Cricket

ଭାରତୀୟ ଦ୍ରୁତ ବୋଲର ଖଲିଲ ଅହମ୍ମଦଙ୍କୁ ଚେତାବନୀ

ନବାଗତ ବାମହାତୀ ଭାରତୀୟ ଦ୍ରୁତ ବୋଲର ଖଲିଲ୍‌ ଅହମ୍ମଦଙ୍କୁ ଆଇସିସି ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ଚେତାବନୀ ଦିଆଯାଇଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ସୋମବାର ଏଠାରେ ଅନୁଷ୍ଠିତ ୪ର୍ଥ ଦିନିକିଆ ମ୍ୟାଚ୍‌ ସମୟରେ ଖଲିଲ୍‌ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଲେଭଲ-୧ ଆଚରଣ ବିଧି ଉଲ୍ଲଂଘନ କରିଥିଲେ। ଆଇସିସି ପକ୍ଷରୁ ପ୍ରକାଶ ପାଇଥିବା ପ୍ରେସ୍‌ ବିଜ୍ଞପ୍ତି ଅନୁଯାୟୀ ଖଲିଲ୍‌ ମ୍ୟାଚ୍‌ର ୧୪ତମ ଓଭରରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜର ବରିଷ୍ଠ ବ୍ୟାଟ୍ସମ୍ୟାନ ମାର୍ଲନ ସାମୁଏଲ୍ସଙ୍କୁ ସ୍ଲିପ୍‌ରେ ରୋହିତ୍‌ ଶର୍ମାଙ୍କ ହାତରେ କ୍ୟାଚ୍‌ କରାଇ ଆଉଟ୍‌ କରିଥିଲେ। ଏହାପରେ ଖଲିଲ୍‌ ସେଲିବ୍ରେସନ କରିବାବେଳେ ଅଧିକ ଉତ୍ତେଜିତ ହୋଇ ପ୍ୟାଭିଲିୟନ ଫେରୁଥିବା ସାମୁଏଲ୍ସଙ୍କ ଆଡ଼କୁ ମାଡ଼ିଯାଇଥିଲେ। ଦୁଇଫିଲ୍ଡ ଅମ୍ପାୟର ଖଲିଲଙ୍କ ଏହିଭଳି ଆଚରଣକୁ ନୋଟିସ କରି ମ୍ୟାଚ୍‌ ରେଫରି କ୍ରିସ୍‌ ବ୍ରଡ୍‌ଙ୍କ ନିକଟରେ ଅଭିଯୋଗ କରିଥିଲେ। ମ୍ୟାଚ୍‌ପରେ ଖଲିଲ୍‌ ନିଜ ଦୋଷ ସ୍ବୀକାର କରିଥିବାବେଳେ ଏହି ଆଚରଣ ଲାଗି ରେଫରି ତାଙ୍କୁ ୧ ଡିମେରିଟ୍ସ ପଏଣ୍ଟ ପ୍ରଦାନ କରିଛନ୍ତି।

Related posts

ଆଉ କିଛି କ୍ଷଣ ପରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ

Odisha Sports Bureau

କପିଲଙ୍କୁ ଅତିକ୍ରମ କରିବେ ବୁମରାହ

Odisha Sports Bureau

RRର ଲଗାତାର ଚତୁର୍ଥ ବିଜୟ

Odisha Sports Bureau