Football

ବାଲାଦେବୀଙ୍କ ଚାରିଗୋଟି ଗୋଲ୍ ସାହାଯ୍ୟରେ ଭାରତ ବାଙ୍ଗଲାଦେଶକୁ ୭-୧ଗୋଲ୍ ରେ ପରାସ୍ତ କଲା

 ବାଲାଦେବୀଙ୍କ ଚାରୋଟି ଗୋଲ୍ ର ସାହାଯ୍ୟରେ ଭାରତୀୟ ମହିଳା ଫୁଟବଲ୍ ଟିମ୍ ୨୦୨୦ ଏଏଫସି ଅଲମ୍ପିକ୍ କ୍ୱାଲିଫାୟାରସ୍ ର ଦ୍ୱିତୀୟ ମ୍ୟାଚରେ ବାଙ୍ଗଲାଦେଶକୁ ୭-୧ ଗୋଲ୍ ରେ ପରାସ୍ତ କରିଅଛି । ବାଲାଦେବୀଙ୍କ ଅତୀରିକ୍ତ କମଲା ଦେବୀ ଦୁଇଟି ଏବଂ ସଞ୍ଜୁ ଗୋଟିଏ ଗୋଲ୍ କରିଛନ୍ତି । ପ୍ରଥମ ମ୍ୟାଚରେ ଭାରତୀୟ ଟିମ୍ ନେପାଳ ସହିତ ମ୍ୟାଚ୍ ଡ୍ର ଥିଲା । ଦୁଇଟି ମ୍ୟାଚରେ ଟିମ୍ ର ଚାରିଗୋଟି ଅଙ୍କ ହୋଇଥିଲା ।

ପ୍ରଥମ ହାପରେ ଦୁଇ ଟିମ୍ଙ୍କ ମଧ୍ୟରେ ଆରମ୍ଭ କଡା ମୁୁକାବିଲା ହୋଇଥିଲା, କିନ୍ତୁ ୧୬ ମିନିଟ୍ ପରେ ଭାରତୀୟ ଟିମ୍ ନିଜର ଖାତା ଖୋଲିବା ପରେ ମ୍ୟାଚ୍ ଏକ ତରଫା ହୋଇଯାଇଥିଲା । ୮ ମିନିଟ୍ ମଧ୍ୟରେ ତିନୋଟି ଗୋଲ୍ ହେବାରୁ ବାଙ୍ଗଳାଦେଶ ଦବାବରେ ଆସିଯାଇଥିଲା । ବାଙ୍ଗଲାଦେଶକୁୁ ବାସ୍କରେ ପକାଇଦେବାରୁ ସ୍ପାଟ୍ କିକ୍ ଦିଆଯାଇଥିଲା ଯେଉଁଥିରେ କମଲା ଦେବୀ ପ୍ରଥମ ଗୋଲ୍ କରିଥିଲେ । ଏହାର ୫ ମିନିଟ୍ ପରେ ବାଙ୍ଗଲାଦେଶ ଗୋଲ୍ କରିଥିଲା । ଏହାର ସଙ୍ଗେ ସଙ୍ଗେ ବାଲା ଦେବୀ ଆଉ ଏକ ଗୋଲ୍ କରିଥିଲେ । ବାଙ୍ଗଲାଦେଶକୁ ୨୮ ମିନିଟ୍ ରେ ସୁଯୋଗ ମିଳିଥିଲା କିନ୍ତୁ ସେମାନଙ୍କ ଖେଳାଳୀ ଗୋଲ୍ କରିପାରି ନ ଥିଲେ । କମଲାଦେବୀ ୫୩ ମିନିଟ୍ରେ ନିଜର ଦ୍ୱିତୀୟ ଗୋଲ୍ କରିଥିଲେ ।

Related posts

ଡିଶା ଏଫସି ଓଡିଶାର ପ୍ରତିଭା ଟଙ୍କ ଧରବାଗଙ୍କସହ ଅଢ଼େଇ ବର୍ଷୀୟା ଚୁକ୍ତି ସ୍ୱାକ୍ଷର କରିଛି

Odisha Sports Bureau

ବିଶ୍ୱକପର କ୍ୱାର୍ଟର ଫାଇନାଲରୁ ବିଦାୟ ନେବା ପରେ କୋଚ୍ ପର୍ଣ୍ଣାଡୋ ସାଣ୍ଟୋସ ଇସ୍ତଫା

Odisha Sports Bureau

ଆଇ ଲିଗ୍ ଯୋଗ୍ୟତା ମ୍ୟାଚ୍ ଆରମ୍ଭ

Odisha Sports Bureau