(ଓଡିଶା ସ୍ପୋର୍ଟ): ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ ରେ ଆଉ ଏକ ରେକର୍ଡର ଅଧିକାରୀ ହୋଇପାରନ୍ତି। ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି । ଅଷ୍ଟ୍ରେଲିଆ ବିପକ୍ଷରେ କୋହଲିଙ୍କ ନାମରେ ଏପର୍ୟ୍ୟନ୍ତ ୫ ଟେଷ୍ଟ ଶତକ ରହିଛି। ଭାରତୀୟ ଅଧିନାୟକଙ୍କୁ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ଲାଗି ଆଉ ଦୁଇଟି ଶତକ ଦରକାର। ତେନ୍ଦୁଲକର ଅଷ୍ଟ୍ରେଲିଆ ମାଟିରେ ୬ ଶତକ ମାରିଛନ୍ତି, ଯାହାକି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସର୍ବାଧିକ। ପୂର୍ବତନ ଭାରତୀୟ ଅଧିନାୟକ ଅଷ୍ଟ୍ରେଲିଆରେ ମୋଟ ୨୦ ଟେଷ୍ଟ ଖେଳି ୫୩.୨୦ ଆଭରେଜରେ ୧୮୦୯ ରନ୍ କରିଛନ୍ତି। ସେହିଭଳି କୋହଲି ୮ ଟେଷ୍ଟରେ ୬୨.୦୦ ହାରରେ ୯୯୨ ରନ୍ କରିସାରିଛନ୍ତି। କୋହଲିଙ୍କ ଭଳି ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର ଅଷ୍ଟ୍ରେଲିଆରେ ୫ ଶତକ ମାରିଥିଲେ। ତାଙ୍କ ପଛକୁ ପୂର୍ବତନ ବ୍ୟାଟ୍ସମ୍ୟାନ ଭିଭିଏସ୍ ଲକ୍ଷଣ (୪ ଶତକ) ରହିଛନ୍ତି।
previous post