More Sports

୧୧ଦିନରେ ୩ଟି ସ୍ୱର୍ଣ୍ଣ ଜିତିଲେ ହିମା ଦାସ

(ଓଡ଼ିଶା ସ୍ପୋର୍ଟ) :  ଚେକ ଗଣରାଜ୍ୟରେ ଚାଲିଥିବା କ୍ଳାଦନୋ ମେମୋରିଆଲ ଏଥଲିକ୍ସ ମିଟରେ ଭାରତର ଷ୍ଟାର ଧାବିକା ହିମା ଦାସ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ହିମା ଦୁଇ ସପ୍ତାହ ମଧ୍ୟରେ ତିନୋଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ମହିଳାଙ୍କ ୨୦୦ ମିଟର ଦୌଡ ପ୍ରତିଯୋଗିତାରେ ୧୧ ଦିନ ମଧ୍ୟରେ ତିନୋଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।
ହିମା ଚମତ୍କାର ପ୍ରଦର୍ଶନ କରି ମାତ୍ର୨୩.୪୩ ସେକେଣ୍ଡରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହା ପୂର୍ବରୁ ହିମା ଗତ ସପ୍ତାହର ୨ଏବଂ ୬ ଜୁଲାଇ ରେ ପୋଲାଣ୍ଡର କୁଟନୋ ଏଥଲେଟିକ୍ସ ମିଟର ମହିଳା ୨୦୦ ମିଟରରେ ଦୁଇଟି ଅନ୍ତରାଷ୍ଟ୍ରୀୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।
ଗତ କିଛି ମାସ ଧରି ପିଠିର ଯନ୍ତ୍ରାଣା ଦେଇ ଗତି କରୁଥିବା ହିମ ଦାସ ଅବିଶ୍ୱାସନୀୟ ପ୍ରଦର୍ଶନ କରି ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛନ୍ତି । ହିମାଙ୍କ ଚମତ୍କାର ପ୍ରଦର୍ଶନ ଭାରତକୁ ଅଲିମ୍ପିକରେ ପଦକ ଦେଇ ପାରେ ବୋଲି ଖେଳ ପ୍ରେମୀ ଆଶା ବାନ୍ଦିଛନ୍ତି ।

Related posts

ଟାଟା ଷ୍ଟିଲ୍‌ ମାଷ୍ଟର୍ସ ଚେସ୍‌ ଟୁର୍ନାମେଣ୍ଟ: ବିଶ୍ୱନାଥନ ଆନନ୍ଦଙ୍କ ପ୍ରଥମ ବିଜୟ ହାସଲ

Odisha Sports Bureau

ଖେଳ ରତ୍ନ ପାଇଁ ମନୋନିତ ହୋଇଥିବା ସର୍ବକନିଷ୍ଠ ପ୍ରତିଯୋଗୀ ହିମା ଦାସ

ଭାରତ ପାଇଁ ଗୌରବ ଆଣିଲେ ନୀରଜ ଚୋପ୍ରା