More Sports

୧୧ଦିନରେ ୩ଟି ସ୍ୱର୍ଣ୍ଣ ଜିତିଲେ ହିମା ଦାସ

(ଓଡ଼ିଶା ସ୍ପୋର୍ଟ) :  ଚେକ ଗଣରାଜ୍ୟରେ ଚାଲିଥିବା କ୍ଳାଦନୋ ମେମୋରିଆଲ ଏଥଲିକ୍ସ ମିଟରେ ଭାରତର ଷ୍ଟାର ଧାବିକା ହିମା ଦାସ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ହିମା ଦୁଇ ସପ୍ତାହ ମଧ୍ୟରେ ତିନୋଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ମହିଳାଙ୍କ ୨୦୦ ମିଟର ଦୌଡ ପ୍ରତିଯୋଗିତାରେ ୧୧ ଦିନ ମଧ୍ୟରେ ତିନୋଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।
ହିମା ଚମତ୍କାର ପ୍ରଦର୍ଶନ କରି ମାତ୍ର୨୩.୪୩ ସେକେଣ୍ଡରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହା ପୂର୍ବରୁ ହିମା ଗତ ସପ୍ତାହର ୨ଏବଂ ୬ ଜୁଲାଇ ରେ ପୋଲାଣ୍ଡର କୁଟନୋ ଏଥଲେଟିକ୍ସ ମିଟର ମହିଳା ୨୦୦ ମିଟରରେ ଦୁଇଟି ଅନ୍ତରାଷ୍ଟ୍ରୀୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।
ଗତ କିଛି ମାସ ଧରି ପିଠିର ଯନ୍ତ୍ରାଣା ଦେଇ ଗତି କରୁଥିବା ହିମ ଦାସ ଅବିଶ୍ୱାସନୀୟ ପ୍ରଦର୍ଶନ କରି ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛନ୍ତି । ହିମାଙ୍କ ଚମତ୍କାର ପ୍ରଦର୍ଶନ ଭାରତକୁ ଅଲିମ୍ପିକରେ ପଦକ ଦେଇ ପାରେ ବୋଲି ଖେଳ ପ୍ରେମୀ ଆଶା ବାନ୍ଦିଛନ୍ତି ।

Related posts

କୋରିଆକୁ ହରାଇ ସ୍ୱର୍ଣ୍ଣ ଜିତିଲା ଭାରତ ପରୁଷ ତୀରନ୍ଦାଜ

Odisha Sports Bureau

ୱାର୍ଲଡ ବିଲିୟାର୍ଡସ ଚମ୍ପିଅ।।ନସିପର ଫାଇନାଲରେ ପ୍ରବେଶ କଲେ ସୌରଭ

Odisha Sports Bureau

ଅମିତ,ମନିଷଙ୍କୁ ସମ୍ବର୍ଦ୍ଧିତ କଲେ କ୍ରୀଡ଼ା ମନ୍ତ୍ରୀ

Odisha Sports Bureau

Leave a Comment