More Sports

ବିନା ହାତରେ ସ୍ନୁକର ଗେମ୍ ଜିତି ଉତ୍ସାହ ଦେଖାଇଲେ ଇକ୍ରାମ

(ଓଡିଶା ସ୍ପୋର୍ଟସ୍): ମହମ୍ମଦ ଇକ୍ରାମ ରବିବାର ଦିନ ପାକିସ୍ତାନର ପଞ୍ଜାବ ପ୍ରଦେଶର ସାମୁଣ୍ଡାରୀ ସହରର ଏକ ସ୍ଥାନୀୟ କ୍ଲବରେ ସ୍ନୁକର ଖେଳୁଛନ୍ତି । ଇକ୍ରାମ କ୍ୟୁ ଷ୍ଟିକ୍ ବିନା ଖେଳନ୍ତି ଏବଂ ସେ ନିଜ ଥୋଡି ସହିତ ବଲ୍ (କ୍ୟୁ ବଲ୍) କୁ ହିଟ୍ କରି ଏହାକୁ ଆୟତ୍ତ କରିଥାନ୍ତି । ଇକ୍ରାମ କହିଛନ୍ତି ଯେ ଭଗବାନ ମୋତେ ହାତ ଦେଇ ନାହାଁନ୍ତି କିନ୍ତୁ ଆତ୍ମା ଦେଇଛନ୍ତି ଯାହା ମୁଁ ମୋର ସ୍ୱପ୍ନକୁ ପୂରଣ କରିବା ପାଇଁ ବ୍ୟବହାର କରିପାରିବି । ବିନା ହାତରେ ଜନ୍ମ ହୋଇଥିବା ଇକ୍ରାମ ପ୍ରଥମେ ଦଶ ବର୍ଷ ବୟସରେ ପୁଲ୍ ଟେବୁଲରେ ଖେଳିଥିଲେ । ସେବେଠାରୁ ଖେଳ ତାଙ୍କ ମନରେ ସ୍ଥିର ହେଲା ଏବଂ ସେ ସର୍ବଦା ଏହାକୁ ବିନା ହାତରେ ଜାରି ରଖିବାକୁ ଚାହିଁଲେ ।ଇକ୍ରାମ କେବଳ ଏହି କ୍ଲବରେ ଖେଳନ୍ତି । ସେ ତିନୋଟି ସ୍ଥାନୀୟ ପ୍ରତିଯୋଗିତାରେ ମଧ୍ୟ ଜିତିଛନ୍ତି । ଇକ୍ରାମ କହିଛନ୍ତି ଯେ ‘ମୁଁ ଏପରି ଅନେକ ସ୍ନୁକର ଖେଳାଳିଙ୍କୁ ଭେଟିଛି ଯେଉଁମାନେ କୁହନ୍ତି ଯେ ମୁଁ ବହୁତ ଭଲ ଖେଳେ ଏବଂ ମୁଁ ପାକିସ୍ତାନ ପାଇଁ ବହୁତ ଭଲ କରିପାରେ । ମୁଁ ଆଶା କରୁଛି ଯେ ମୁଁ ଦେଶ ବାହାରେ ଯାଇ ଅନ୍ୟ ଲୋକଙ୍କ ସାମ୍ନାରେ ଖେଳିପାରିବି । ସ୍ନୁକର ପାରାଲିମ୍ପିକ୍ ଗେମ୍ସର ଏକ ଅଂଶ ଥିଲା କିନ୍ତୁ ୧୯୮୮ ରେ ଏହାକୁ ବାହାର କରିଦିଆଯାଇଥିଲା ।

Related posts

କ୍ରୀଡାବିତଙ୍କ ପାଇଁ ଭତ୍ତା ରାଶି ବଢାଇଲେ ମୁଖ୍ୟମନ୍ତ୍ରୀ

Odisha Sports Bureau

ବହରେନ ଗ୍ରାଣ୍ଡ ପ୍ରିକ୍ସରେ ରୋମେନ ଗ୍ରୋସେନ ଦୁର୍ଘଟଣାର ଶିକାର

Odisha Sports Bureau

ବିଶ୍ୱ ମୁଷ୍ଟିଯୋଦ୍ଧା ଚମ୍ପିଆନସିପରେ ୧୯ ବର୍ଷିୟ ମଞ୍ଜୁ ଜିତିଲେ ରୌପ୍ୟ

Odisha Sports Bureau