Football

ବାଲାଦେବୀଙ୍କ ଚାରିଗୋଟି ଗୋଲ୍ ସାହାଯ୍ୟରେ ଭାରତ ବାଙ୍ଗଲାଦେଶକୁ ୭-୧ଗୋଲ୍ ରେ ପରାସ୍ତ କଲା

 ବାଲାଦେବୀଙ୍କ ଚାରୋଟି ଗୋଲ୍ ର ସାହାଯ୍ୟରେ ଭାରତୀୟ ମହିଳା ଫୁଟବଲ୍ ଟିମ୍ ୨୦୨୦ ଏଏଫସି ଅଲମ୍ପିକ୍ କ୍ୱାଲିଫାୟାରସ୍ ର ଦ୍ୱିତୀୟ ମ୍ୟାଚରେ ବାଙ୍ଗଲାଦେଶକୁ ୭-୧ ଗୋଲ୍ ରେ ପରାସ୍ତ କରିଅଛି । ବାଲାଦେବୀଙ୍କ ଅତୀରିକ୍ତ କମଲା ଦେବୀ ଦୁଇଟି ଏବଂ ସଞ୍ଜୁ ଗୋଟିଏ ଗୋଲ୍ କରିଛନ୍ତି । ପ୍ରଥମ ମ୍ୟାଚରେ ଭାରତୀୟ ଟିମ୍ ନେପାଳ ସହିତ ମ୍ୟାଚ୍ ଡ୍ର ଥିଲା । ଦୁଇଟି ମ୍ୟାଚରେ ଟିମ୍ ର ଚାରିଗୋଟି ଅଙ୍କ ହୋଇଥିଲା ।

ପ୍ରଥମ ହାପରେ ଦୁଇ ଟିମ୍ଙ୍କ ମଧ୍ୟରେ ଆରମ୍ଭ କଡା ମୁୁକାବିଲା ହୋଇଥିଲା, କିନ୍ତୁ ୧୬ ମିନିଟ୍ ପରେ ଭାରତୀୟ ଟିମ୍ ନିଜର ଖାତା ଖୋଲିବା ପରେ ମ୍ୟାଚ୍ ଏକ ତରଫା ହୋଇଯାଇଥିଲା । ୮ ମିନିଟ୍ ମଧ୍ୟରେ ତିନୋଟି ଗୋଲ୍ ହେବାରୁ ବାଙ୍ଗଳାଦେଶ ଦବାବରେ ଆସିଯାଇଥିଲା । ବାଙ୍ଗଲାଦେଶକୁୁ ବାସ୍କରେ ପକାଇଦେବାରୁ ସ୍ପାଟ୍ କିକ୍ ଦିଆଯାଇଥିଲା ଯେଉଁଥିରେ କମଲା ଦେବୀ ପ୍ରଥମ ଗୋଲ୍ କରିଥିଲେ । ଏହାର ୫ ମିନିଟ୍ ପରେ ବାଙ୍ଗଲାଦେଶ ଗୋଲ୍ କରିଥିଲା । ଏହାର ସଙ୍ଗେ ସଙ୍ଗେ ବାଲା ଦେବୀ ଆଉ ଏକ ଗୋଲ୍ କରିଥିଲେ । ବାଙ୍ଗଲାଦେଶକୁ ୨୮ ମିନିଟ୍ ରେ ସୁଯୋଗ ମିଳିଥିଲା କିନ୍ତୁ ସେମାନଙ୍କ ଖେଳାଳୀ ଗୋଲ୍ କରିପାରି ନ ଥିଲେ । କମଲାଦେବୀ ୫୩ ମିନିଟ୍ରେ ନିଜର ଦ୍ୱିତୀୟ ଗୋଲ୍ କରିଥିଲେ ।

Related posts

ଇଂଲଣ୍ଡ-ଫ୍ରାନ୍ସ ପ୍ରଥମ ଥର କ୍ବାର୍ଟରରେ ହେବେ ଆମ୍ନାସାମ୍ନା

Odisha Sports Bureau

ଭାରତରେ ପୁରୁଷ ଫିଫା ବିଶ୍ୱକପ ପରେ ମହିଳା ବିଶ୍ୱକପ

Odisha Sports Bureau

ମାତ୍ର ୪ ମିନିଟରେ ୪ଟି ଗୋଲ୍ କରି ବିଶ୍ୱ ରେକର୍ଡ କଲେ ଲେଭଣ୍ଡୋସ୍କ୍

Odisha Sports Bureau