Cricket

ଭାରତୀୟ ଅଧିନାୟକ ରେକର୍ଡ଼ ଭାଙ୍ଗିପାରନ୍ତି

(ଓଡିଶା ସ୍ପୋର୍ଟ): ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ ରେ ଆଉ ଏକ ରେକର୍ଡର ଅଧିକାରୀ ହୋଇପାରନ୍ତି। ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି । ଅଷ୍ଟ୍ରେଲିଆ ବିପକ୍ଷରେ କୋହଲିଙ୍କ ନାମରେ ଏପର୍ୟ୍ୟନ୍ତ ୫ ଟେଷ୍ଟ ଶତକ ରହିଛି। ଭାରତୀୟ ଅଧିନାୟକଙ୍କୁ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ଲାଗି ଆଉ ଦୁଇଟି ଶତକ ଦରକାର। ତେନ୍ଦୁଲକର ଅଷ୍ଟ୍ରେଲିଆ ମାଟିରେ ୬ ଶତକ ମାରିଛନ୍ତି, ଯାହାକି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସର୍ବାଧିକ। ପୂର୍ବତନ ଭାରତୀୟ ଅଧିନାୟକ ଅଷ୍ଟ୍ରେଲିଆରେ ମୋଟ ୨୦ ଟେଷ୍ଟ ଖେଳି ୫୩.୨୦ ଆଭରେଜରେ ୧୮୦୯ ରନ୍ କରିଛନ୍ତି। ସେହିଭଳି କୋହଲି ୮ ଟେଷ୍ଟରେ ୬୨.୦୦ ହାରରେ ୯୯୨ ରନ୍ କରିସାରିଛନ୍ତି। କୋହଲିଙ୍କ ଭଳି ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର ଅଷ୍ଟ୍ରେଲିଆରେ ୫ ଶତକ ମାରିଥିଲେ। ତାଙ୍କ ପଛକୁ ପୂର୍ବତନ ବ୍ୟାଟ୍ସମ୍ୟାନ ଭିଭିଏସ୍ ଲକ୍ଷଣ (୪ ଶତକ) ରହିଛନ୍ତି।

Related posts

ଭାରତୀୟ ମାଟିରେ ଟେଷ୍ଟ ସିରିଜ୍ ବିଜୟ ହୋଇ ୨୫ ବର୍ଷର ଅପେକ୍ଷାର ଅନ୍ତ କରିବୁ

Odisha Sports Bureau

ଆଶା ଆଶଙ୍କାରେ ସିନିୟର ମହିଳା ଟି୨୦ ଟ୍ରଫି

Odisha Sports Bureau

ଦିନେ ଗୁପ୍ଚୁପ୍ ବିକୁ ଥିଲେ ଆଜି ସଫଳ କ୍ରିକେଟର