ ଭାଗ ନେଉଛନ୍ତି । ଏହି ଚାମ୍ପିୟନସିପରେ ୧୨ ଶହରୁ ଅଧିକ ଖେଳାଳି ଓ ଅଫିସିଆଲ୍ ଯୋଗ ଦେଉଛନ୍ତି । ପୁରୁଷ ବର୍ଗରେ ୩୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ମହିଳା ବର୍ଗରେ ୨୭ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଅଂଶଗ୍ରହଣ କରୁଛନ୍ତି । ଭୁବନେଶ୍ୱର ଏବେ ଭାରତର କ୍ରୀଡା ରାଜଧାନୀ ଭାବେ ପରିଚିତ ହୋଇଥିବା ବେଳେ ଏଥିରେ କିଟର ଯୋଗଦାନ ମଧ୍ୟ ରହିଛି । କେବଳ ଭଲିବଲ୍ ନୁହେଁ କିଟ୍ ଓ କିସ୍ ବିଭିନ୍ନ ପ୍ରକାର ଖେଳକୁଦ ଏବଂ କ୍ରୀଡାବିତଙ୍କୁ ସର୍ବଦା ପ୍ରୋତ୍ସାହନ ଦେଇ ଆସୁଛି ।

ଏହି ପରିପ୍ରେକ୍ଷୀରେ ସୋମବାର ଭୁବନେଶ୍ୱରରେ ଅନୁଷ୍ଠିତ ସମ୍ବାଦିକ ସମ୍ମିଳନୀରେ ଆୟୋଜନ କମିଟି ସଭାପତି ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଓଡ଼ିଶା ଭଲିବଲ୍ ଆସୋସିଏସନର ସଭାପତି ଇଂ. ସୁବୋଧ କୁମାର ରାଉତରାୟ, କାର୍ୟ୍ୟକାରୀ ସଭାପତି ସଞ୍ଜୟ କୁମାର ଦାସ, ଆୟୋଜନ କମିଟି ସଂପାଦକ ତଥା କିଟ୍ ବିଶ୍ୱବିଦ୍ୟାଳୟର କ୍ରୀଡା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ରହି ଏ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପ୍ରଥମ ଥର ଲାଗି ଓଡ଼ିଶାରେ ବରିଷ୍ଠ ଜାତୀୟ ଭଲିବଲ୍ ଚାମ୍ପିୟନସିପ୍ ଅନୁଷ୍ଠିତ ହେବାକୁ ଯାଉଛି । ଏହାର ସମସ୍ତ ମ୍ୟାଚ୍ କିଟରେ ଥିବା ଇଣ୍ଡୋର ଷ୍ଟାଡିୟମରେ ଖେଳାଯିବ । କିଟର ବ୍ୟାପକ ଓ ଅତ୍ୟାଧୂନିକ କ୍ରୀଡା ଭିତ୍ତିଭୂମି ଓ ଆନୁଷଙ୍ଗିକ ସୁବିଧା ରହିଥିବାରୁ ଏଠାରେ ବରିଷ୍ଠ ଜାତୀୟ ଭଲିବଲ୍ ଚାମ୍ପିୟନସିପ୍ କରିବା ପାଇଁ ଭାରତୀୟ ଭଲିବଲ୍ ସଂଘ ଓ ଓଡ଼ିଶା ଭଲିଭଲ୍ ସଂଘ କିଟକୁ ଏହି ସୁଯୋଗ ଦେଇଛନ୍ତି । ଏଭଳି ବ୍ୟାପକ ଓ ଅତ୍ୟାଧୂନିକ କ୍ରୀଡା ଭିତ୍ତିଭୂମି ଓ ଆନୁଷଙ୍ଗିକ ସୁବିଧା ଥିବା ଶିକ୍ଷାନୁଷ୍ଠାନ ମଧ୍ୟରେ କିଟ୍ ହେଉଛି ଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ । ଏଠାରେ ବର୍ଷ ତମାମ୍ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥାଏ ।

Related posts

ଅଲମ୍ପିକ୍ ଟିକେଟ୍ ହାସଲ କରିବା ଲକ୍ଷ୍ୟରେ ବିଶ୍ୱ କପରେ ଓହ୍ଲାଇବେ ଦୀପା କର୍ମକାର

Odisha Sports Bureau

ଏସିଆ ଚମ୍ପିଆନଶିପରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଲେ କୁଶାଗ୍ର ରାୱତ

Odisha Sports Bureau

ମିଷ୍ଟର ସାଉଥ ଏସିଆ ଟାଇଟଲ ହାସଲ କଲେ ବଡ଼ିବିଲ୍ଡର ରବିନ୍ଦର କୁମାର