Hockey

ଟିକେଟ୍ ବିକ୍ରି ଦାୟିତ୍ୱ ହକି ଇଣ୍ଡିଆ ହାତରେ: କ୍ରୀଡା ବିଭାଗ

(ଓଡିଶା ସ୍ପୋର୍ଟ): ବିଶ୍ୱକପ ହକିର ଉଦଘାଟନୀ ସମାରୋହ ଟିକେଟ ବିକ୍ରିକୁ ନେଇ ବିବାଦ ଧୀରେ ଧୀରେ ବଢିବାରେ ଲାଗିଛି । ଟିକେଟ ମିଳୁନଥିବାରୁ ହକିପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି । ଏହାକୁ ଦେଖି ଓଡ଼ିଶା ସରକାର ହାତ ଟେକିଦେଇଛନ୍ତି । ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ବିଭାଗର ଯୁଗ୍ମ ସଚିବ ମନୋଜ ପାଢୀ କହିଛନ୍ତି ଯେ ଟିକେଟ ବିକ୍ରି ଦାୟିତ୍ୱ ହକି ଇଣ୍ଡିଆ ହାତରେ ଥିଲା । ଓଡ଼ିଶା ସରକାରଙ୍କ ଏଥିରେ କୌଣସି ଭୂମିକା ନାହିଁ ।

ଆଜି ଦିନ ୧୨ଟାରେ ହକି ବିଶ୍ୱକପର ଉଦଘାଟନୀ ସମାରୋହ ପାଇଁ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହୋଇଛି । ତେବେ ସାଇଟ କ୍ରାସ କରିଯିବାରୁ ଅଧିକାଂଶ ଖେଳପ୍ରେମୀ ଟିକେଟ ପାଇବାରେ ବିଫଳ ହୋଇଛନ୍ତି । ଏହାକୁ ନେଇ ବିବାଦ ଦେଖାଦେଇଛି । ଏହାକୁ ନେଇ ଲୋକମାନେ ସୋସିଆଲ ମିଡିଆରେ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରୁଥିବା ଦେଖାଦେଇଛି । ବିଶେଷକରି ଦେଶରେ ବୁକ ମାଇଶୋ, ପେଟିଏମ ପରି ବଡ଼ ବଡ଼ ଟିକେଟିଂ ସଂସ୍ଥା ଥିବାବେଳେ ଟିକେଟଜିନି ପରି ଏକ ଅପେକ୍ଷାକୃତ ଛୋଟ ସଂସ୍ଥାକୁ ଟିକେଟ ବିତରଣ ଦାୟିତ୍ୱ ଦେବାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

Related posts

ମହିଳା ହକି ମାନ୍ୟତାର ୬ଷ୍ଠ ସ୍ଥାନରେ ଭାରତ

Odisha Sports Bureau

ଅଲିମ୍ପିକ ବିଜେତା ରାଘବୀର ସିଂ ଭୋଲଙ୍କ ବିୟୋଗ

Odisha Sports Bureau

୧୧ ହଜାର ହକି ଷ୍ଟିକ ,୩୩୦୦ ହକି ବଲ୍ ଓ ଅନ୍ୟାନ୍ୟ ଖେଳ ସରଞ୍ଜାମ ବାଣ୍ଟିବ ହକି ଇଣ୍ଡିଆ