Cricket

ଅଶ୍ୱୀନଙ୍କ ନିଆରା ଉଦ୍ଭାବନ

ମୁମ୍ବାଇ: ମୁମ୍ବାଇ ଟେଷ୍ଟରେ ଦମଦାର ପ୍ରଦର୍ଶନ କରି ମ୍ୟାଚ ସହ ସିରିଜ ହାତେଇଛି ଟିମ ଇଣ୍ଡିଆ । ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ମ୍ୟନ ଅଫ ଦ ସିରିଜ ଭାବେ ବିବେଚିତ କରାଯାଇଛି । ଏହାପରେ ଅଶ୍ୱୀନ ସୋଶଲ ମିଡିଆରେ କିଛି ଫଟୋ ସେୟର କରିଛନ୍ତି । ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ପ୍ରଶଂସକମାନେ ମଧ୍ୟ ଅଶ୍ୱିନଙ୍କ ସୃଜନଶୀଳତା ଦେଖି ଆଶ୍ଚର୍ୟ୍ୟ ହୋଇଯାଇଛନ୍ତି ।

ଅଶ୍ୱିନ୍ ସେୟାର କରିଥିବା ଫଟୋରେ ନ୍ୟୁଜିଲାଣ୍ଡର ୨ ଖେଳାଳି ଏବଂ ଭାରତର ୨ ଖେଳାଳି ଏକାଠି ଛିଡା ହୋଇଛନ୍ତି ।ସବୁଠାରୁ କୌତୁହଳର ବିଷୟ ହେଉଛି ଚିତ୍ରର ସମସ୍ତ ଚାରି ଖେଳାଳିଙ୍କ ସର ନାମ ଅର୍ଥାତ ଟାଇଟଲ ରହିଛି । ଅଜାଜ ପଟେଲ ଅକ୍ଷରଙ୍କ ସହ ଛିଡା ହୋଇଥିବାବେଳେ ଜାଡେଜା ରାଚିନ ରବିନ୍ଦ୍ରଙ୍କ ସହ ଛିଡା ହୋଇଛନ୍ତି । ଚାରିଜଣଙ୍କୁ ଏକାଠି ଠିଆ କରି ଅଶ୍ୱିନ ତାଙ୍କ ସୃଜନଶୀଳତାର ଏକ ନିଆରା ଉଦାହରଣ ଉପସ୍ଥାପନ କରିଛନ୍ତି । ସୋସିଆଲ ମିଡିଆରେ ଅଶ୍ୱିନଙ୍କ ପୋଷ୍ଟ ଉପରେ ପ୍ରଶଂସକମାନେ କ୍ରମାଗତ ମନ୍ତବ୍ୟ ଦେଉଛନ୍ତି । ଅଶ୍ୱିନ ଏହି ପୋଷ୍ଟକୁ ସୋସିଆଲ ଆପ କୁପେରେ ସେୟାର କରି ଲେଖିଛନ୍ତି, ‘ୱାର୍ଲ୍ଡ ଚାମ୍ପିଅନ୍ସ ଉପରେ ଏକ ସିରିଜ ବିଜୟ ।

img
ପ୍ରଥମେ ବ୍ୟାଟିଂ ଏବଂ ପରେ ବୋଲିଂ । ସବୁ କ୍ଷେତ୍ରରେ ଜବରଦସ୍ତ ଖେଳି ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୦ରେ ଅକ୍ତିଆର କରିଛି ବିରାଟ ବ୍ରିଗେଡ । ୩୭୨ ରନର ଏକ ବଡ ବ୍ୟବଧାନରେ ଭାରତ ଏହି ବିଜୟ ହାସଲ କରିଛି । ମ୍ୟାଚରେ ଶତକ ହାସଲକାରୀ ମୟଙ୍କ ଅଗ୍ରୱାଲ ପ୍ଲେୟର ଅଫ ଦ ସିରିଜ ଭାବେ ବିବେଚିତ ହୋଇଥିଲେ ।

Related posts

ଟିମ୍ ଇଣ୍ଡିଆର କୋଚ୍ ରାହୁଲ ଦ୍ରାବିଡଙ୍କୁ କ୍ଷମା ମାଗିଲେ ବାଂଲାଦେଶର ବୋଲିଂ କୋଚ୍

Odisha Sports Bureau

ଜୋର ଧରିଛି ରିଚା ‌‌ଘୋଷଙ୍କ ଚର୍ଚ୍ଚା

Odisha Sports Bureau

ଆଇ ପି ଏଲ୍ ଫାଇନାଲର ଟିକେଟ୍ କାଟିଲା ଗୁଜୁରାଟ ଟାଇଟନ୍ସ ।