Cricket

ଲୋକେ କିଛି ବି କୁହନ୍ତୁ ମୋତେ ଫରକ୍ ପଡେନାହିଁ: ଶିଖର ଧାୱନ

 ଶିଖର ଧାୱନ ଏବେ ଫାର୍ମକୁ ଫେରିଆସିଛନ୍ତି ସିଏ ପୁଣି ନିଜର ଟି-୨୦ ଅନ୍ତଃରାଷ୍ଟ୍ରିୟ କ୍ୟାରିୟରର ସର୍ବଶ୍ରେଷ୍ଠ ସ୍କୋର କରି । ଟିମ୍ ଇଣ୍ଡିଆର ଓପନର ରବିବାର ଦିନ ଚେନ୍ନାଇରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତୃତୀୟ ବା ଅନ୍ତିମ ଟି-୨୦ ଅନ୍ତଃରାଷ୍ଟ୍ରିୟ ମ୍ୟାଚ୍ ରେ ୬୨ ବଲ୍ ରେ ୯୨ ରନ୍ ର ପାଳି ଖେଳିଥିଲେ, ଯାହାର ସାହାଯ୍ୟରେ ମେଜବାନ ଟିମ୍ ୬ ୱେକେଟ୍ ରେ ମ୍ୟାଚ୍ ଜିତିନେଇଛନ୍ତି, ଯେତେବେଳେ କି ସିରିଜରେ କେରେବିଆଇ ଟିମ୍ ୩-୦ ରେ ଶେଷ କରିଥିଲେ । ଧାବନ ଟି-୨୦ ଅନ୍ତଃରାଷ୍ଟ୍ରିୟରେ ଆଠଟି ପାରି ଖେଳିବା ପରେ ପ୍ରଥମ ଅର୍ଦ୍ଧଶତକ ଜମାଇଥିଲେ । ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁୁୁ ଟେଷ୍ଟ ଶିରିଜରେ ୨-୦, ୱାନ ଡେ ରେ ୩-୧ ଏବଂ ଟି୨୦ ଅନ୍ତଃରାଷ୍ଟ୍ରିୟ ପୂର୍ବରୁ ରୋହିତ ଶର୍ମାଙ୍କ ବ୍ୟତୀତ ଅନ୍ୟ ଭାରତୀୟ ବ୍ୟାଟ୍ସ ମ୍ୟାନ୍ଙ୍କ ଫାର୍ମ ଚିନ୍ତାର ବିଷୟ ପାଲଟିଥିଲା । ଯେତେବେଳେ ରୋହିତ ଏବଂ ରାହୁଲ ଜଲଦି ଆଉଟ ହୋେଇଥିଲେ, ସେତେବେଳେ ଟିମ୍ ଇଣ୍ଡିଆ ଦବାବ୍ ରେ ଆସିଯାଇଥିଲେ, କିନ୍ତୁ ଧାୱନ ଭଲ ପାରି ଖେଳିଥିଲେ ଏବଂ ତୃଷଭ ପନ୍ତଙ୍କ ସହିତ ୧୩୦ ରନ୍ ସଂଗ୍ରହ କରି ଟିମ୍ ଇଣ୍ଡିଆର ଜିତିବା ସୁୁନିଶ୍ଚିତ କରିଥିଲେ ।

ଶିଖର ଯୁବା ଖେଳାଳୀ ପନ୍ତଙ୍କୁୁ ପ୍ରଶଂସା କରି କହିଥିଲେ, “ଏହା ବହୁତ ଭଲ ମ୍ୟାଚ୍ ଥିଲା । ଆମେ ଦୁଇଟି ୱେକେଟ୍ ବହୁତ ଜଲଦି ହରାଇଥିଲେ ଏବଂ ମୋତେ ଜଣାଥିଲା କି କ୍ରିଜ୍ ଉପରେ ରହିବାକୁ ପଡିବ । ତ୍ରୁଷଭ ପନ୍ତ ଭଲ ପ୍ର୍ରଦର୍ଶନ କରିଥିଲେ । ମୋତେ ଜଣାଥିଲା ସେ ବଲ୍ ଉପରେ ହାବି ହୋଇ ଖେଳିବେ, ଏଥିପାଇଁ ମୁ ଆକ୍ରମଣାତ୍ମକ ସର୍ଟ ନ ଖେଳିବା ଠିକ୍ ବୁଝିଥିଲି । ପରେ ପରିସ୍ଥିତିକୁ ଦେଖି ଖେଳିଥିଲି ଏବଂ ଆମେ ଜିତିବାରେ ସଫଳ ହୋଇଥିଲୁ । ସେ କହିଥିଲେ ସେ ଲୋକଙ୍କ କଥାକୁ ଧ୍ୟାନ ଦେଇ ନ ଥାନ୍ତି, ଏହି କାରଣରୁ ହିଁ ସେ ଶେଷ ମ୍ୟାଚ୍ ରେ ଧମାକାଦାର ଫେରିବାରେ ସଫଳ ହୋଇଛନ୍ତି । ସେ କହିଥିଲେ, ମୋତେ ଫରକ ପଡେ ନାହିଁ କେହି କିଛି କହିଲେ । ମୁଁ ନିଜକୁ ନିଜେ ପ୍ରୋତ୍ସାହିତ କରିଥାଏ ଏବଂ ନିଜ ଖେଳ ଉପରେ ବିଶ୍ୱାସ ରଖିଥାଏ ।

ଶିଖର ଧାୱନ ୯୨ ରନ୍ ଏବଂ ରୁଷଭ ପନ୍ତ ଧୁଆଁଧାର ଅର୍ଦ୍ଧଶତକ ପାଳି(୩୮ ବଲ୍ ରେ ୫୮ ରନ୍)ରେ ଭାରତୀୟ ଟିମ୍ ୱେଷ୍ଟଇଣ୍ଡିଜ ନୃତୀୟ ଏବଂ ଶେଷ ଟି୨୦ ମ୍ୟାଚ୍ ରେ ୬ୱେକେଟ ସହିତ ପରାଜୟ କରିଥିଲେ । ଟି୨୦ ମ୍ୟାଚ୍ ରେ ଏହା ଭାରତର ଲଗାତାର ସପ୍ତମ ବିଜୟ ଅଟେ ।

Related posts

ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ : ଆଜିଠୁ ଅନଲାଇନ ଟିକେଟ୍ ବିକ୍ରି

Odisha Sports Bureau

ଜେଟଲୀଙ୍କ ବିୟୋଗରେ କ୍ରୀଡ଼ା ଜଗତରେ ଶୋକର ଛାୟା

Odisha Sports Bureau

ପିଲାଦିନର ବନ୍ଧୁଙ୍କୁ ଭୁଲି ନାହାଁନ୍ତି ସଚିନ ତେନ୍ଦୁଲକର

Odisha Sports Bureau