Cricket

ଦକ୍ଷିଣ ଆଫ୍ରିକାର ଅଧିନାୟକ ଫାଫ୍ ଡ଼ୁ ପ୍ଲେସିସ କ୍ରିକେଟରୁ ସନ୍ୟାସ ନେଇପାରନ୍ତି

( ଓଡିଶା ସ୍ପୋର୍ଟ): ଏବି ଡିଭିଲିୟର୍ସଙ୍କ ଅବସର ପରେ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମର ଦାୟିତ୍ୱ ନେଇଥିବା ଅଧିନାୟକ ସନ୍ୟାସ ନେବାକୁ ଏକ ପ୍ରକାର ସଙ୍କେତ ଦେଇଛନ୍ତି । ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ ଡୁ ପ୍ଲେସିସ ଶୁକ୍ରବାର କହିଛନ୍ତି, ସେ ଅଷ୍ଟ୍ରେଲିଆରେ ଆୟୋଜିତ ଟି-୨୦ ବିଶ୍ୱକପ ପରେ ସନ୍ୟାସ ନେଇ ପାରିନ୍ତି । ଏହି ଟୁର୍ଣ୍ଣାମେଣ୍ଟ ୨୦୨୦ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ମଧ୍ୟରେ ଖେଳାଯିବ । ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକାର ୧ ନମ୍ବର ବ୍ୟାଟ୍ସମ୍ୟାନ ଡିଭିଲିୟର୍ସ ଚଳିତ ବର୍ଷ ମେ’ ମାସରେ କ୍ରିକେଟରୁ ଅବସର ନେଇଥିଲେ ।

ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଶନିବାର ଏକମାତ୍ର ଟି-୨୦ ମ୍ୟାଚ ଖେଳାଯିବ । ଏହା ପୂର୍ବରୁ ୩୪ ବର୍ଷିଅ ଡୁପ୍ଲେସିସ କହିଛନ୍ତି ବର୍ତ୍ତମାନ ୨୦୨୦ରେ ହେବାକୁ ଥିବା ଟି-୨୦ ବିଶ୍ୱକପ ଖେଳିବା ନେଇ ଧ୍ୟାନ ଦେଉଛି । ଏଥି ପାଇଁ ଆମେ ଏଠାକୁ ଆସିବୁ । ହୋଇପାରେ ଏହା ମୋ ପାଇଁ ହେବ ଶେଷ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ । ଦକ୍ଷିଣ ଆଫ୍ରିକା ନିକଟରେ ଅଷ୍ଟ୍ରେଲିଆକୁ ଦିନିକିଆ ଶୃଙ୍ଖଳାରେ ୨-୧ରେ ପରାସ୍ତ କରିଛି ।

ଡୁ ପ୍ଲେସିସ କହିଛନ୍ତି, ଘରୋଇ ଟି-୨୦ ଲିଗ ଅଧିକ ହେଉଥିବାରୁ ଟି-୨୦ ବିଶ୍ୱକପ ବ୍ୟତୀତ ଅନ୍ୟ କୌଣସି ଟୁର୍ଣ୍ଣାମେଣ୍ଟରେ ନିଜର ସର୍ବଶ୍ରେଷ୍ଠ ଓହ୍ଲାଇବାକୁ ଅସୁବିଧା ହେଉଛି । ଏଥିପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦକୁ ଧ୍ୟାନ ଦେବା ଦରକାର । ଡୁପ୍ଲେସିସ ୨୦୧୪ ଏବଂ ୨୦୧୬ରେ ବିଶ୍ୱକପ ଟି-୨୦ରେ ଅଧିନାୟକ ଥିଲେ । ଅନ୍ତର୍ଜାତୀୟ କ୍ୟାରିୟର ୭ ବର୍ଷ ବିତାଇବା ପରେ ୫୪ଟି ଟେଷ୍ଟ, ୧୨୪ଟି ଦିନିକିଆ ଏବଂ ୪୧ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ଡୁପ୍ଲେସିସ ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗସରୁ ଖେଳୁଛନ୍ତି ।

Related posts

କଡା ସୁରକ୍ଷା ବଳୟ ଭିତରେ ରହିବ ବାରବାଟୀ ଷ୍ଟାଡିଅମ

Odisha Sports Bureau

ନ୍ୟୁୟର୍କରେ ମସ୍ତି ମୁଡରେ ରୋହିତ

Odisha Sports Bureau

ଏହି ICC ପୁରସ୍କାର ପାଇଁ ବୁମରାହ ଏବଂ ସାମସନଙ୍କ ମଧ୍ୟରେ ପ୍ରତିଯୋଗିତା, କିଏ ଜିତିବ?

Odisha Sports Bureau