Cricket

୨୦୧୯ ବିଶ୍ୱକପ ପାଇଁ ଧୋନୀଙ୍କ ଉପସ୍ଥିତି ଗୁରୁତ୍ୱପୂର୍ଣ୍ଣ :ରୋହିତ ଶର୍ମା

(ଓଡିଶା ସ୍ପୋର୍ଟ): ଟିମ୍ ଇଣ୍ଡିଆର ବିସ୍ଫୋରକ ଓପନର ରୋହିତ ଶର୍ମା ଅଷ୍ଟ୍ରେଲିଆ ବିରୋଧରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ ପୂର୍ବରୁ ୨୦୧୯ ବିଶ୍ୱକପ ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ଦେଇଛନ୍ତି । ଏହାସହ ଦଳରେ ମହେନ୍ଦ୍ର ସିଂ ଧୋନୀଙ୍କ ଭୂମିକା କେତେ ପରିମାଣରେ ଗୁରୁତ୍ୱପୂର୍ଣ୍ଣ ସେ ତାହା କହିଛନ୍ତି ।

ଧୋନୀଙ୍କ ଉପସ୍ଥିତି ନେଇ ରୋହିତ କହିଛନ୍ତି କି, ବହୁ ବର୍ଷ ଧରି ଏମଏସଡିଙ୍କ ଉପସ୍ଥିତି ଉଭୟ ପଡିଆ ଏବଂ ଡ୍ରେସିଂ ରୁମରେ ଗୁରୁତ୍ୱ ବହନ କରି ଆସିଛି । ତାଙ୍କ ପାଇଁ ଦଳରେ ଶାନ୍ତିର ମାହୋଲ ଦେଖିବାକୁ ମିଳିଥାଏ । ଏହା ଅଧିନାୟକଙ୍କୁ ସହାୟତା ପ୍ରଦାନ କରିଥାଏ । ବ୍ୟାଟିଂ ସମୟରେ ଅଧିନାୟକ କୁଲଙ୍କ ଫିନିସିଂ ଟଚ ବହୁତ ଜରୁରୀ ହୋଇଥାଏ ।

ଏହା ସହ ରୋହିତ ବିଶ୍ୱକପ ସମ୍ବନ୍ଧରେ ଅନେକ ସୂଚନା ଦେଇଛନ୍ତି । ବିଶ୍ୱକପରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ବିରୋଧରେ ଖେଳୁଥିବା ଦଳ ହିଁ ନଜର ଆସିବେ ବୋଲି ସେ କହିଛନ୍ତି । ଏଥିରୁ ଧୋନୀ ଆଗାମୀ ବିଶ୍ୱକପରେ ଖେଳିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ସେ ଆହୁରି କହିଛନ୍ତି ଯେ ଦଳରେ ଗୋଟିଏ କିମ୍ବା ଦୁଇଟି ଅଦଳ ବଦଳ ହୋଇପାରେ । କିନ୍ତୁ କୌଣସୀ ବଡ ଧରଣର ଅଦଳବଦଳ ହେବାର ସମ୍ଭାବନା ନାହିଁ । ଏହି ସମସ୍ତ ଘଟଣା ଖେଳାଳିଙ୍କ ପ୍ରଦର୍ଶନ ଉପରେ ନିର୍ଭର କରିବ ।

କ୍ରିକେଟ ବିଶେଷଜ୍ଞଙ୍କ କହିବାନୁସାରେ ଅଷ୍ଟ୍ରେଲିଆ ବିରୋଧରେ ହେବାକୁ ଥିବା ଦିନିକିଆ ସିରିଜ ରୋହିତଙ୍କୁ ଫାଇଦାରେ ରଖିବ । ସେ ଏଥିରେ ମହାନ ବ୍ୟାଟସମ୍ୟାନ ବିବି ରିଚାର୍ଡସଙ୍କ ରେକର୍ଡ ଭାଙ୍ଗିବାନେଇ ସମ୍ଭାବନା ରହିଛି । ଏହି ଦୁଇ ବ୍ୟାଟସମ୍ୟାନ କଙ୍ଗାରୁ ଦଳ ବିରୋଧରେ ତିନୋଟି ଲେଖାଏଁ ଶତକ ଲଗାଇଛନ୍ତି । କିନ୍ତୁ ରୋହିତ ମାତ୍ର ୧୬ଟି ମ୍ୟାଚରେ ଏହି କୀର୍ତି ଅର୍ଜିଛନ୍ତି । ଏହା ସହ ରୋହିତ ନିଜ ବ୍ୟାଟିଂକୁ ଆହୁରି ମଜବୁତ କରିପାରିବେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି ।

Related posts

ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚରେ ଆକାଶ ଦୀପ

Odisha Sports Bureau

ବଲିଉଡରେ ଡେବ୍ୟୁ କରିବେ ସ୍ପୋର୍ଟସ୍ ସେଲିବ୍ରିଟି ଶିଖର ଧାୱନ

୬ ବର୍ଷ ପୂର୍ବେ ବାପାଙ୍କୁ ଦେଇଥିବା ପ୍ରତିଶୃତି ପାଳନ କଲେ ନିତିଶ

Odisha Sports Bureau

Leave a Comment