Cricket

ସାରା ରାଜ୍ୟରେ କ୍ରିକେଟ ଓ ପ୍ରତିଭାବାନ ଖେଳାଳିଙ୍କ ଉନ୍ନତି ପାଇଁ ଖୁବଶୀଘ୍ର ପ୍ରତିଷ୍ଠା ହେବ ୪୦ କ୍ରିକେଟ ଏକାଡେମୀ

କଟକ: ଖୁବଶିଘ୍ର ପ୍ରତିଷ୍ଠା ହେବ କ୍ରିକେଟ ଏକାଡେମୀ । ଖେଳାଳିଙ୍କ ଭିତରେ ଆଗ୍ରହ ସୃଷ୍ଟି କରିବା ପାସଇଁ ରାଜ୍ୟ ସରକାର ନୂଆ ନୂଆ ଉପାୟ ବାହାର କରୁଛନ୍ତି । କାରଣ ରାଜ୍ୟର ଖେଳାଳୀଙ୍କ । ଉନ୍ନତି ହେବ । ଏଥିପାଇଁ ସାରା ରାଜ୍ୟରେ କ୍ରିକେଟ ଓ ପ୍ରତିଭାବାନ ଖେଳାଳିଙ୍କ ଉନ୍ନତି ପାଇଁ ଖୁବଶୀଘ୍ର ପ୍ରତିଷ୍ଠା ହେବ ୪୦ କ୍ରିକେଟ ଏକାଡେମୀ । ବାରବାଟୀ ଷ୍ଟାଡିୟମରେ ସେଣ୍ଟ୍ରାଲ ଏକାଡେମୀ ସହ ପ୍ରତ୍ୟେକ ଜିଲ୍ଲାରେ ଏକାଡେମୀ କାର୍ୟ୍ୟକ୍ଷମ ହେବ । ଏଥିପାଇଁ ବୈଷୟିକ ନିର୍ଦ୍ଦେଶକ ଭାବରେ ଭି. ଭେଙ୍କଟରାମଙ୍କୁ ଓସିଏ ୨ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ପୂର୍ବରୁ କେବଳ କଟକ, ଭୁବନେଶ୍ୱର ଆଦି ସହରରୁ ଖେଳାଳି ବାହାରୁ ଥିବାବେଳେ ଏବେ ଉପାନ୍ତ ଅଞ୍ଚଳର ପ୍ରତିଭାବାନ ପିଲା ଏକାଡେମୀରେ ଉପଯୁକ୍ତ କୋଚିଂ ନେଇ ରାଜ୍ୟ କ୍ରିକେଟ ପାଇଁ ଖେଳିବାର ସୁଯୋଗ ପାଇବେ । ପ୍ରତି ଏକାଡେମୀରେ ଏଥିପାଇଁ ଓସିଏ ପକ୍ଷରୁ ସ୍ବତନ୍ତ୍ର କୋଚ ନିଯୁକ୍ତ ହେବେ । ଭିତ୍ତିଭୂମିର ଉନ୍ନତି ହେଲେ ଭଲ ଖେଳାଳି ସାମ୍ନାକୁ ଆସିବେ ଓ ଓଡ଼ିଶା କ୍ରିକେଟ ଅଧିକ ସଫଳତା ପାଇବ ବୋଲି ଓସିଏ ସମ୍ପାଦକ ଆଶା ପ୍ରକାଶ କରିଛନ୍ତି ।

Related posts

ସ୍ମିଥ୍, କୋହଲି ଏବଂ ରୋହିତଙ୍କୁ ପଛରେ ପକାଇଲେ ଯଶସ୍ୱୀ ଜୈସୱାଲ; WTC ରେ ବ୍ୟାଟରେ ସୃଷ୍ଟି କରୁଛନ୍ତି ହଇଚଇ

Odisha Sports Bureau

ଆଜିଠାରୁ ସୟଦ ମୁସ୍ତାକ ଅଲ୍ଲୀ ଟ୍ବେଣ୍ଟି-୨୦ କ୍ରିକେଟ ପ୍ରତିଯୋଗିତା

Odisha Sports Bureau

ଆଇପିଏଲ ନିଲାମ ପୂର୍ବରୁ ଶାର୍ଦ୍ଦୁଲ ଠାକୁରଙ୍କ ସମେତ ପାଞ୍ଚ ଖେଳାଳିଙ୍କ ଉପରେ ଝୁଲିଲା ଖଣ୍ଡା; ରିଲିଜ କରିବାକୁ ପ୍ରସ୍ତୁତ ହେଉଛି ଦଳ

Odisha Sports Bureau