Cricket

୫୦ଉଇକେଟ ନେଇ ଧୋନିଙ୍କୁ ପଛରେ ପକାଇଲେ ଋିଷଭ

(ଓଡିଶାସ୍ପୋର୍ଟସ ): ଟେଷ୍ଟ କ୍ରିକେଟରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ପଛରେ ପକାଇଲେ ଯୁବ ଉଇକେଟକିପର ରିଷଭ ପନ୍ତ । ୫୦ ଉଇକେଟ ନେବାରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ପଛରେ ପକାଇ ଦେଇଛନ୍ତି ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ। କ୍ୟାରିୟରର ୧୧ତମ ଟେଷ୍ଟ ଖେଳୁଥିବା ପନ୍ତ ରବିବାର ଏହି ସଫଳତା ପାଇଛନ୍ତି। ସବିନା ପାର୍କଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ମ୍ୟାଚ୍ରେ ଈଶାନ୍ତ ଶର୍ମାଙ୍କ ବଲରେ କ୍ରେଗ ବ୍ରାଥଓ୍ବେଟଙ୍କ କ୍ୟାଚ୍ ଧରିଥିଲେ। ଭେଟେରାନ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କୁ ଏହି ମାଇଲଷ୍ଟୋନ ସ୍ପର୍ଶ କରିବାରେ ୧୫ ଟେଷ୍ଟ ଲାଗିଥିଲା। ଗତ ଡିସେମ୍ବରରେ ୨୧ ବର୍ଷୀୟ ପନ୍ତ ଗୋଟିଏ ମ୍ୟାଚ୍ରେ ଉଇକେଟକିପର ଭାବେ ସର୍ବାଧିକ ୧୨ କ୍ୟାଚ୍ ନେବା ରେକର୍ଡର ଅଧିକାରୀ ହୋଇଥିଲେ। ଏଥିପୂର୍ବରୁ ଏହି ରେକର୍ଡ ଇଂଲଣ୍ଡ ଷ୍ଟମ୍ପର ଜ୍ୟାକ ରସେଲ ଓ ଏବି ଡି’ଭିଲୟର୍ସ (୧୧)ଙ୍କ ନାମରେ ଥିଲା।

Related posts

ହିଟମ୍ୟାନଙ୍କ ହାତରେ ବଡ ସଫଳତା

Odisha Sports Bureau

ବିଶ୍ୱକପ୍ ବିଜେତା ନେଇ କ’ଣ କହୁଛି ଗଣିତ ? ୨୦୨୩ରେ ରିପିଟ୍ ହେବ କି ୨୦୧୫ ଓ ୨୦୧୯ର ବିଶ୍ୱକପର ଇତିହାସ

Odisha Sports Bureau

ରିଷଭଙ୍କ ଫ୍ୟାନକୁ ଝଟକା,WTC ପରେ ଏବେ ଏସିଆ କପ୍ ଓ ବିଶ୍ୱକପରୁ ବାଦ ପଡିଛନ୍ତି

Odisha Sports Bureau