Cricket

ବୃହତ ବିଜୟ ସହ No.1 ଇଣ୍ଡିଆ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଐତିହାସିକ ବିଜୟ ପରେ ଲମ୍ବ ଡିଅାଁ ମାରିଛି ଟିମ ଇଣ୍ଡିଆ । ନ୍ୟୁଜିଲାଣ୍ଡକୁ ୩୭୨ ରନର ଏକ ବିଶାଳ ବ୍ୟବଧାନରେ ହରାଇବା ପରେ ଟେଷ୍ଟ ରାକିଂରେ ହାସଲ କରିଛି No.1 ପୋଜିସନ । ବହୁ ଦିନ ପରେ ବିରାଟ ବ୍ରିଗେଡ ପୁଣି ଥରେ ଏକ ନମ୍ବରକୁ ଫେରିଛି । ଭାରତ-ନ୍ୟୁଜିଲାଣ୍ଡ ସିରିଜ ପରେ ଆଉ ଏକ ନୂଆ ରାଙ୍କିଂ ତାଲିକା ଜାରି କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ।

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ବିଜୟ ପରେ ପୁଣି ଏକ ନମ୍ବରରେ ଟିମ ଇଣ୍ଡିଆ । ୧୨୪ ପଏଣ୍ଟ ହାସଲ କରିବା ସହ ନମ୍ବର ୱାନକୁ ଭାରତ କମବ୍ୟାକ କରିଛି । ଆଇସିସି ରାଙ୍କିଂ ଅନୁଯାୟୀ ଭାରତ ସର୍ବମୋଟ ୧୨୪ ପଏଣ୍ଟ ପାଇଁ ପ୍ରଥମ ସ୍ଥାନରେ ରହିଛି । ଯେତେବେଳେ କି ନ୍ୟୁଜିଲାଣ୍ଡ ୧୨୧ ପଏଣ୍ଟ ପାଇ ଟେଷ୍ଟ ରାଙ୍କିଂର ଦ୍ବିତୀୟ ସ୍ଥାନରେ ରହିଛି । ୬ ମାସ ପରେ ପୁଣି ଥରେ ରାଙ୍କିଂର ପ୍ରଥମ ସ୍ଥାନକୁ ଫେରିଛି ଭାରତ । ଗତ ଜୁନ ମାସରେ ଯେତେବେଳେ ଭାରତ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହୋଇଥିଲା ସେବେଠାରୁ ଦ୍ବିତୀୟ ସ୍ଥାନକୁ ଖସିଆସିଥିଲା । ଫଳରେ ନ୍ୟୁଜିଲାଣ୍ଡ ଟେବୁଲ ଶୀର୍ଷରେ ଥିଲା । ଏବେ ୬ ମାସ ପରେ ପୁଣି ଥରେ ଭାରତ ଏକ ନମ୍ବର ସ୍ଥାନକୁ ଫେରିଛି ।

Image
ଟେଷ୍ଟ ରାଙ୍କିଂରେ ଭାରତ ୧୨୪ ପଏଣ୍ଟ ସହ ଶୀର୍ଷକୁ ଉଠିଥିବା ବେଳେ, ନ୍ୟୁଜିଲାଣ୍ଡ ୧୨୧ ପଏଣ୍ଟ ପାଇଁ ଦ୍ବିତୀୟ ସ୍ଥାନରେ ରହିଛି । ସେହିଭଳି ଅେଷ୍ଟ୍ରଲିଆ ୧୦୮ ପଏଣ୍ଟ ସହ ତୃତୀୟ, ୧୦୭ ପଏଣ୍ଟ ସହ ଇଂଲଣ୍ଡ ୪ର୍ଥ ସ୍ଥାନରେ, ପାକିସ୍ତାନ ୯୨ ପଏଣ୍ଟ ସହ ପଞ୍ଚମ ସ୍ଥାନରେ, ଦକ୍ଷିଣ ଆଫ୍ରିକା ୮୮ ପଏଣ୍ଟ ସହ ୬ଷ୍ଠ ସ୍ଥାନରେ, ଶ୍ରୀଲଙ୍କା ୮୩ ପଏଣ୍ଟ ସହ ୭ମ ସ୍ଥାନରେ, ଓ୍ବେଷ୍ଟଇଣ୍ଡିଜ ୭୫ ପଏଣ୍ଟ ସହିତ ୮ମ ସ୍ଥାନରେ ବାଂଲାଦେଶ ୪୯ ପଏଣ୍ଟ ସହ ୯ମ ସ୍ଥାନରେ ଏବଂ ଜିମ୍ବାଓ୍ବେ ୩୧ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶେଷରେ ରହିଛି ।

 

Related posts

ସଚିନଙ୍କ ରେକର୍ଡ ବ୍ରେକ କରିବେ କି ଗିଲ

Odisha Sports Bureau

ପୂର୍ବାଞ୍ଚଳ ଟେନିସ କ୍ରିକେଟ ଚାମ୍ପିୟନଶିପ୍‌: ଓଡ଼ିଶା ଚାମ୍ପିୟନ

Odisha Sports Bureau

ବିରାଟଙ୍କ ଦିୱାନା ହେଲେ ପାକିସ୍ତାନ ଖେଳାଳି; ବିଜୟ ପରେ ବିରାଟଙ୍କୁ କଲେ ପ୍ରଶଂସା

Odisha Sports Bureau