Cricket

ପୂର୍ବାଞ୍ଚଳ ଟେନିସ କ୍ରିକେଟ ଚାମ୍ପିୟନଶିପ୍‌: ଓଡ଼ିଶା ଚାମ୍ପିୟନ

(ଓଡ଼ିଶା ସ୍ପୋର୍ଡ଼ସ ): ଓଡ଼ିଶା ରାଜ୍ୟ ଟେନିସ କ୍ରିକେଟ ଆସୋସିଏଶନ (ଓଏସଟିସିଏ) ଆନୁକୂଲ୍ୟରେ ପୂର୍ବାଞ୍ଚଳ ଟେନିସ କ୍ରିକେଟ ଚାମ୍ପିୟନଶିପ୍‌ର ୩ୟ ସଂସ୍କରଣ ନହରକଣ୍ଟାସ୍ଥିତ ଶ୍ରୀ ଜୟଦେବ କଲେଜ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇ ଯାଇଛି। ରବିବାର ଅନୁଷ୍ଠିତ ଫାଇନାଲରେ ପଶ୍ଚିମବଙ୍ଗକୁ ୬ ଉଇକେଟରେ ହରାଇ ଓଡ଼ିଶା ଚାମ୍ପିୟନ ହୋଇଛି। ଝାଡ଼ଖଣ୍ଡକୁ ତୃତୀୟ ସ୍ଥାନ ମିଳିଛି।

ଟସ୍‌ ଜିତି ଓଡ଼ିଶା ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପଶ୍ଚିମବଙ୍ଗ ନିର୍ଦ୍ଧାରିତ ୧୫ ଓଭରରେ ୯୮ ରନ କରି ଅଲଆଉଟ ହୋଇ ଯାଇଥିଲା। ଦଳ ପକ୍ଷରୁ ରାହୁଲ ଶାହି ୨୩ ଓ ଆଶିଷ ୨୨ ରନ କରିଥିଲେ। ଓଡ଼ିଶା ପକ୍ଷରୁ ପ୍ରବୀଣ ୩ଟି ଏବଂ ସହଦେବ, ଓ ବିମଲ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ୯୯ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଓଡ଼ିଶା ୧୫ ଓଭରରେ ୪ ଉଇକେଟ ହରାଇ ୧୦୦ ରନ ସଂଗ୍ରହ କରି ନେଇଥିଲା। ଦଳ ପକ୍ଷରୁ ତୁଷାର ୧୯ ବଲ୍‌ରୁ ୩୭, ବିମଲ ୨୦ ବଲ୍‌ରୁ ୩୫ ରନ କରିଥିବାବେଳେ ପ୍ରତିପକ୍ଷ ଦଳର ତଲ୍‌ହା ଖାଁ ୩ଟି ଉଇକେଟ ପାଇଥିଲେ। ଓଡ଼ିଶାର ବିମଲ ମ୍ୟାନ ଅଫ ଦି ଫାଇନାଲ ଓ ତୁଷାର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିବେଚିତ ହୋଇଥିଲେ। ପଶ୍ଚିମବଙ୍ଗର ତଲ୍‌ହା ଖାଁ ଶ୍ରେଷ୍ଠ ବୋଲର ଓ ମ୍ୟାନ ଅଫ ଦି ସିରିଜ ପୁରସ୍କାର ପାଇଥିଲେ। ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ଟେନିସ କ୍ରିକେଟ ଆସୋସିଏଶନ ଅଫ୍‌ ଇଣ୍ଡିଆର ପ୍ରଶାସନିକ ମୁଖ୍ୟ ଆଶିଷ କୁମାର ସିଂ, ଓସିଏ ଅମ୍ପାୟର ଚଣ୍ଡି ପ୍ରସନ୍ନ ମହାପାତ୍ର, ଶରତ ଚନ୍ଦ୍ର ସାହୁ, ବାରିଜ ରଞ୍ଜନ ମହାନ୍ତି, ସୋଭେନ୍ଦ୍ର ମହାରଣା, ପ୍ରଫେସର ଏଲ.କେ. ରାୟ, ଦକ୍ଷବ୍ରହ୍ମା ରାଉତରାୟ, ଦୀପକ ହଂସ, ଚୌଧୁରୀ ଅଶୋକ ଚନ୍ଦ୍ର, ବୁଦେଶ୍ୱର ବେହେରା, ଅଖିଳେଶ୍ୱର ତିଓ୍ବାରୀ, ବାସୁଦେବ ଓଝା, ବଦ୍ରିନାରାୟଣ ପାତ୍ର, ଶଶିକାନ୍ତ ବେଉରା, ଜଗମୋହନ ସ୍ବାଇଁ, ରିଣ୍ଟୁ ମିତ୍ର, ରାଗିଣୀ ମିତ୍ର ପ୍ରମୁଖ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।

Related posts

AFG ବିପକ୍ଷ 3rd ODI ପୂର୍ବରୁ ହର୍ଷିତ ରାଣାଙ୍କ ଧମାକେଦାର କମବ୍ୟାକ୍

ଆଇପିଏଲର କ୍ୱାଲିଫାୟାର ଓ ଏଲିମିନେଟର ମ୍ୟାଚ ପାଇଁ ଟିକେଟ ବିକ୍ରି ଆରମ୍ଭ

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅଭ୍ୟାସ ସେଶନର ଏକ ମଜାଦାର ଭିଡିଓ

Odisha Sports Bureau