Cricket

ୱେଷ୍ଟଇଣ୍ଡିଜ-ବାଂଲାଦେଶ ପ୍ରଥମ ଟେଷ୍ଟ; ପ୍ରଥମ ଦିନରେ ୧୪ ୱିକେଟର ପତନ

ଆଣ୍ଟିଗୁଆ : ଆଣ୍ଟିଗୁଆର ସାର ଭିଭିଆନ ରିଚାର୍ଡସ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ଏବଂ ବାଂଲାଦେଶ ମଧ୍ୟରେ ଆରମ୍ଭ ହୋଇଛି ପ୍ରଥମ ଟେଷ୍ଟ । ୱେଷ୍ଟଇଣ୍ଡିଜ କ୍ୟାପଟେନ ଟସ୍ ଜିତି ବାଂଲାଦେଶକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ମାତ୍ର ପ୍ରଥମ ଦିନରେ ବାଂଲାଦେଶ ସମସ୍ତ ୱିକେଟ ହରାଇ କେବଳ ୧୦୩ ରନ୍ କରିବାରେ ସଫଳ ହୋଇଥିଲା । ଏଥିରେ ସକିବ-ଉଲ-ହାସନ ସର୍ବାଧିକ ୫୧ ଏବଂ ତମିମ ଇକବାଲ ୨୯ ରନ୍ କରିଥିବା ବେଳେ ଦଳର ୬ଜଣ ଖେଳାଳି କୌଣସି ରନ ନକରି ପାଭିଲିୟନ ଫେରିଥିଲେ ।

ୱେଷ୍ଟଇଣ୍ଡିଜ ପକ୍ଷରୁ ଜଏଡେନ ସିଲେସ ଓ ଆଲଜାରୀ ଯୋଶେଫ ୩ଟି ଲେଖାଏଁ ଏବଂ କେମାର ରୋଚ ଓ କାଇଲ ମେୟର୍ସ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଏହାର ଜବାବରେ ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସ ଖେଳ ଆରମ୍ଭ କରି ୨ ୱିକେଟ ବିନିମୟରେ ୯୫ ରନ କରିଛି । ଦଳ ପକ୍ଷରୁ ଜନ କାମ୍ପବେଲ (୨୪), ରେମନ ରେଫର ୧୧ ରନ୍ କରି ଆଉଟ ହୋଇଛନ୍ତି । କ୍ରେଗ ବ୍ରେଥୱେଟ ୧୪୯ଟି ବଲର ସମ୍ମୁଖିନ ହୋଇ (୪୨) ରନ ଏବଂ ନିକ୍ରୁମାହ ବୋନର (୧୨) ରନ୍ କରି ଅପରାଜିତ ରହିଛନ୍ତି । ବାଂଲାଦେଶ ପକ୍ଷରୁ ବୋଲିଂ କରି ଏବାଡୋଟ ହୋସେନ ଓ ମୁସ୍ତାଫିଜୁର ରହେମାନ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।

Related posts

ଆଇପିଏଲ ପରେ ସୂର୍ଯ୍ୟଙ୍କୁ ଝଟକା, ଦଳରୁ ପଡିପାରନ୍ତି ବାଦ୍

Odisha Sports Bureau

ବାଂଲାଦେଶ ଖେଳାଳିଙ୍କୁ ଆଇପିଏଲରୁ ବାଦ କରିବା ପରେ ଜଳୁଛି ବାଂଲାଦେଶ କ୍ରିକେଟ୍ ବୋର୍ଡ

Odisha Sports Bureau

ଆଇପିଏଲରେ ଜବରଦସ୍ତ ମୁକାବିଲା ;ଘରୋଇ ରୟାଲ ଚ୍ୟାଲଏଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ ସୁପରକିଙ୍ଗ୍ସ

Odisha Sports Bureau