Cricket

ଆଇପିଏଲ୍ ର ୧୨ତମ ସଂସ୍କରଣରେ ଫାଷ୍ଟ୍ ବୋଲରମାନେ ଖେଳିବେନି, ବିସିସିଆଇକୁ ପ୍ରସ୍ତାବ ଦେଇଛନ୍ତି ବିରାଟ କୋହଲି

(ରିପୋର୍ଟସ ଟୁଡ଼େ): ଆସନ୍ତାବର୍ଷ ବିଶ୍ୱକପ୍ କ୍ରିକେଟ୍ ଖେଳାଯିବ। ଏହା ହେବ ୧୨ତମ ସଂସ୍କରଣ। ମେ’ ୩୦ ତାରିଖରୁ ଜୁଲାଇ ୧୪ ତାରିଖ ଯାଏ ଇଂଲଣ୍ଡରେ ଅନୁଷ୍ଠିତ ହେବ ବିଶ୍ୱକପ୍ କ୍ରିକେଟ୍ ।

ଆଇପିଏଲ୍ର ୧୨ତମ ସଂସ୍କରଣ ଶେଷ ହେବାର ୧୦ ଦିନ ପରେ ବିଶ୍ୱକପ୍ ଆରମ୍ଭ ହେବ। ତେଣୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ତାଙ୍କର ମୁଖ୍ୟ ଫାଷ୍ଟ୍ ବୋଲରମାନଙ୍କୁ ଏଥର ଆଇପିଏଲ୍ରେ ଭାଗ ନ ନେବା ପାଇଁ କହିଛନ୍ତି। କ୍ରିକେଟ୍ ମହାକୁମ୍ଭ ପୂର୍ବରୁ ତାଙ୍କ ମୁଖ୍ୟ ଫାଷ୍ଟ୍ ବୋଲରମାନେ ଆବଶ୍ୟକ ବିଶ୍ରାମ କରନ୍ତୁ ବୋଲି ସେ ଚାହୁଁଛନ୍ତି।

ସୁପ୍ରିମ୍କୋର୍ଟ ଦ୍ୱାରା ଗଠିତ ପ୍ରଶାସନିକ ସମିତି (ସିଓଏ) ସହିତ ଏକ ବୈଠକରେ ବିରାଟ ପ୍ରସ୍ତାବ ଦେଇଛନ୍ତି ଯେ ଯଶପ୍ରୀତ ବୁମ୍ରା, ଭୁବନେଶ୍ୱର କୁମାର ଓ ବିଶ୍ୱକପ୍ ଖେଳିବାକୁ ଥିବା ଅନ୍ୟ ଫାଷ୍ଟ୍ ବୋଲରଙ୍କୁ ଆଇପିଏଲ୍ରେ ବିଶ୍ରାମ ଦିଆଯାଉ। ତେବେ ତାଙ୍କ ଅନୁରୋଧ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ।

ଏପରିକି ଟିମ୍ ଇଣ୍ଡିଆ ପକ୍ଷରୁ ବିସିସିଆଇକୁ ଅନୁରୋଧ କରାଯାଇଛି ଯେ ଯେଉଁମାନେ ଆଇପିଏଲ୍ ଖେଳିବେ ନାହିଁ, ସେମାନଙ୍କୁ କ୍ଷତିପୂରଣ ଦିଆଯାଉ।ଆଉ କେହି କେହି ପ୍ରସ୍ତାବ ଦେଇଛନ୍ତି ଯେ ଫାଷ୍ଟ୍ ବୋଲରମାନେ ଆଇପିଏଲ୍ର ପ୍ରଥମ ଭାଗ ଖେଳନ୍ତୁ ନ ହେଲେ ଦ୍ୱିତୀୟ ଭାଗ ଖେଳନ୍ତୁ। ତା’ହେଲେ ସେମାନେ ଆବଶ୍ୟକ ବିଶ୍ରାମ ନେଇପାରିବେ।
ସିଓଏ ସହିତ ହୋଇଥିବା ବୈଠକରେ ବିରାଟଙ୍କ ସହିତ ଆଜିଙ୍କ୍ୟ ରାହାଣେ, ରୋହିତ ଶର୍ମା, କୋଚ୍ ରବି ଶାସ୍ତ୍ରୀ ଓ ଚୟନକର୍ତ୍ତା ସମିତି ମୁଖ୍ୟ ଏମ୍.ଏସ୍.କେ ପ୍ରସାଦ ମଧ୍ୟ ଉପସ୍ଥିତ ଥିଲେ। ତେବେ ବ୍ୟାଟ୍ସମ୍ୟାନଙ୍କୁ ନେଇ ବିରାଟ ଅବା ରୋହିତ ଓ ଆଜିଙ୍କ୍ୟ କିଛି କହି ନାହାନ୍ତି।

Related posts

T20 World Cup: T20 ବି ଖେଳିବେନି ଭାରତୀୟ ଦଳର ଏହି ଖେଳାଳି

Odisha Sports Bureau

ଦକ୍ଷିଣ ଆଫ୍ରିକାକୁ ପଛରେ ପକାଇ ସିରିଜ୍ ହାତେଇଲା ୱେଷ୍ଟଇଣ୍ଡିଜ୍

Odisha Sports Bureau

ମହିଳା ଟ୍ବେଣ୍ଟି-୨୦ ଓଡ଼ିଶାର ଦ୍ବିତୀୟ ବିଜୟ

Odisha Sports Bureau