Cricket

ଆଜିର ଦିନରେ ୪୦ବର୍ଷ ପୂର୍ବେ ଭାରତ ଜିତିଥିଲା ପ୍ରଥମ ବିଶ୍ୱକପ

ଆଜି ଦିନଟି ଭାରତୀୟ କ୍ରିକେଟ ପାଇଁ ସବୁଠୁ ଖାସ ।୪୦ବର୍ଷ ପୂର୍ବେ ଆଜିର ଦିନରେ ଭାରତୀୟ ଟିମ୍ ଆଇସିସି ବିଶ୍ବକପ ଟାଇଟଲ ଜିତିଥିଲା । ୧୯୮୩, ଜୁନ୍ ୨୫ ତାରିଖରେ କପିଳ ଦେବଙ୍କ ନେତୃତ୍ବରେ ଭାରତୀୟ ଟିମ ଫାଇନାଲରେ ୱେଷ୍ଟଇଣ୍ଡିଜକୁ ହରାଇ ବିଶ୍ବକପ ଟାଇଟଲ ନିଜ ନାମରେ କରିଥିଲା ।ବିଶ୍ବ କ୍ରିକେଟ ଉପରେ ଦବଦବା ରଖିଥିବା ୱେଷ୍ଟଇଣ୍ଡିଜ ଟିମକୁ ହରାଇଥିଲା ଭାରତ ।

୧୯୮୩ରେ ସେମିଫାଇନାଲରେ ଭାରତୀୟ ଟିମ ଇଂଲଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା । ଫାଇନାଲରେ ଭାରତୀୟ ଟିମ୍ ମାତ୍ର ୧୮୩ ରନରେ ଅଲଆଉଟ୍ ହୋଇଯାଇଥିଲା । ଫାଇନାଲରେ ଭାରତ ପାଇଁ ଶ୍ରୀକାନ୍ତ ସବୁଠାରୁ ଅଧିକ ୩୮ ରନ୍ କରିଥିଲେ । ଏହାଛଡା ମୋହିନ୍ଦର ଅମରନାଥ ୨୬, ସନ୍ଦୀପ ପାଟିଲ ୨୭, କପିଳ ଦେବ ୧୫ ରନ୍ କରିଥିଲେ । ୧୮୩ ରନରେ ଅଲଆଉଟ ହୋଇଥିବା ଟିମ୍ ଫାଇନାଲରେ ହାରିବ ବୋଲି ଫ୍ୟାନ୍ସ ଖେଳ ଦେଖିବା ଛାଡିଦେଇଥିଲେ ।

କିନ୍ତୁ ମଦନ ଲାଲ, ମୋହିନ୍ଦର ଅମରନାଥ ଏବଂ ବଲବିନ୍ଦର ସନ୍ଧୁଙ୍କ କମାଲ ବୋଲିଂ କରି ଭାରତକୁ ବିଶ୍ବ ଚାମ୍ପିଅନ କରିଥିଲେ । ଯାହାକୁ ନେି ସମସ୍ତେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ । ମଦନ ଲାଲ ଏବଂ ମୋହିନ୍ଦର ଅମରନାଥ ୩-୩ଟି ୱିକେଟ ନେଇଥିଲେ । ସନ୍ଧୁ ୨ଟି ୱିକେଟ ନେଇଥିଲେ । କପିଳ ଦେବ ଏବଂ ରୋଜର ବିନ୍ନି ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ମାତ୍ର ୧୪୦ ରନରେ ଅଲଆଉଟ୍ କରିଦେଇଥିଲା ।

 

Related posts

ଆଜିଠାରୁ ସୟଦ ମୁସ୍ତାକ ଅଲ୍ଲୀ ଟ୍ବେଣ୍ଟି-୨୦ କ୍ରିକେଟ ପ୍ରତିଯୋଗିତା

Odisha Sports Bureau

ଶିଖର ଧାୱାନଙ୍କ ମନର କଥା

ମାର୍ଚ୍ଚ ୨୮ରୁ IPL ୨୦୨୬ ଆରମ୍ଭ, ଉଦଘାଟନୀ ଉତ୍ସବ ବାତିଲ

Odisha Sports Bureau