Cricket

ଭାରତର ଦମଦାର ବିଜୟ

(ଓଡିଶା ସ୍ପୋର୍ଟ):  ସିଡ଼ନୀ ରେ ଭାରତର ଦମଦାର ବିଜୟ । ଅଷ୍ଟ୍ରେଲିଆକୁ ୬ ୱିକେଟରେ ମାତ ଦେଲା ଟିମ ଇଣ୍ଡିଆ । ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚକୁ ଜିତି ସିରିଜକୁ ବରାବର କରିଛି ବିରାଟ ବାହିନୀ । ମାତ୍ର ୪୧ ବଲରେ ୪ଟି ଚୌକା ଏବଂ ୨ ଛକା ମାରି ଅପରାଜିତ ୬୧ ରନ୍ କରିଛନ୍ତି ବିରାଟ୍ କୋହଲି । ଯାହା ଦେଇଛି ଟିମ୍ ଇଣ୍ଡିଆକୁ ଦମଦାର ବିଜୟ । ସିଡନୀରେ ଖେଳାଯାଇଥିବା ଏହି ଅନ୍ତିମ ଟି-୨୦ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ ।

ଦଳର ଦୁଇ ଓପନର ଅଧିନାୟକ ଆରନ ଫିଞ୍ଚ୍ ଓ ଆର୍ସି ସର୍ଟ ଇନିଂସ ଆରମ୍ଭ କରିଥିଲେ । ତେବେ ସ୍କୋର ୬୮ରନ ହୋଇଥିବା ବେଳେ କୁଲଦୀପ ଯାଦବଙ୍କ ବଲରେ ଆଉଟ ହୋଇଥିଲେ ଫିଞ୍ଚ୍ । ଏହା ପରେ ପରେ ସ୍କୋର ୭୩ ହୋଇଥିବା ବେଳେ ଲଗାତାର ଭାବେ ସର୍ଟ ଓ ମାକଡରମଟଙ୍କ ଓ୍ଵିକେଟ ହରାଇଥିଲା ଅଷ୍ଟ୍ରେଲିଆ । ଆଲେକ୍ସ କ୍ୟାରୀ ଓ ମାର୍କସ ଷ୍ଟଇନିସଙ୍କ ଯଥାକ୍ରମେ ୨୭ ଓ ୨୫ ରନରେ ଦଳର ସ୍କୋର ୬ ଓ୍ଵିକେଟରେ ୧୬୪ ରନରେ ପହଞ୍ଚିଥିଲା ।

ଭାରତ ପକ୍ଷରୁ କୁନାଲ ପାଣ୍ଡ୍ୟା ୩୬ ରନ ଦେଇ ୪ଟି ଓ୍ଵିକେଟ ନେଇଥିଲେ । ୧୬୫ ରନର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ପ୍ରଥମରୁ ହିଁ ଧୁଆଁଧାର ବ୍ୟାଟିଂ କରିଥିଲା । ଏହା ପରେ କଙ୍ଗାରୁ ଦଳକୁ ୬ ୱିକେଟରେ ମାତ୍ ଦେଇ ମ୍ୟାଚ୍ ହାତେଇନେଲା ଟିମ୍ ଇଣ୍ଡିଆ ।

ବ୍ରିସ୍ବେନ୍ରେ ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ଜିତିଥିବା ବେଳେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ବର୍ଷା ଯୋଗୁଁ ମ୍ୟାଚ ରଦ୍ଦ କରାଯାଇଥିଲା। ଅନ୍ତିମ ଟି-୨୦ରେ ଭାରତ ବିଜୟୀ ହେବା ପରେ ସିରିଜ୍ ବରାବର ହୋଇଛି।

Related posts

ମାଇକେଲ ଭନଙ୍କ ଟ୍ୱିଟର ଉତ୍ତର ଦେଲେ ଭାରତୀୟ କ୍ରିକେଟ ଫ୍ୟାନ

Odisha Sports Bureau

ଇଂଲଣ୍ଡକୁ ୩୫୭ ରନର ଟାର୍ଗେଟ ଦେଇଛି ଭାରତ

Odisha Sports Bureau

ବଦଳିବ ଆଇପିଏଲର ରୂପରେଖ

Odisha Sports Bureau