ନୂଆଦିଲ୍ଲୀ: ଆଜିଠୁ ଆରମ୍ବ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ । ଲର୍ଡ୍ସରେ ରୋମାଞ୍ଚକର ଏକ ଐତିହାସିକ ବିଜୟ ପରେ ଆତ୍ମବିଶ୍ୱାସ ଭରା ଟିମ ଇଣ୍ଡିଆ ଦ୍ୱିତୀୟ ବିଜୟ ଆଶାରେ ମଇଦାନକୁ ଓହ୍ଲାଇବ । ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି ଭାରତ ।
ଅନ୍ୟ ପକ୍ଷରେ ଦ୍ୱିତୀୟ ମ୍ୟାଚରେ ପରାଜୟର ସାମନା କରିଥିବା ଇଂଲଣ୍ଡ ଦଳ ଏବେ ଆହତ ସମସ୍ୟା ଦେଇ ଗତି କରୁଛି । ଜଣକ ପରେ ଜଣେ ଖେଳାଳୀ ଆହତ ହୋଇ ମ୍ୟାଚ ଏବଂ ସିରିଜରୁ ବାଦ ପଡିବାରୁ ଦଳ ପାଇଁ ଏହା ଏକ ବଡ ଚିନ୍ତାର କାରଣ ପାଲଟିଛି । ଭାରତୀୟ ଦଳର ଅଭିଜ୍ଞ ଖେଳାଳୀ ବିରାଟ କୋହଲୀ, ଅଜିଙ୍କ୍ୟା ରାହାଣେ ଏବଂ ଚେତେଶ୍ୱର ପୂଜାରାଙ୍କ ବ୍ୟାଟ ଏବେ ପର୍ଯ୍ୟନ୍ତ ଶାନ୍ତ ରହିଛି । ଏହା ସତ୍ତେ୍ୱ କେ.ଏଲ ରାହୁଲ, ରୋହିତ ଶର୍ମା ଏବଂ ଭାରତୀୟ ବୋଲର ମାନଙ୍କର ଜବରଦସ୍ତ ପ୍ରଦର୍ଶନ ପାଇଁ ଦଳ ଏବେ ଇଂଲଣ୍ଡ ଉପରେ ଭାରୀ ପଡିଛି । ତେବେ ତୃତୀୟ ମ୍ୟାଚରେ ଦଳ ଏମାନଙ୍କ ନିକଟରୁ ଲମ୍ବା ପାରି ଦେଖିବାକୁ ପାଇବ ବୋଲି ଆଶା ରଖିବ । ତେବେ ମ୍ୟାଚରେ ଭାରତ ତରଫରୁ କିଛିଟା ପରିବର୍ତ୍ତନ ହୋଇପାରେ । ସେହିପରି ଇଂଲଣ୍ଡ ଦଳ ମଧ୍ୟ ଦଳରେ ଏକ ବିରାଟ ପରିବର୍ତ୍ତନ କରିବ ବୋଲି ସମ୍ଭାବନା ରହିଛି । ଏହି ମ୍ୟାଚରେ ଅଧିନାୟକ ଜୋ ରୁଟ ଏବଂ ଇଂଲଣ୍ଡ ଦଳ ପ୍ରତ୍ୟାବର୍ତ୍ତନ ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରିବ ।
ଲର୍ଡ୍ସ ଭଳି ଲିଡ ସର ହେଡିଙ୍ଗଲେ ପିଚ ମଧ୍ୟ ଦ୍ରୁତ ବୋଲରଙ୍କୁ ସୁହାଇବ । ତେଣୁ ଉଭୟ ଦଳର ପେସ ଆଟାକ ଉପରେ ମ୍ୟାଚର ଫଳାଫଳ ନିର୍ଭର କରିବ । ତେବେ ଭାରତ ନିଜ ୪ ଜଣିଆ ପେସ ଆଟାକ ସହିତ ପୁଣି ମଇଦାନକୁ ଓହ୍ଲାଇବା ନିଶ୍ଚିତ ।
previous post
next post