Cricket

ଦିନିକିଆରେ ୭ଟି ‘ମ୍ୟାନ୍ ଅଫ୍ ଦ ସିରିଜ୍’ ଜିତିଛନ୍ତି ଧୋନି

(ଓଡିଶା ସ୍ପୋର୍ଟ): ଗତକାଲି ମେଲବର୍ଣ୍ଣରେ ଖେଳା ଯାଇଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ରେ ଧୋନିଙ୍କ ଅପରାଜିତ ୮୭ ରନ୍ ଓ କେଦାର ଯାଦବଙ୍କ ଅପରାଜିତ ୬୧ ରନ୍ ବଳରେ ଭାରତ ଶେଷ ମ୍ୟାଚ୍ ଜିତିବା ସହିତ ୨-୧ରେ ସିରିଜ୍ ଜିତିଥିଲା। ଏହା ସହିତ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ଦ୍ୱିପାକ୍ଷିକ ସିରିଜ୍ ଜିତିଲା।

ସିରିଜ୍ରେ ଭଲ ପ୍ରଦର୍ଶନ କରିଥିବା ଧୋନିଙ୍କୁ ‘ମ୍ୟାନ୍ ଅଫ୍ ଦ ସିରିଜ୍’ ଘୋଷଣା କରାଯାଇଥିଲା। ସେ ତିନିଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ରେ ମୋଟ ୧୯୩ ରନ୍ କରିଥିଲେ। ପ୍ରଥମ ମ୍ୟାଚ୍ରେ ସେ ୫୧ ରନ୍ କରିଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ୫୫ ରନ୍ କରିଥିଲେ। ଗତକାଲି ସେ ୧୧୪ଟି ବଲ୍ରୁ ୬ଟି ଛକା ସହାୟତାରେ ୮୭ ରନ୍ କରି ଶେଷ ପର୍ୟ୍ୟନ୍ତ କ୍ରିଜ୍  ରହିଥିଲେ।

୮ ବର୍ଷ ପରେ ଗତକାଲି ଧୋନି ପୁଣି ଥରେ ‘ମ୍ୟାନ୍ ଅଫ୍ ଦ ସିରିଜ୍’ ପୁରସ୍କାର ପାଇଥିଲେ। ଦିନିକିଆ ସିରିଜ୍ରେ ସେ ଶେଷଥର ପାଇଁ ୨୦୧୧ ମସିହାରେ ’ମ୍ୟାନ୍ ଅଫ୍ ଦ ସିରିଜ୍’ ପୁରସ୍କାର ପାଇଥିଲେ। ଏହି ସିରିଜ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳା ଯାଇଥିଲା। ଭାରତରେ ଖେଳା ଯାଇଥିବା ଏହି ସିରିଜ୍ରେ ମୋଟ ୫ଟି ମ୍ୟାଚ୍ ଖେଳା ଯାଇଥିଲା।
ଦିନିକିଆରେ ଏଯାବତ୍ ଧୋନି ୭ଟି ‘ମ୍ୟାନ୍ ଅଫ୍ ଦ ସିରିଜ୍’ ପୁରସ୍କାର ପାଇଛନ୍ତି।

Related posts

୮ ୱିକେଟ୍ ରେ ଟିମ୍ ଇଣ୍ଡିଆକୁ ହରାଇ ନ୍ୟୁଜିଲ୍ୟାଣ୍ଡର ବୃହତ ବିଜୟ

Odisha Sports Bureau

ବିସିସିଆଇ ଅମ୍ପାୟାର ଭାବେ ଓଡିଆ ପୁଅ ମନୋନୀତ

Odisha Sports Bureau

ଆଇପିଏଲରେ କେଉଁ ଦଳକୁ ମିଳିବ କେତେ ଟଙ୍କା ?

Odisha Sports Bureau