More Sports

ଭାରତ ପାଇଁ ଗୌରବ ଆଣିଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଶନିବାର ଆଉ ଏକ ଗୌରବ ଆଣିଛନ୍ତି ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା । ଫିନଲାଣ୍ଡ୍‌ର ଟୁର୍କୁରେ ଶନିବାର ରାତିରେ ଅନୁଷ୍ଠିତ ବର୍ଷାବାଧାପ୍ରାପ୍ତ କୁର୍ଟନ ଗେମ୍ସରେ ନୀରଜ ୮୬.୬୯ ମିଟର୍‌ ଜାଭଲିନ୍‌ ଫିଙ୍ଗି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହି ବିଜୟ ପଥରେ ଚୋପ୍ରା ପୂର୍ବତନ ବିଶ୍ବ ବିଜେତା ଗ୍ରେନାଡ଼ାର ଆଣ୍ଡରସନ୍‌ ଏବଂ ତ୍ରିନିଦାଦ ଟବାଗୋର କେଶର୍ଣ୍ଣ ୱାଲକଟ୍‌ଙ୍କୁ ପଛରେ ପକାଇଥିଲେ।

୨୪ ବର୍ଷୀୟ ଚୋପ୍ରା ଗତ ସପ୍ତାହରେ ସେହି ଟୁର୍କୁଠାରେ ୮୯.୩୦ ମିଟର୍‌ ପ୍ରଦର୍ଶନ ସହିତ ପାଭୋ ନୁର୍ମି ଗେମ୍ସରେ ରୌପ୍ୟ ପଦକ ଜିତିଥିଲେ। ଜୁଲାଇ ମାସର ବିଶ୍ବ ପ୍ରତିଯୋଗିତା ଏବଂ ଏହାର ପରବର୍ତୀ ଏସୀୟ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ନଜରରେ ରଖି ଏବେ ଚୋପ୍ରା ବିଦେଶ ଗସ୍ତରେ ନିଜକୁ ପ୍ରସ୍ତୁତ କରୁଛନ୍ତି। ୧୦ ମାସ ତଳେ ଟୋକିଓ ଅଲିମ୍ପିକ୍ସରେ ନୀରଜ ୮୭.୫୮ ମିଟର୍‌ ଫିଙ୍ଗି ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ହୋଇଥିଲେ।

Related posts

୨୧ ଦିନିଆ ଖୋ-ଖୋ ଲିଗ୍ ଉନ୍ମୋଚିତ

ବିବାହ କରିବେ ଆନମ ଓ ଅସଦ

ଜୟପୁରର ପ୍ଲେଅଫ୍ରେ ପହଞ୍ଚିବାର ଆଶା ଉଦ୍ଦ୍ିବିତ ରହିଛି

Odisha Sports Bureau