Cricket

ଦିଲ୍ଲୀ ଡ଼େୟାରଡ଼େଭିଲ୍ସ ଦଳର ସହାୟକ କୋଚ୍ ହେବେ ମହମ୍ମଦ କୈଫ

 ଟିମ୍ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ ମହମ୍ମଦ କୈଫଙ୍କୁ ଆଗାମୀ ଆଇପିଏଲ୍ ସଂସ୍କରଣ ପାଇଁ ଦିଲ୍ଲୀ ଡ଼େୟାରଡ଼େଭିଲ୍ସ ଟିିମର ସହାୟକ କୋଚ୍ ଭାବରେ ଗ୍ରହଣ କରାଯାଇଛି । ଟିମ୍ ପକ୍ଷରୁ ହୋଇଥିବା ଘୋଷଣା ଅନୁସାରେ ଦିଲ୍ଲୀ ଡ଼େୟାରଡ଼େଭିଲ୍ସ ମହମ୍ମଦ କୈଫଙ୍କୁ ଆଗାମୀ ପ୍ରୀମିୟର ଲିଗ୍ ସଂସ୍କରଣ ପାଇଁ ସହାୟକ କୋଚ୍ ଭାବରେ ନିଆଯିବ ।

କୈଫ ୨୦୧୭ ଆଇପିଏଲ ସଂସ୍କରଣରେ ଗୁଜୁରାଟ ଲାୟନ୍ସର ସହାୟକ କୋଚ ଥିଲେ। ସେ ଡେୟାରଡେଭିଲ୍ସରେ ରିକି ପଣ୍ଟିଂ ଏବଂ ଜେମ୍ସ ହୋପ୍ସଙ୍କ ସହାୟକ କୋଚ ଥିଲେ। କୈଫ କହିଛନ୍ତି, ଦିଲ୍ଲୀ ଡେୟାରଡେଭିଲ୍ସ ଟିମ ସହିତ ଜଡ଼ିତ ହୋଇ ଖୁସି ଅନୁଭବ କରୁଛି। ଏହା ଏକ ଭଲ ଟିମ ଏବଂ ଆମେ ବହୁତ ଭଲ ପ୍ରଦର୍ଶନ କରିବୁ।

ଦିଲ୍ଲୀ ଡେୟାରଡେଭିଲ୍ସର ନିର୍ଦ୍ଦେଶକ ମୁସ୍ତଫା ଗୌସ କହିଛନ୍ତି, କୈଫଙ୍କ ନିକଟରେ ଅଭିଜ୍ଞତା ଅଛି। ଖେଳକୁ ସେ ଭଲ ଭାବରେ ବୁଝିପାରନ୍ତି। ସେ ଯୁବକଙ୍କ ପାଇଁ ମେଣ୍ଟର ଭୂମିକା ନିଭାଇ ପାରିବେ ଏବଂ ଆମେ ଆଶା କରୁଛୁ ଯେ, ତାଙ୍କ ମାଗ ଦର୍ଶନରେ ଟିମ ଆଗାମୀ ସଂସ୍କରଣରେ ଉନ୍ନତ ପ୍ରଦର୍ଶନ କରିବ।

Related posts

ରେକର୍ଡ ଭାଙ୍ଗିଲା Disney+Hotstar : ସେମି ଫାଇନାଲ ସମୟରେ ଭ୍ୟୁଅର୍ସ ସଂଖ୍ୟା ୫.୩ କୋଟିରେ ପହଞ୍ଚିଲା

Odisha Sports Bureau

ଏସିଆ କପ୍୨୦୨୪ ପାଇଁ ଶ୍ରୀଲଙ୍କାରେ ପହଞ୍ଚିଛନ୍ତି ଭାରତୀୟ ମହିଳା ଦଳ

ଆଇସିସି ରାଙ୍କରେ ଶ୍ରେଷ୍ଠରେ ଇଶାନ କିଷନ, ତୃତୀୟରେ ଶୁଭମନ ଗିଲ୍

Odisha Sports Bureau