More Sports

୫୯ତମ ଜାତୀୟ ଆଥଲେଟିକ୍ସ ଚାମ୍ପିୟନଶିପ: ଦୂତୀ ,ଅମିୟଙ୍କୁ ସ୍ୱର୍ଣ୍ଣ

(ଓଡିଶା ସ୍ପୋର୍ଟସ):  ଓଡ଼ିଶା ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ଓ ଅମିୟ ମଲିକ୍ ୫୯ତମ ଜାତୀୟ ଆଥଲେଟିକ୍ସ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଫାଇନାଲରେ ଦୂତୀ ନିର୍ଦ୍ଧାରିତ ଦୂରତାକୁ ୧୧.୨୫ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି। ସେହିପରି ଏହି ଇଭେଣ୍ଟରେ ତାମିଲନାଡୁର ଅର୍ଚ୍ଚନା ସୁଶୀନ୍ଦ୍ରନ୍ ୧୧.୫୪ ସେକେଣ୍ଡରେ ଦ୍ୱିତୀୟ ସ୍ଥାନ ସହ ରୌପ୍ୟ ଏବଂ ରେଲୱେର ହିମାଶ୍ରୀ ରୟ ୧୧.୫୭ ସେକେଣ୍ଡ ସମୟରେ ତୃତୀୟ ସ୍ଥାନ ସହ ବ୍ରୋଞ୍ଜ ପଦକ ଜିତିଛନ୍ତି।
ପୁରୁଷ ୧୦୦ ମିଟର ଫାଇନାଲକୁ ଅମିୟ ୧୦.୪୬ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ଇଭେଣ୍ଟରେ ମ୍ୟାଲେସିୟାର ଜୋନାଥନ୍ ଅନାକ୍ ନ୍ୟେପା ୧୦.୪୭ ସେକେଣ୍ଡରେ ଦ୍ୱିତୀୟ ସ୍ଥାନ ସହ ରୌପ୍ୟ ଏବଂ ପଞ୍ଜାବର ଗୁରିନ୍ଦରବୀର ସିଂହ ୧୦.୪୮ ସେକେଣ୍ଡରେ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ଜିତିଛନ୍ତି।

Related posts

କାରୁଆନାଙ୍କ ଠାରୁ ପରାଜିତ ହେଲେ ବିଶ୍ୱନାଥନ

Odisha Sports Bureau

ଭାରତକୁ ଦଶମ ପଦକ

Odisha Sports Bureau

ଜାପାନ ପାରାବ୍ୟାଡ଼ମିଣ୍ଟନ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ: ଓଡ଼ିଶାରୁ ପ୍ରମୋଦ ମନୋନୀତ

Odisha Sports Bureau