Cricket

ଧୋନିଙ୍କ କ୍ୟାରିଅରର ଅନ୍ତ ବାବଦରେ : ମୁଖ୍ୟ ଚୟନ କର୍ତ୍ତା

(ରିପୋର୍ଟସଟୁଡେ): ଦିନ ଥିଲା ମହେନ୍ଦ୍ର ସିଂହ ଧୋନିଙ୍କ ବିନା ଅନୁମତିରେ ଭାରତୀୟ କ୍ରିକେଟ୍‌ ଦଳର ପତ୍ରଟିଏ ମଧ୍ୟ ହଲୁ ନଥିଲା, କିନ୍ତୁ ସମୟ ବଦଳିବା ସହିତ ବିପଦରେ ପଡ଼ିଛି ତାଙ୍କ କ୍ୟାରିଅର। ପୂର୍ବରୁ ଟେଷ୍ଟରୁ ଅବସର ନେଇ କେବଳ ସୀମିତ ଓଭର କ୍ରିକେଟ୍‌ ଖେଳୁଥିବା ଧୋନି ଗତକାଲି ବିଭିନ୍ନ ଟି୨୦ ସିରିଜ୍ ପାଇଁ ଘୋଷିତ ଦଳରେ ସ୍ଥାନ ନପାଇବା ପରେ ତାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଥିଲା। ପ୍ରଥମ ଥର ତାଙ୍କୁ ବାଦ୍‌ ଦିଆଯାଇଛି। ଏହି ବାବଦରେ ଉତ୍ତର ରଖିଛନ୍ତି ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସ୍‌କେ ପ୍ରସାଦ।

ପ୍ରସାଦ୍‌ କହିଛନ୍ତି, “ଧୋନି ଆଗାମୀ ୬ଟି ଟି୨୦ ଖେଳିବେନି, କାରଣ ଆମେ ୱିକେଟ୍‌କିପର ବ୍ୟାଟ୍‌ସମ୍ୟାନ୍‌ ସ୍ଥାନ ପାଇଁ ବିକଳ୍ପ ତିଆରି କରୁଛୁ। ସେଥିପାଇଁ ଆମେ ରିଷଭ୍‌ ପନ୍ତ ଏବଂ ଦିନେଶ କାର୍ତ୍ତିକଙ୍କୁ ବାଛିଛୁ। ସେମାନେ ଉଭୟ ବ୍ୟାଟିଂ ଏବଂ କିପିଂରେ ନିଜକୁ ପ୍ରସ୍ତୁତ କରିବାକୁ ସୁଯୋଗ ପାଇପାରିବେ। କିନ୍ତୁ ଏହା ଧୋନିଙ୍କ କ୍ୟାରିଅର୍‌ର ଅନ୍ତ ନୁହେଁ।”
ଯଦିଓ ଏଭଳି ସଫେଇ ଦେଇ ପ୍ରସାଦ ଖସିଯିବାର ଭଲ ପ୍ରୟାସଟିଏ କରିଛନ୍ତି, କିନ୍ତୁ କ୍ଷୁଦ୍ରତମ କ୍ରିକେଟ୍‌ ଫର୍ମାଟ୍‌ରେ ଧୋନିଙ୍କ ଭବିଷ୍ୟତ ବାବଦରେ ବିଶେଷଜ୍ଞମାନଙ୍କର ଏବଂ ଧୋନିପ୍ରେମୀଙ୍କର ମତ ଟିକେ ନିଆରା ରହିଛି।

Related posts

ଚେପକ୍ ଷ୍ଟାଡିୟମରେ ଧୋନି ପ୍ରଶଂସକଙ୍କ ଗୁଞ୍ଜରଣ

Odisha Sports Bureau

ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚର ଅଧିନାୟକ ହେବେ ହାର୍ଦ୍ଦିକ ପାଣ୍ଡ୍ୟା

Odisha Sports Bureau

ମୁମ୍ବାଇ ଓ ଦିଲ୍ଲୀରେ ହେବାକୁ ଥିବା ମ୍ୟାଚରେ ଫୁଟିବନି ବାଣ

Odisha Sports Bureau