Football

୨୪ରୁ ଭାରତୀୟ ମହିଳା ଫୁଟ୍‌ବଲ ଲିଗ୍‌ ୨୦୧୯-୨୦

(ଓଡ଼ିଶା ସ୍ପୋର୍ଟର୍ସ ): ଭାରତୀୟ ମହିଳା ଫୁଟ୍‌ବଲ ଲିଗ୍‌ ୨୦୧୯-୨୦ର ଫାଇନାଲ ରାଉଣ୍ଡ ଆସନ୍ତା ୨୪ତାରିଖରୁ ବେଙ୍ଗାଲୁରୁଠାରେ ଖେଳାଯିବ। ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ତରଫରୁ ଗୁରୁବାର ସୂଚନା ଦିଆଯାଇଛି। ଟୁର୍ନାମେଣ୍ଟର ଚତୁର୍ଥ ସଂସ୍କରଣରେ ସମଗ୍ର ଦେଶରୁ ୧୨ଟି ମହିଳା ଫୁଟ୍‌ବଲ କ୍ଲବ ଅଂଶଗ୍ରହଣ କରିବେ। ଜୋନାଲ ରାଉଣ୍ଡ ଜରିଆରେ ଏହି ଦଳଗୁଡ଼ିକ ବେଙ୍ଗାଲୁରୁ ଫାଇନାଲ ରାଉଣ୍ଡ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ମଣିପୁର, ଗୁଜରାଟ, ମହାରାଷ୍ଟ୍ର, ଗୋଆ, ତାମିଲନାଡୁ, ଓଡ଼ିଶା, ପଶ୍ଚିମବଙ୍ଗ, ପଞ୍ଜାବ, କର୍ନାଟକରୁ ମହିଳା ଫୁଟ୍‌ବଲ ଦଳ ବ୍ୟତୀତ ଅବଶିଷ୍ଟ ଭାରତୀୟ ଜୋନ୍‌ରୁ ଦୁଇଟି ଦଳ ଏଥିରେ ଭାଗନେବେ। ୧୨ଟି ଦଳକୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯିବ। ପ୍ରତି ଗ୍ରୁପ୍‌ର ୬ଟି ଦଳ ପରସ୍ପର ସହିତ ଖେଳିବେ। ପ୍ରତି ଗ୍ରୁପ୍‌ରୁ ଶ୍ରେଷ୍ଠ ଦୁଇ ଦଳ ସେମିଫାଇନାଲକୁ ଉନ୍ନୀତ ହେବେ। ଟୁର୍ନାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ ମଣିପୁରର କ୍ରିଫ୍‌ସା ଏଫ୍‌ସି ଏବଂ କର୍ନାଟକର କିକ୍ସ ଷ୍ଟାର୍ଟ ଦଳ ମଧ୍ୟରେ ହେବ। ଫାଇନାଲ ମ୍ୟାଚ ଫେବୃୟାରୀ ୧୩ରେ ଖେଳାଯିବ।

Related posts

କଳିଙ୍ଗରେ ନେରୋକା- ଆରୋଜ୍ ଭେଟ

Odisha Sports Bureau

ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ

ମାର୍କସ ଥୁରମଙ୍କୁ ଜୋରିମନା

Odisha Sports Bureau